ଆଧୁନିକ ମିଟିଂ ଆୟୋଜନ ପାଇଁ ସାମସଙ୍ଗ୍‌ର ନୂଆ ଇଣ୍ଟରାକ୍ଟିଭ୍‌ ଡିଜିଟାଲ୍‌ ଡିସ୍‌ପ୍ଲେ

ଆଧୁନିକ ମିଟିଂ ଆୟୋଜନ ପାଇଁ ସାମସଙ୍ଗ୍‌ର ନୂଆ ଇଣ୍ଟରାକ୍ଟିଭ୍‌ ଡିଜିଟାଲ୍‌ ଡିସ୍‌ପ୍ଲେ

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ନୂଆ ଇଣ୍ଟରାକ୍ଟିଭ୍‌ ଡିଜିଟାଲ୍‌ ଡିସ୍‌ପ୍ଲେ-ସାମସଙ୍ଗ ଫ୍ଲିପ୍‌କୁ ଉନ୍ମୋଚନ କରାଯାଇଛି। ଆଧୁନିକ ଯୁଗର ବୈଠକ ଆୟୋଜନ କରିବାରେ ଏହା ବହୁତ ସହାୟକ ହେବ। ଡିଜିଟାଲ୍‌ ବୈଠକ ଆୟୋଜନରେ ରହୁଥିବା ପ୍ରତିବନ୍ଧକଗୁଡ଼ିକୁ ଏହା ଦୂର କରିପାରିବ। ଏକ ପାରମ୍ପରିକ ବ୍ୟବସାୟ ବୈଠକକୁ ଏହି ଡିଜିଟାଲ୍‌ ଡିସ୍‌ପ୍ଲେ ଏହାର ବିଭିନ୍ନ ବୈଶିଷ୍ଟ୍ୟ ଜରିଆରେ ଅତ୍ୟାଧୁନିକ କରିପାରିବ। ଏହା ଜରିଆରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବୈଠକ ଆୟୋଜନ କରାଯାଇପାରିବ। ନିୟମିତ ଯାତାୟାତ କରୁଥିବା ଅଧିକାରୀ, ଉଦ୍ୟୋଗୀ ଏବଂ ବ୍ୟବସାୟ ପ୍ରଫେସନାଲ୍‌ଙ୍କ ପାଇଁ ସାମସଙ୍ଗ ଫ୍ଲିପ୍‌ ସହାୟକ ହୋଇଥିବା ବେଳେ ଏହାକୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁଳ ଭାବେ ବ୍ୟବହାର କରାଯାଇପାରିବ।

ସାମସଙ୍ଗ ଫ୍ଲିପ୍‌ ପୋର୍ଟେବଲ୍‌ ହୋଇଥିବାରୁ ଏହାକୁ ସହଜରେ ନେବା ଆଣିବା କରିହେବ। ଏହାକୁ କମ୍‌ ସ୍ଥାନରେ ମଧ୍ୟ ବ୍ୟବହାର କରାଯାଇପାରିବ। ବୈଠକ ଶେଷ ହେବା ପରେ ସାମସଙ୍ଗ ଫ୍ଲିପ୍‌ରେ ସଂରକ୍ଷିତ ଥିବା ସବୁ ତଥ୍ୟ ପ୍ରଦର୍ଶିତ କରିପାରିବ। ଏଥିରେ ପାସ୍‌ୱାର୍ଡ ସୁବିଧା ମଧ୍ୟ ରହିଛି ଯାହା ବୈଠକର ବିବରଣୀକୁ ସୁରକ୍ଷିତ ରଖିବ। ବୈଠକରେ ସାମିଲ ଥିବା ସମସ୍ତ ବ୍ୟଚ୍ଛି ୟୁଏସ୍‌ବି ଡ୍ରାଇଭ୍‌ରେ ବୈଠକରେ ବିବରଣୀ ସଂରକ୍ଷିତ ରଖିପାରିବେ। ଏହା ସହିତ ଏକ ଚକ ଲାଗିଥିବା ଷ୍ଟାଣ୍ଡ୍‌ ମଧ୍ୟ ଆସୁଛି। ସହଜତା ଯୋଗୁଁ ସାରା ବିଶ୍ୱରେ ସାମସଙ୍ଗ ଫ୍ଲିପ୍‌ ଅନେକ ପୁରସ୍କାର ହାସଲ କରିସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe