ବିଚ୍ଛିନ୍ନ ଯମଜଙ୍କ ଅଭିନ୍ନ ଜୀବନ କଥା

Advertisment
ବିଚ୍ଛିନ୍ନ ଯମଜଙ୍କ ଅଭିନ୍ନ ଜୀବନ କଥା

ଯମଜ ସନ୍ତାନମାନଙ୍କ ସମାନ ଜୀବନ ସମ୍ପର୍କରେ ଆମେ ଜାଣୁ। ସାଧାରଣତଃ ସେମାନଙ୍କ ଶାରୀରିକ ଓ ମାନସିକ ଗଠନ ସମାନ ରହିବା ସାଙ୍ଗକୁ ଗୋଟିଏ ଘରେ ତଥା ଗୋଟିଏ ପରିବେଶରେ ବଢ଼ିଥିବାରୁ ସେମାନଙ୍କ ଚାଲିଚଳଣି ମଧ୍ୟ ଏକା ରକମ ହୋଇଥାଏ। ତେବେ ଜନ୍ମରୁ ବିଚ୍ଛିନ୍ନ ହୋଇଥିବା ଦୁଇ ଯମଜ ଭ୍ରାତା ଦୀର୍ଘ ୩୯ ବର୍ଷ ପରେ ପରସ୍ପରକୁ ଭେଟିବା ପରେ ସେମାନଙ୍କ ଜୀବନର ବିଭିନ୍ନ ଦିଗ କେତେ ସମାନ ତାହା ସେ ଦୁହିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ଆମେରିକାର ଓହିଓର ‘ଜିମ୍‌ ଯମଜ’ ଭାବେ ପରିଚିତ ଭ୍ରାତା ଦ୍ବୟ ୧୯୪୦ରେ ସେମାନଙ୍କ ଜନ୍ମର ମାତ୍ର ତିନି ସପ୍ତାହ ପରେ ପରସ୍ପରଠାରୁ ଅଲଗା ହୋଇ ୪୦ ମାଇଲ ଦୂର ଭିନ୍ନ ଭିନ୍ନ ସ୍ଥାନରେ ପୋଷ୍ୟସନ୍ତାନ ଭାବେ ବଡ଼ ହୋଇଥିଲେ। ତେବେ ମଜାର କଥା, ଉଭୟ ବିତାଉଥିବା ଜୀବନ ପ୍ରାୟ ସମାନ ହୋଇଆସିଥିଲା ବୋଲି ପରେ ଜଣାପଡ଼ିଥିଲା।

publive-image Mamamia

ଉଭୟ ପିଲାବେଳେ କୁକୁରକୁ ଭଲ ପାଉଥିଲେ। ଏପରିକି ଉଭୟଙ୍କ ଘରେ ରହିଥିବା କୁକୁରର ନାମ ଥିଲା ‘ଟୟ’। ସେହିପରି ସ୍କୁଲରେ ଉଭୟଙ୍କର ଗଣିତ ଓ କାଠକାମ ପ୍ରତି ଆଗ୍ରହ ରହିଥିଲା। ଯୁବକାବସ୍ଥାରେ ଉଭୟ ଦ୍ବୈତ ବିବାହ କରିଥିଲେ। ଉଭୟଙ୍କର ପ୍ରଥମ ପତ୍ନୀମାନଙ୍କ ନାମ ଥିଲା ‘ଲିଣ୍ଡା’ ଏବଂ ଉଭୟ ଭ୍ରାତାଙ୍କର ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା। ତା’ ପରେ ସେମାନେ ଦ୍ବିତୀୟ ବିବାହ କରିଥିଲେ। ମଜାର କଥା ସେମାନଙ୍କ ଦ୍ବିତୀୟ ପତ୍ନୀମାନଙ୍କ ନାମ ମଧ୍ୟ ସମାନ (ବେଟ୍ଟି) ଥିଲା। ଖାଲି ସେତିକି ନୁହେଁ, ଉଭୟଙ୍କର ପୁତ୍ରସନ୍ତାନ ଜାତ ହୋଇଥିଲେ ଏବଂ ସେମାନଙ୍କ ନାମ ସମାନ ‘ଜେମ୍‌ସ’ ରଖିଥିଲେ। ଜିମ୍‌ ଭ୍ରାତାଦ୍ବୟ ଧୂମପାନ କରୁଥିଲେ ଏବଂ ସେମାନେ ବ୍ୟବହାର କରୁଥିବା ଗାଡ଼ି ମଧ୍ୟ ସମାନ କମ୍ପାନିର ରହିଥିଲା। ସଂଯୋଗକୁ ସେମାନେ ମଧ୍ୟ ଭିନ୍ନ ଭିନ୍ନ ସୁରକ୍ଷା ସଂସ୍ଥାରେ ସମାନ ପଦର ଚାକିରି କରିଥିଲେ। କେହି କାହା ବିଷୟରେ ଜାଣିନଥିଲେ ହେଁ ଜଣଙ୍କର ଉଦ୍ୟମ କ୍ରମେ ଶେଷରେ ୧୯୭୯ରେ ସେମାନଙ୍କର ଭେଟ ହୋଇଥିଲା ଏବଂ ସବୁ କଥା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe