ଶନିଦେବ କାହିଁକି ଛୋଟା ହୋଇଥିଲେ?

Advertisment
ଶନିଦେବ କାହିଁକି ଛୋଟା ହୋଇଥିଲେ?

ଶନିଦେବ ଜଣେ ଏଭଳି ଗ୍ରହ ଯାହାଙ୍କୁ ସମସ୍ତେ ଖୁବ୍‌ ଭୟ କରନ୍ତି।ଗ୍ରହ ରାଜ ଶନିଶ୍ଚର କିନ୍ତୁ ଧିମା ଗତିରେ ଚାଲନ୍ତି ବୋଲି କୁହାଯାଏ।ଏଥିପାଇଁ ତାହା ଘଟିଥାଏ ଯେ, ଶନିଶ୍ଚରଙ୍କ ଗୋଟିଏ ଗୋଡ ଭାଙ୍ଗିଯାଇଥିଲା ଓ ସେ ଛୋଟା ହୋଇଯାଇଥିଲେ। ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି। କୁହାଯାଏ ଯେ,ଲଙ୍କାପତି ରାବଣ ଚାହୁଁଥିଲେ ତାଙ୍କ ପୁଅ ମେଘନାଦ ଦୀର୍ଘାୟୁ ହେଉ। ରାବଣଙ୍କୁ ସବୁ ଗ୍ରହ ,ନକ୍ଷତ୍ର ଭୟ କରୁଥିଲେ, କିନ୍ତୁ ଶନିଶ୍ଚର ଆଦୌ ରାବଣଙ୍କୁ ଡରୁ ନଥିଲେ।
ରାବଣ ନିଜର ପୁତ୍ର ମେଘନାଦର ଜନ୍ମ ସମୟରେ ସମସ୍ତ ଗ୍ରହ ନକ୍ଷତ୍ରକୁ ନିର୍ଦ୍ଦେଶ ଦେଇଥିଲେ ଯେ, ସେମାନେ ଶୁଭ ସ୍ଥିତିରେ ରହନ୍ତୁ,ଯେପରିକି ତାଙ୍କ ପୁଅର ସବୁ କାମ ଶୁଭ ହେଉ। ହେଲେ ରାବଣଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରିଥିଲେ ଶନିଦେବ। ମେଘନାଦର ଜନ୍ମ ସମୟରେ ଶନିଦେବ ବକ୍ର ଦୃଷ୍ଟି ଦେଲେ।ଏହା ଫଳରେ ମେଘନାଦ ଅଳ୍ପାୟୁ ହୋଇଗଲେ।

publive-image
ଏଥିରେ କ୍ରୋଧିତ ହୋଇ ଉଠିଲେ ଲଙ୍କା ନରେଶ ରାବଣ। ସେ ନିଜର କ୍ରୋଧକୁ ସମ୍ବରଣ କରି ନପାରି ଶନିଶ୍ଚରଙ୍କ ସହିତ ଯୁଦ୍ଧ କରିବାକୁ ଗଲେ। କୁହାଯାଏ ଯେ,ରାବଣ ନିଜର ଗଦାରେ ଶନିଶ୍ଚରଙ୍କ ଗୋଡରେ ପ୍ରହାର କରିଥିଲେ। ଏହା ଫଳରେ ଶନିଦେବ ଛୋଟା ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe