ମହୁମାଛି ପାଇଁ ସୁରକ୍ଷା କବଚ

ରୋଗପୋକ କବଳରୁ ଆଜିକାଲି ବିଭିନ୍ନ ଫସଲର ସୁରକ୍ଷା ପାଇଁ କ୍ଷେତରେ ନାନାଦି ପ୍ରକାର କୀଟନାଶକ ପ୍ରୟୋଗ କରାଯାଉଛି। ସେହିପରି ଫସଲର ଉତ୍ପାଦକତା ବଢ଼ାଇବା ପାଇଁ ମଧ୍ୟ ନାନା ପ୍ରକାର ରାସାୟନିକ ସାର ପ୍ରୟୋଗ କରାଯାଉଛି।

bee

ରୋଗପୋକ କବଳରୁ ଆଜିକାଲି ବିଭିନ୍ନ ଫସଲର ସୁରକ୍ଷା ପାଇଁ କ୍ଷେତରେ ନାନାଦି ପ୍ରକାର କୀଟନାଶକ ପ୍ରୟୋଗ କରାଯାଉଛି। ସେହିପରି ଫସଲର ଉତ୍ପାଦକତା ବଢ଼ାଇବା ପାଇଁ ମଧ୍ୟ ନାନା ପ୍ରକାର ରାସାୟନିକ ସାର ପ୍ରୟୋଗ କରାଯାଉଛି। ତେବେ ଏହାର ନକାରାତ୍ମକ ପ୍ରଭାବ ଆମର ଉପକାରୀ ବନ୍ଧୁ ମହୁମାଛି ଉପରେ ପଡୁଛି। କାରଣ ସେମାନେ ମହୁ ସଂଗ୍ରହ ପାଇଁ ବିଭିନ୍ନ ଫୁଲ ଉପରେ ବସିବା ବେଳେ ସିଧାସଳଖ ସଂପୃକ୍ତ ବୃକ୍ଷରୁ ହେଉ ଅଥବା ବାୟୁମଣ୍ଡଳରୁ ହେଉ ସେହି କୀଟନାଶକ ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡୁଛନ୍ତି। ତେବେ କଲମ୍ବିଆର ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର ପ୍ରକାରର ଖାଦ୍ୟ ପରିପୂରକ ବିକଶିତ କରିଛନ୍ତି, ଯାହା ଏହି ମହୁମାଛିମାନଙ୍କ ମସ୍ତିଷ୍କକୁ କୀଟନାଶକ ଦାଉରୁ ସୁରକ୍ଷିତ ରଖିପାରିବ। 

ଉଲ୍ଲେଖଯୋଗ୍ୟ, ମହୁ ପ୍ରସ୍ତୁତ କରିବା ବ୍ୟତୀତ ଏହି ମହୁମାଛିମାନେ ହେଉଛନ୍ତି ପ୍ରମୁଖ ପରାଗଣକାରୀ, ଯଦ୍ଦ୍ବାରା ପ୍ରାକୃତିକ ପର୍ଯ୍ୟାବରଣ ପ୍ରଣାଳୀ ଓ ଖାଦ୍ୟ ଉତ୍ପାଦନ ସଂରକ୍ଷିତ ରହିପାରିବ। ସୁତରାଂ, କୀଟନାଶକ ପ୍ରଭାବଜନିତ ସେମାନଙ୍କର ବଂଶବୃଦ୍ଧିରେ ହ୍ରାସ ଅବା କାର୍ଯ୍ୟକୁଶଳତାରେ ନିଷ୍କ୍ରିୟତା ଶସ୍ୟ ଉତ୍ପାଦନକୁ ଭୀଷଣ ଭାବରେ କମାଇଦେବାର ଆଶଙ୍କା ରହିଛି। ତେବେ କଲମ୍ବିଆର ବୋଗୋଟାସ୍ଥିତ ରୋସାରିଓ ବିଶ୍ବବିଦ୍ୟାଳୟ ଓ ଆରିଜୋନା ବିଶ୍ବବିଦ୍ୟାଳୟର ସ୍ନାୟୁବିଜ୍ଞାନ ବିଭାଗର ମିଳିତ ଗବେଷଣା ଦ୍ବାରା ଏହି ଉଦ୍ଭିଦଭିତ୍ତିକ ଖାଦ୍ୟ ପରିପୂରକ ବିକଶିତ କରାଯାଇଛି। ଏହାଦ୍ବାରା ମହୁମାଛିମାନେ ସାଧାରଣତଃ କୀଟନାଶକ ବା ରାସାୟନିକ ସାରରେ ରହିଥିବା ନ୍ୟୁରୋଟକ୍ସିନ୍‌କୁ ସହ୍ୟ କରିପାରିବେ।

ଏହି ଖାଦ୍ୟ ପରିପୂରକ ସେମାନଙ୍କ ମେମୋରି ଓ ମୋଟର ପ୍ରଣାଳୀରେ ଆଦୌ କ୍ଷତି ପହଞ୍ଚାଇ ଦେବନାହିଁ। ଫ୍ଲାବିନଏଡ୍‌ସ୍‌ ପରି ଉଦ୍ଭିଦଭିତ୍ତିକ ପୁଷ୍ଟିସାଧକରୁ ପ୍ରସ୍ତୁତ ଏହି ଖାଦ୍ୟ ପରିପୂରକ ମହୁମାଛି ଶରୀରରେ କୀଟନାଶକ ଓ କ୍ଷତିକାରକ ରାସାୟନିକ ବିରୋଧରେ ଏକ ସୁରକ୍ଷା କବଚ ତିଆରି କରିପାରୁଛି। ପ୍ରଥମେ କିଛି ନମୁନା ମହୁମାଛିଙ୍କୁ ନିଶ୍ଚେତନ କରି ପରୀକ୍ଷାଗାରରେ ଏହି ଖାଦ୍ୟ ପରିପୂରକ ଯୋଗାଇ ସେମାନଙ୍କର କୀଟନାଶକ ପ୍ରତିରୋଧକତା ଲକ୍ଷ୍ୟ କରାଯାଇଥିଲା। ପରେ ଏକ ମହୁଚାଷ କେନ୍ଦ୍ରରେ ତାହାର ବ୍ୟାବସାୟିକ ଉପଯୋଗ କରାଯାଇ ସଫଳତା ହାସଲ କରାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe