ବାଇକ ଚାଳକଙ୍କ ଜୀବନ ବଞ୍ଚାଇବା ପାଇଁ ଦ୍ରୁତଗତିରେ ଗାଡ଼ି ଚଲାଇ ଏଭଳି କାମ କଲେ ହେଲମେଟ ମ୍ୟାନ

ବାଇକ ଚାଳକଙ୍କ ଜୀବନ ବଞ୍ଚାଇବା ପାଇଁ ଦ୍ରୁତଗତିରେ ଗାଡ଼ି ଚଲାଇ ଏଭଳି କାମ କଲେ ହେଲମେଟ ମ୍ୟାନ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ନାମ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ଏହି ନାମଟି ହେଉଛି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲ‌ମେଟ ମ୍ୟାନ ‌ବୋଲି ଡାକୁଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ପ୍ରଥମଥର ସେ ଖୁବ ଦ୍ରୁତଗତିରେ ଗାଡ଼ି ଚାଲଉଛନ୍ତି। ହେଲମେଟ ମ୍ୟାନ ଏତେ ସ୍ପିଡରେ ଗାଡ଼ି ଚଲାଇବାର ଅର୍ଥ ହେଉଛି ସେ ଜଣେ ବାଇକ ଚାଳକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କର ଭୁରିଭୁରି ପ୍ରଶଂସା କରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି, ରାଘବେନ୍ଦ୍ର କୁମାର ଦ୍ରୁତଗତିରେ କାର ଚଲାଇ ରାସ୍ତାରେ  ହେଲମେଟ ପିନ୍ଧି ନଥିବା ଜଣେ ବାଇକ ଚାଳକଙ୍କୁ ଅଟକାଉଛନ୍ତି। ବାଇକ ଚାଳକ ଅଟକିବା ମାତ୍ରେ ସେ ତୁରନ୍ତ ତାଙ୍କୁ ହେଲମେଟ ବଢ଼ାଇ ଦେଇ ପିନ୍ଧିବାକୁ କହୁଛନ୍ତି।

ଆଉ ତାଙ୍କ କେଶର ପ୍ରଶଂସା କରି କହୁଛନ୍ତି,‘ଜୀବନ ଥିଲେ ସିନା ଆମେ ଷ୍ଟାଇଲ ମାରିବା। ତେଣୁ ଆପଣ ଆଗାମୀ ଦିନରେ ଯେବେ ବି ଗାଡ଼ି ନେଇ କୌଣସି ସ୍ଥାନକୁ ବାହାରୁଛନ୍ତି। ହେଲମେଟ ପିନ୍ଧିବାକୁ ଭୁଲିବେ ନାହିଁ।’

ଏହି ଭିଡିଓକୁ ରାଘବେନ୍ଦ୍ର କୁମାର ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ହେଲମେଟ ମ୍ୟାନଙ୍କ ଏଭଳି କାମ ପାଇଁ ଭୁରିଭୁରି ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe