ମଙ୍ଗଳରେ ‘ସାହାରାର ଆଖି’

Advertisment
ମଙ୍ଗଳରେ ‘ସାହାରାର ଆଖି’

India Today

ଶୁକ୍ର ଗ୍ରହକୁ ସାଧାରଣତଃ ପୃଥିବୀର ଯମଜ ଗ୍ରହ ବୋଲି କୁହାଯାଏ। ମଙ୍ଗଳ ଗ୍ରହ ସହ କିନ୍ତୁ ପୃଥିବୀର ଅନେକ ସାମଞ୍ଜସ୍ୟ ରହିଛି। ଉଭୟ ମଙ୍ଗଳ ଓ ପୃଥିବୀର ପାହାଡ଼, ଉପତ୍ୟକା ଓ ବରଫ ମେରୁ ରହିଛି। ତେଣୁ ସେଠାରେ ଜୀବସତ୍ତାର ସମ୍ଭାବନା ଖୋଜିବା ପାଇଁ ଆମେ ଭୀଷଣ ମାତ୍ରାରେ ଉତ୍ସାହିତ। ମାତ୍ର ବାରମ୍ବାର ଉନ୍ନତ ଅନ୍ବେଷଣ ସତ୍ତ୍ବେ ମଙ୍ଗଳ ପୃଷ୍ଠରେ ଜୀବନଧାରଣର ମୁଖ୍ୟ ଉପାଦାନ ତରଳ ଜଳର ଅନୁପସ୍ଥିତି ମହାକାଶ ବିଜ୍ଞାନୀମାନଙ୍କୁ ଭୀଷଣ ଭାବରେ ବ୍ୟଥିତ କରି ଆସିଛି। ତେବେ ନିକଟରେ ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା (‘ଇଏସ୍‌ଏ’ ବା ‘ଏସା’) ଛାଡ଼ିଥିବା ମଙ୍ଗଳ ପୃଷ୍ଠର ଏକ ନିଆରା ଫଟୋ ସେଠାରେ ତରଳ ଜଳର ସମ୍ଭାବନା ଆଣି ଆଶ୍ବସ୍ତି ସଂଚାର କରିଛି। ‘ଏସା’ ଦ୍ବାରା ପ୍ରେରିତ ମହାକାଶ ଯାନ ‘ମାର୍ସ ଏକ୍ସପ୍ରେସ’ ଗତ ଏପ୍ରିଲ ୨୫ ତାରିଖରେ ଉଠାଇଥିବା ଏହି ଫଟୋରେ ମହାକାଶରୁ ‘ସାହାରାର ଆଖି’ ଭଳି ଦୃଶ୍ୟମାନ ହେଉଥିବାରୁ ଆୟୋନିଆ ଟେରା ଗର୍ତ୍ତରେ ଜଳର ସମ୍ଭାବ୍ୟ ଅବସ୍ଥିତି ଗବେଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ପୂର୍ବରୁ ଭୂପୃଷ୍ଠର ୨୫୦ ମାଇଲ୍‌ ଉପରୁ ଆକାଶମାର୍ଗରୁ ନିଆଯାଇଥିବା ସାହାରା ମରୁଭୂମିର ଏକ ଫଟୋରେ ଏହା ଆଖି ସଦୃଶ ଦେଖାଯାଉଥିବା ଏକ ଅଞ୍ଚଳକୁ ଭୂଗୋଳବିତ୍‌ମାନେ ‘ସାହାରାର ଆଖି’ ନାମରେ ଅଭିହିତ କରିଛନ୍ତି। ଏବେ ମଙ୍ଗଳ ପୃଷ୍ଠର ଏହି ଚିତ୍ର ଆଖି ଭଳି ଜଣାପଡୁଥିବା ବେଳେ ଏହାର କେନ୍ଦ୍ରାଞ୍ଚଳ ସ୍ଥିତ ଗର୍ତ୍ତରେ ସାଢ଼େ ତିନିରୁ ଚାରି ନିୟୁତ ବର୍ଷ ତଳେ ତରଳ ଜଳ ପ୍ରବାହିତ ହେଉଥିବା ଅନୁମାନ ଲଗାଇଛନ୍ତି। ସୁତରାଂ ଅତୀତରେ ମଙ୍ଗଳ ପୃଷ୍ଠରେ ଜୀବଜଗତ ଥିବାର ସମ୍ଭାବନାକୁ ଅସ୍ବୀକାର କରାଯାଇନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe