ଶାଗୁ ଲସି

ଦୁଇ କପ୍‌ ବତୁରା ଶାଗୁ, ତିନି କପ୍‌ ଦହି, ଅଧା କପ୍‌ ଛେନା, ଅଧାକପ୍‌ ମିଲ୍‌କ ମେଡ୍‌, ସ୍ବାଦ ଅନୁସାରେ ଚିନି/ଗୁଡ଼/ମିଶ୍ରି, ଦୁଇଟି ଗୁଜୁରାତି, ଟିକେ ଲୁଣ, କିଛି ବରଫ ଖଣ୍ଡ ନିଅନ୍ତୁ। ପ୍ରଥମେ ଶାଗୁରୁ ପାଣି ନିଗାଡ଼ି ଚିକ୍‌କଣ କରି ଗ୍ରାଇଣ୍ଡ କରିଦିଅନ୍ତୁ।

lassi

lassi Photograph: (sambad.in)

ଦୁଇ କପ୍‌ ବତୁରା ଶାଗୁ, ତିନି କପ୍‌ ଦହି, ଅଧା କପ୍‌ ଛେନା, ଅଧାକପ୍‌ ମିଲ୍‌କ ମେଡ୍‌, ସ୍ବାଦ ଅନୁସାରେ ଚିନି/ଗୁଡ଼/ମିଶ୍ରି, ଦୁଇଟି ଗୁଜୁରାତି, ଟିକେ ଲୁଣ, କିଛି ବରଫ ଖଣ୍ଡ ନିଅନ୍ତୁ। ପ୍ରଥମେ ଶାଗୁରୁ ପାଣି ନିଗାଡ଼ି ଚିକ୍‌କଣ କରି ଗ୍ରାଇଣ୍ଡ କରିଦିଅନ୍ତୁ। ତା’ପରେ ସେଥିରେ ଦହି, ଛେନା, ଚିନି, ମିଲ୍‌କମେଡ୍‌ ଇତ୍ୟାଦି ଦେଇ କପେ ପାଣି ଓ ବରଫଖଣ୍ଡ ପକାଇ ଭଲଭାବେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏଥର କାଚ ଗ୍ଲାସ୍‌ରେ ଲସିକୁ ଢାଳି ସେଥିରେ ଅଳ୍ପ କୋରା ନଡ଼ିଆ, ଛେନା, କାଜୁ, କିସ୍‌ମିସ୍‌, ଚେରି ଇତ୍ୟାଦିରେ ସଜେଇ ସାବିତ୍ରୀ ଅମାବାସ୍ୟାର ଉପାସରେ ପିଅନ୍ତୁ ଘର ତିଆରି ଥଣ୍ଡା ଥଣ୍ଡା ସୁସ୍ବାଦୁ ଲସି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe