ବଦଳିଗଲା ଜୀବନ : ‘କଠିନ ସମୟକୁ ଖୁବ୍‌ ଉପଭୋଗ କରୁଛି’

Advertisment
ବଦଳିଗଲା ଜୀବନ : ‘କଠିନ ସମୟକୁ ଖୁବ୍‌ ଉପଭୋଗ କରୁଛି’

‘ସବୁ କଠିନ ସମୟ ପ‌ରେ ଭଲ ସମୟ ଫେରେ। କରୋନା କାଳୀନ ଲକଡାଉନ ବି ଠିକ୍‌ ସେମିତି ଏକ ପରୀକ୍ଷାର ସମୟ। ମାତ୍ର ‌ମୁଁ ବ୍ୟକ୍ତିଗତ ଭାବେ ଏହି ସମୟକୁ ଖୁବ୍‌ ଉପଭୋଗ କରୁଛି,’ ବୋଲି କହିଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଯେ, ‘ ପ୍ରସାରିତ ଧାରାବାହିକ ରାମାୟଣ, ମହାଭାରତ ଓ ଚାଣକ୍ୟ ଉପଭୋଗ କରୁଛି। ବହି ପଢ଼ିବାର ତୃଷ୍ଣା ସାକାର ହେଉଛି। ଇତିମଧ୍ୟରେ ମୁଁ ରବିନ ଶର୍ମାଙ୍କ ‘The monk who sold his Ferrari’ ପଢ଼ି ସାରିଲିଣି। ଏବେ ପରମହଂସ ଯୋଗାନନ୍ଦଙ୍କ ‘Autobiography of a Yogi’ ପଢ଼ୁଛି। ଓସ୍କାର ପୁରସ୍କାର ଜିତିଥିବା ଚଳଚ୍ଚିତ୍ର ଦେଖୁଛି। ବିଶେଷକରି ମୋ ୨ ବର୍ଷର ନାତୁଣି ମୁମ୍ବାଇରୁ ଆସି ମୋ’ ‌ପାଖେ ଏତେ ଦିନ ହେଲା ରହିଥିବାରୁ ମୋର ସମୟ କୁଆଡ଼େ ଅତିକ୍ରମ ହୋଇଯାଉଛି ଜଣା ପଡ଼ୁନାହିଁ।’

‘ମୁଁ ଏକ ଚଳଚ୍ଚିତ୍ର ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। କରୋନା ଲକଡାଉନ ସମୟରେ ଘଟୁଥିବା ଘଟଣାବଳୀକୁ ନେଇ ଚଳଚ୍ଚିତ୍ର କରିବା ପାଇଁ ମୋ ମନକୁ କିଛି କାହାଣୀ ଆସୁଛି। ତେବେ ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ାରେ ପ୍ରେକ୍ଷାଳୟରେ ‘ଶଲାବୁଢ଼ାର ବଦ୍‌ଲା’ ଭଲ ଆୟ କରୁଥିବା ବେଳେ ଲକଡାଉନ ହୋଇଥିବାରୁ ତାହା ବି ମୋତେ ଆଘାତ ଦେଇଥିଲା,’ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ସବ୍ୟସାଚୀ ମହାପାତ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe