ପବଜି ଖେଳରୁ ଋଷୀୟ ଯୁବତୀଙ୍କ ପ୍ରେମରେ ପଡ଼ିଲେ ଯୁବକ; ଖୁବଶୀଘ୍ର କରିବେ ବିବାହ

Advertisment
ପବଜି ଖେଳରୁ ଋଷୀୟ ଯୁବତୀଙ୍କ ପ୍ରେମରେ ପଡ଼ିଲେ ଯୁବକ; ଖୁବଶୀଘ୍ର କରିବେ ବିବାହ

ନୂଆଦିଲ୍ଲୀ: ଅନଲାଇନ ଖେଳ ପବଜିର ଚାହିଦା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଖେଳକୁ ନେଇ ଅନେକ ଘଟଣା ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ନିକଟରେ ଏକ ଖବର ଆସିଛି କି ଏହି ପବଜି ଖେଳରୁ ଜଣେ ଭାରତୀୟ ଯୁବକ ଋଷୀୟ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଆଉ ଖୁବଶୀଘ୍ର ଦୁହେଁ, ବିବାହ କରିବାକୁ ଯାଉଛନ୍ତି।

୨୦୧୯ ମସିହାରେ ପବଜି ଖେଳୁଖେଳୁ ଗୁଜୁରାଟର ଅହମ୍ମଦାବାଦରେ ବସବାସ କରୁଥିବା ପ୍ରତୀକ ରୁଷୀୟ ଯୁବତୀ ଅଲଗାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଏହାପରେ ଦୁହେଁ ନମ୍ବର ଦିଆନିଆ ହୋଇ କଥାବର୍ତ୍ତା ଆରମ୍ଭ କରିଥିଲେ। ଆଉ ପରସ୍ପରକୁ ଅଧିକରୁ ଅଧିକ ଚିହ୍ନିବା ପାଇଁ ୨୦୨୧ ଏପ୍ରିଲରେ ପ୍ରଥମଥର ପାଇଁ ପ୍ରତୀକ ଓ ଅଲଗାଙ୍କ ସାକ୍ଷତ ହୋଇଥିଲା। ଏହାପରେ ପ୍ରତୀକ ଅଲଗାଙ୍କୁ ଭେଟିବା ପାଇଁ ୩ସପ୍ତାହ ପାଇଁ ରୁଷ ଯାଇଥିଲେ। ରୁଷରେ ପ୍ରେମିକାଙ୍କ ପରିବାରକୁ ଭେଟିଥିଲେ ପ୍ରତୀକ।

ଅଲଗାଙ୍କ ପରିବାର ବି ପ୍ରତୀକଙ୍କୁ ପସନ୍ଦ କରିଥିଲେ। ୨୦୨୨ ଜାନୁଆରିରେ ପ୍ରଥମଥର ଅଲଗା ଭାରତ ଆସିଥିଲେ, ଆଉ ପ୍ରତୀକଙ୍କୁ ଓ ତାଙ୍କ ପରିବାରଲୋକଙ୍କୁ ଭେଟିଥିଲେ। ତେବେ ଦୁହିଁଙ୍କ ପରିବାର ପ୍ରତୀକ ଓ ଅଲଗାଙ୍କ ସମ୍ପର୍କକୁ ସମର୍ଥନ ଦେଇଥିଲେ। ଦୁଇ ପରିବାରର ଆଲୋଚନା କରିବା ପରେ ୬ମାସ ଭିତରେ ପ୍ରତୀକଙ୍କ ପରିବାର ରୁଷରେ ଯାଇ ପହଞ୍ଚିବେ। ସେଠାରେ ପ୍ରତୀକ ଓ ଅଲଗାଙ୍କ ବିବାହ ହେବ। ତେବେ ଦୁହିଁଙ୍କ ଭଲପାଇବାକୁ ୩ବର୍ଷ ୫ମାସ ହୋଇସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe