ରହସ୍ୟ ଘେରରେ ରୁଷ୍‌ର ଟିକା, ତରବରିଆ ପ୍ରସ୍ତୁତି ଭୟାନକ ସ୍ଥିତି ସୃଷ୍ଟି କରିବ

Advertisment
ଆମେରିକାରେ କୋଭିଡ୍‌ ମୃତ୍ୟୁ ବଢ଼ିବା ଆଶଙ୍କା,୧୦ କୋଟି ଟିକା ପାଇଁ ଚୁକ୍ତି

Anti Corruption Digest

ନୂଆଦିଲ୍ଲୀ: ରୁଷ୍‌ କରୋନା ଟିକାର ସଫଳ ପରୀକ୍ଷଣ ଶେଷ କରିଛି ବୋଲି ଗତ ରବିବାର ଦିନ ବିଭିନ୍ନ ରିପୋର୍ଟରେ ଦାବି ହୋଇଥିଲା‌। ଯଦି ରୁଷ୍‌ ଟିକାର ସଫଳ ପରୀକ୍ଷଣ ଶେଷ କରିଛି ତେବେ ଏଯାବତ୍‌ ଏହା ପ୍ରସ୍ତୁତ କାହିଁକି ହୋଇପାରିନି ବୋଲି ପ୍ରଶ୍ନ ଉଠିଛି। ବାସ୍ତବ କଥା ହେଉଛି ରୁଷ୍‌ ଟିକାର କେବଳ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ୍‌ ପରୀକ୍ଷଣ ଶେଷ ହୋଇଛି। ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ କ୍ଲିନିକାଲ୍‌ ପରୀକ୍ଷଣ ହୋଇନାହିଁ। କେବଳ ଗୋଟିଏ ସଂସ୍ଥା ଦ୍ବାରା ଟିକା ପ୍ରସ୍ତୁତି ଜାରି ହୋଇଛି।

ଗତ ଜୁନ୍‌ ୧୮ ତାରିଖ‌ରେ ସେନାବାହିନୀର ୧୮ ଜଣ ସ୍ବେଚ୍ଛାସେବୀଙ୍କଠାରେ ଫେଜ୍‌ ୱାନ୍‌ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧ ମାସ ପର୍ଯ୍ୟନ୍ତ ପରୀକ୍ଷଣ ଜାରି ରହିଥିଲା। ଏହାପରେ ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଜୁଲାଇ ୧୩ରେ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହି କରୋନା ଟିକା ବଜାରକୁ ଆସିବାପାଇଁ ଆହୁରି ୧୨-୧୮ ମାସ ଲାଗିଯିବ ବୋଲି ବୈଜ୍ଞାନିକ ଏବଂ ଡବ୍ଲ୍ୟୁଏଚ୍ଓ ଅଧିକାରୀମାନେ କହୁଛନ୍ତି। ଯଦି ତରବରିଆ ଭାବେ ଟିକା ପ୍ରସ୍ତୁତ କରାଯାଏ ତେବେ ଏହା ଲୋକମାନଙ୍କ ଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe