ତ୍ରିରଙ୍ଗା ରଙ୍ଗରେ ତିଆରି ପଗଡ଼ି ପିନ୍ଧି କନ୍ୟାକୁ କାହିକିଁ ଏଭଳି ରଙ୍ଗର ମାଳା ପିନ୍ଧାଇଲେ ବର ଜାଣନ୍ତୁ

ତ୍ରିରଙ୍ଗା ରଙ୍ଗରେ ତିଆରି ପଗଡ଼ି ପିନ୍ଧି କନ୍ୟାକୁ କାହିକିଁ ଏଭଳି ରଙ୍ଗର ମାଳା ପିନ୍ଧାଇଲେ ବର ଜାଣନ୍ତୁ

news18.com

ସମ୍ଭଲ: ବର-ବଧୂ କିମ୍ବା ସେମାନଙ୍କ ପିତା-ମାତା ବିବାହ ଉତ୍ସବକୁ ନିଆରା କରିବା ଉଦ୍ଦ୍ୟଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଗ୍ରହଣ କରିବାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ। ସେହିଭଳି ଆଉ ଏକ ନିଆରା ବିବାହ ନିକଟରେ ଉତ୍ତର ପ୍ରଦେଶର ସମ୍ଭଲରେ ଦେଖିବାକୁ ମିଳିଥିଲା। ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ ତାଙ୍କ ପୁଅର ବିବାହକୁ ଏକ ଭିନ୍ନ ଶୈଳୀରେ କରିବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିବା କହିଛନ୍ତି।

sambhal tiranga1 news18.com

ଚନ୍ଦୌସିର ପରିବହନ ବିଭାଗରେ କାମ କରୁଥିବା ଅନିଲ ମିଶ୍ରଙ୍କ ପୁଅ ମୋହିତ ମିଶ୍ର ନିଜ ବିବାହରେ ତ୍ରିରଙ୍ଗାର ତିନି ରଙ୍ଗରେ ତିଆରି ପଗଡ଼ି ପିନ୍ଧିଥିବା ବେଳେ କନ୍ୟା ସୋନମ ପାଠକଙ୍କୁ ଏହି ତ୍ରିରଙ୍ଗା ରଙ୍ଗରେ ତିଆରି କରାଯାଇଥିବା ଏକ ମାଳା ପିନ୍ଧାଇଥିଲେ। କେବଳ ସେତିକି ନୁହେଁ ଅନିଲ ମିଶ୍ର ପୁଅ ବିବାହରେ ଜନସଂଖ୍ୟା ନିୟନ୍ତ୍ରଣକୁ ଆଇନରେ ପରିଣତ କରିବାକୁ ଏକ ଫ୍ଲେକ୍ସ ତିଆରି କରି ବିବାହ ମଣ୍ଡପ ନିକଟରେ ଲଗାଇଥିବା ବି ଦେଖିବାକୁ ମିଳିଥିଲା।

sambhal tiranga3 news18.com

ଏମିତିକି ମଣ୍ଡପକୁ ମଧ୍ୟ ତ୍ରିରଙ୍ଗାର ତିନି ରଙ୍ଗରେ ସଜାଯାଇଥିଲା। ଏପରିକି ମୋହିତ ମିଶ୍ରଙ୍କ ବିବାହ ସମୟରେ ଦେଶଭକ୍ତି ଗୀତ ଶୁଣିବାକୁ ମିଳିଥିଲା। ଏଥିସହିତ ଏହି ବିବାହରେ ଯେଉଁ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା ସେଥିରେ ହିନ୍ଦୀରେ ଗୋଟିଏ ଲାଇନ୍‌ ଲେଖି ସିଏଏ ଓ ଏନ୍‌ଆରସିକୁ ସମର୍ଥନ ଜଣାଇ କିଛି ବାର୍ତ୍ତା ମଧ୍ୟ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe