ଆହତ ପକ୍ଷୀର ଜୀବନ ବଞ୍ଚାଇ ଲୋକଙ୍କ ହୃଦୟ ଜିତିଲେ ସଚିନ ତେନ୍ଦୁଲକର

Advertisment
ଆହତ ପକ୍ଷୀର ଜୀବନ ବଞ୍ଚାଇ ଲୋକଙ୍କ ହୃଦୟ ଜିତିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର କ୍ରିକେଟ୍ ଜଗତକୁ ଅଲବିଦା କରିସାରିଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଛନ୍ତି ।  ସଚିନ୍ ନିକଟରେ ଆହତ ହେଇଥିବା ଏକ ପକ୍ଷୀର ଜୀବନ ବଞ୍ଚାଇଥିଲେ। ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ତାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ବର୍ତ୍ତମାନ ଇଣ୍ଟରନେଟ୍ ଦୁନିଆରେ ଭାଇରାଲ୍ ହେବାରେ ଲାଗିଛି । ସୋସିଆଲ ମିଡିଆ ବ୍ୟବହାରକାରୀ ସଚିନଙ୍କ ଏହି କାମକୁ ଖୁବ ପ୍ରଶଂସା କରିଛନ୍ତି।

ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ସଚିନ୍ ସମୁଦ୍ର କୂଳରେ ଏକ ପକ୍ଷୀକୁ ଧରିଥିବାର ଦେଖିବାକୁ ମିଳୁଛି । ସେ ସେହି ପକ୍ଷୀକୁ ଧରି କହିଥିଲେ - ଆଶା କରୁଛି କି ଏହାର ଜୀବନ ନିଶ୍ଚିୟ ଭାବରେ ବଞ୍ଚିଯିବ। ଏହାପରେ ସେ ପକ୍ଷୀକୁ ଉପରେ ଥିବା ଏକ ଦୋକାନକୁ ନେଇ ଯାଇଥିଲେ। ଆଉ ସେଠାରେ ପାଟି କରି ପଚାରୁଛନ୍ତି - ଏହି ପକ୍ଷୀ ପାଇଁ କିଛି ଖାଇବା ଅଛି କି? କିଛି ଶସ୍ୟ ଇତ୍ୟାଦି?

ଏହା ପରେ ସେ ସେହି ଆହତ ପକ୍ଷୀର ଖାଦ୍ୟ ପାଇଁ ବ୍ୟବସ୍ଥା କରୁଛନ୍ତି। ଏହି ଭିଡିଓରେ ସଚିନଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ନଜର ଆସିଛନ୍ତି, ଯିଏ ପକ୍ଷୀକୁ ପାଣି ଦେଉଛନ୍ତି।

ସଚିନ୍ ଉକ୍ତ ଆହତ ପକ୍ଷୀକୁ ଡାକ୍ତରଙ୍କ ନିକଟକୁ ନେଇଯାଇଥିଲେ। ଯେଉଁଠାରେ ଏହି ପକ୍ଷୀର ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ଡାକ୍ତର କହିଥିଲେ। ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ସଚିନ୍ ତେନ୍ଦୁଲକରଙ୍କ ଉଦାରତାର ବହୁ ପ୍ରଶଂସକ କରୁଛନ୍ତି।

ଭିଡିଓ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି - ସଚିନ୍, ଆପଣ ପ୍ରକୃତରେ ଜଣେ ବହୁତ ଭଲ ବ୍ୟକ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe