ନବୀନଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରଶଂସା

ନବୀନଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରଶଂସା

Zee News

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଲଢ଼ୁଥିବା କର୍ମଚାରୀ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଗତକାଲି ‘ଜନତା କର୍ଫ୍ୟୁ’ ପାଳନ ବେଳେ ବିଭିନ୍ନ ବ୍ୟକ୍ତି ବିଶେଷ ଯେଭଳି ଘଣ୍ଟ, ଘଣ୍ଟା ଓ ତାଳି ମାରି କୃତଜ୍ଞତା ଜଣାଇଲେ ତାହାକୁ ଲୋକସଭାରେ ଆଜି ବାଚସ୍ପତି ଓମ୍ ପ୍ରକାଶ ବିର୍ଲା ପ୍ରଶଂସା କରିଛନ୍ତି। ଅର୍ଥ ବିଲ୍‌ ଗୃହୀତ ହେବା ପରେ ଏବଂ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ କରାଯିବା ପୂର୍ବରୁ ବାଚସ୍ପତି ଏହି ପ୍ରସଙ୍ଗ ଉଲ୍ଲେଖ କରିଥିଲେ। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌ ‌ଭେଙ୍କୟା ନାଇଡ଼ୁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଏନ୍‌ସିପି ନେତା ଶରଦ ପାୱାର, ଲୋକସଭାରେ କଂଗ୍ରେସ ଦଳ ନେତା ଅଧୀର ରଂଜନ ଚୌଧୁରୀଙ୍କ ଝିଅ ଗତକାଲି ଅପରାହ୍‌ଣ ୫ଟାରେ କିଭଳି କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଥିଲେ ତାହା କହିଥିଲେ। ଲୋକମାନେ ଧନୀ ଓ ଗରିବ ଭେଦଭାବ ଭୁଲିଯାଇ କୃତଜ୍ଞତା ଜଣାଇଥିଲେ ବୋଲି ବାଚସ୍ପତି କହିଥିଲେ। ଏହାପରେ ଲୋକସଭାର ସମସ୍ତ ସାଂସଦ ନିଜ ନିଜ ଆସନରେ ଠିଆ ହୋଇ କରୋନା ଯୋଦ୍ଧାଙ୍କ ପାଇଁ ତାଳି ମାରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଳି ବଜାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe