ଭାରତର ପ୍ରଥମ ମହିଳା କୁଲିଙ୍କ କରୁଣ କାହାଣୀ...

ଭାରତର ପ୍ରଥମ ମହିଳା କୁଲିଙ୍କ କରୁଣ କାହାଣୀ...

ମଧ୍ୟପ୍ରଦେଶ: ଜୀବନର ମୋଡ କାହାକୁ କେତେକ ବେଳେ କେଉଁ ସ୍ଥାନରେ ନେଇ ପହଞ୍ଚାଇବ ତାହା କେବଳ ସେହି ବିଧାତାକୁ ହିଁ ଜଣା। ୩୦ବର୍ଷୀୟ ଜଣେ ମହିଳାଙ୍କ ସ୍ୱାମୀର ମୃତ୍ୟୁ ପରେ ପିଲାଙ୍କ ଲାଳନପାଳନ ପାଇଁ କୁଲି ହେବାକୁ ବି ପଛାଇ ନାହାନ୍ତି। ସେ ଯେଉଁ ଷ୍ଟେସନ୍‌ରେ କୁଲି ଭାବେ କାମ କରନ୍ତି ସେଠାରେ ୪୦ଜଣ ପୁରୁଷଙ୍କ ମଧ୍ୟରେ ସେ ଜଣେ ହିଁ ମହିଳା ଅଛନ୍ତି। ତେବେ ଏହି ମହିଳାଙ୍କୁ ଭାରତର ପ୍ରଥମ ମହିଳା କୁଲି ବୋଲି କୁହାଯାଉଛି।

publive-image

ମଧ୍ୟପ୍ରଦେଶର ଜବଲାପୁରସ୍ଥିତ କଟନି ଜଙ୍କସନ୍‌ରେ ଜଣେ ମହିଳା ଯାତ୍ରୀମାନଙ୍କ ବ୍ୟାଗ ବୋହି ନେବା ଆଣିବା କରୁଥିବାର ଅନେକ ଦେଖିଥିବେ। ଏହି ମହିଳାଙ୍କ ନାମ ସନ୍ଧ୍ୟା ମାରଓ୍ଵାଇ ଏବଂ ବୟସ ପାଖପାଖି ୩୦ବର୍ଷ ହେବ। ତାଙ୍କର ତିନିଟି ସନ୍ତାନ ଅଛନ୍ତି। ତେବେ ସନ୍ଧ୍ୟାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତିନିଟି ପିଲାକୁ ପାଳି ପୋଷି ବଡ଼ କରିବା ତାଙ୍କ ପାଇଁ ବହୁତ କଷ୍ଟ ହୋଇପଡ଼ିଥିଲା। ସ୍ୱାମୀର ମୃତ୍ୟୁ ପରେ ଖାଇବାକୁ ନପାଇ ଅନେକ ଦିନ ସନ୍ଧ୍ୟା ଓ ତାଙ୍କ ପିଲା ଭୋକରେ ରହିଥିଲେ। ପିଲାଙ୍କ ଏଭଳି ଅବସ୍ଥା ଦେଖି ସନ୍ଧ୍ୟା ଆଉ ସହ୍ୟ କରି ପାରିଲେ ନାହିଁ। ସେଥିପାଇଁ ସେ ଅନ୍ୟ କାହା ଉପରେ ନର୍ଭର କରିବା ଅପେକ୍ଷା ନିଜ ଗୋଡରେ ନିଜେ ଛିଡ଼ା ହେବା ପାଇଁ ସ୍ଥିର କରିଥିଲେ। କୁଲି କାମ କରି ଅର୍ଥ ରୋଜଗାର କରିବା ଆରମ୍ଭ କରି ଦେଇଥିଲେ ସେ। ସେ ପ୍ରତି ସନ୍ଧ୍ୟାରେ କୁନନ୍ଦମରୁ ଜବାଲପୁର ୪୫କିମି ପର୍ଯ୍ୟନ୍ତ ଯାତ୍ରା କରି ଶେଷରେ କଟଣି ରେଲେଓ୍ଵ ଷ୍ଟେସନ୍‌ରେ ଆସି ପହଞ୍ଚି ଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe