୫ ବର୍ଷ ଝିଅର କମାଲ, ୧୩ ମିନିଟରେ ଚଳାଇଲା ୧୧୧ ତୀର

Advertisment
୫ ବର୍ଷ ଝିଅର କମାଲ, ୧୩ ମିନିଟରେ ଚଳାଇଲା ୧୧୧ ତୀର

photo-the ink 24

ଚେନ୍ନାଇ: କମାଲ କଲେ ୫ ବର୍ଷର ଝିଅ ସଞ୍ଜନା | ସ୍ୱାଧୀନତା ଦିବସ ଅବସରରେ ୫ ବର୍ଷୀୟ ସଞ୍ଜନା ମାତ୍ର ୧୩ ମିନିଟରେ ୧୧୧ଟି ଧନୁତୀର ଲକ୍ଷ୍ୟଭେଦ କରିଥିଲେ | ଆଉ ସଞ୍ଜନାଙ୍କ ଏହି କାରନାମା ପରେ ବର୍ତ୍ତମାନ ଏହି ରେକର୍ଡକୁ ଗିନିଜ ବୁକରେ ସାମିଲ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ସଞ୍ଜନାଙ୍କ ପ୍ରଶିକ୍ଷକ ଶିହାନ ହୁସେନ୍ କହିଛନ୍ତି ଯେ ସାଧାରଣତଃ ଦୁନିଆର ସବୁଠାରୁ ଭଲ ଧନୁର୍ଦ୍ଧର ଏବଂ କୌଣସି ଜାତୀୟ ସ୍ତରର ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ୪ ମିନିଟରେ ୬ ଟି ତୀର ଲକ୍ଷ୍ୟଭେଦ କରିପାରିଥାଏ ।

ଏହାର ଅର୍ଥ ହେଉଛି ୨୦ ମିନିଟରେ, ବୃତ୍ତିଗତ ତୀରନ୍ଦାଜମାନେ ୩୦ ଟି ତୀର ମାରିବାରେ ସକ୍ଷମ | କିନ୍ତୁ ସଞ୍ଜନା ୧୩ ମିନିଟରେ ୧୧୧ ତୀରକୁ ଲକ୍ଷ୍ୟଭେଦ କରିପାରିଛି । ସେ କହିଛନ୍ତି, ସଞ୍ଜନା ଏକ ଚମତ୍କାର ରେକର୍ଡ ସୃଷ୍ଟି କରିଛି। ଏହାର ସ୍ୱୀକୃତି ପାଇଁ ଆମେ ଏହାକୁ ଗିନିଜ ୱାର୍ଲ୍ଡ ରେକର୍ଡକୁ ପଠାଇବୁ |

publive-image photo-NDTV

କୋଚ କହିଛନ୍ତି, ତୀରନ୍ଦାଜ ପାଇଁ ସଞ୍ଜନାଙ୍କର ବହୁତ ଆଗ୍ରହ ରହିଛି ଏବଂ ସେ ଆଗାମୀ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ୱାଧୀନତା ଦିବସରେ ଏକ ନୂଆ ରେକର୍ଡ ସ୍ଥାପନ କରିବେ। ପ୍ରଶିକ୍ଷକ କହିଛନ୍ତି ଯେ ୧୦ ବର୍ଷ ବୟସ ପରେ ସଞ୍ଜନାଙ୍କୁ ୨୦୩୨ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରାଯିବ । ଆଉ ସଞ୍ଜନା ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିବେ ଯାହା ଦେଶକୁ ଗର୍ବିତ କରାଇବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe