ଆଜି ପ୍ରଥମ ଶ୍ରାବଣ ସୋମବାର, ବିଶ୍ବାସ ରହିଛି ଯେ ଶିବଙ୍କୁ ଏହି ଜିନିଷ ଅର୍ପଣ କଲେ ପୂରା ହେବ ମାନସିକ

Advertisment
ଆଜି ପ୍ରଥମ ଶ୍ରାବଣ ସୋମବାର, ବିଶ୍ବାସ ରହିଛି ଯେ ଶିବଙ୍କୁ ଏହି ଜିନିଷ ଅର୍ପଣ କଲେ ପୂରା ହେବ ମାନସିକ

India Daily

ଆଜି ପ୍ରଥମ ଶ୍ରାବଣ ସୋମବାର। ଆପଣ ଜାଣନ୍ତି ଯେ ଶ୍ରାବଣ ମାସକୁ ଏକ ପୂଣ୍ୟର ମାସ ଭାବେ ମନାଯାଏ। ଶିବଙ୍କର ଏହି ମାସର ପ୍ରତ୍ୟେକ ସୋମବାର ବେଶ୍‌ ଗୁରୁତ୍ବପୂର୍ଣ୍ଣ। ବିଶ୍ବାସ ରହିଛି ଯେ ଶ୍ରାବଣ ସୋମବାରରେ ଶିବଙ୍କ ପୂଜାର୍ଚ୍ଚନା କରି ଯାହାବି ମାଗିବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରା ହେବ। ତେବେ ଚାଲନ୍ତୁ ଜାଣିବା ଶ୍ରାବଣ ସୋମବାରରେ ଶିବଙ୍କୁ କିପରି ପୂଜା କଲେ ସେ ତୃପ୍ତ ହୋଇଥାନ୍ତି।

ଶିବଙ୍କୁ ପ୍ରସନ୍ନ କରିବାକୁ ଭକ୍ତମାନେ ବେଲପତ୍ର, ଗଙ୍ଗାଜଳ, ଖିର, ଭାଙ୍ଗ, କର୍ପୂର, ଚାଉଳ ଆଦି ଅର୍ପଣ କରିଥାନ୍ତି। ମାତ୍ର ଏପରି ଏକ ଜିନିଷ ଅଛି ଯାହା ଶିବଙ୍କର ଅତି ପ୍ରିୟ। ଆପଣ ଯଦି ଶିବଙ୍କୁ ରୁଦ୍ରାକ୍ଷ ଅର୍ପଣ କରିବେ ତାହାଲେ ହର ହର ଦେବ ମହାଦେବ ନିଶ୍ଚୟ ପ୍ରସନ୍ନ ହେବେ।

ଏହାକୁ ଆପଣ ମହାଦେବଙ୍କୁ ଅର୍ପଣ କରିପାରନ୍ତି କିମ୍ବା ମହାଦେବଙ୍କ ନିକଟରୁ ପୂଜା କରି ଆଣି ନିଜେ ବି ନିଜ ଶରୀରରେ ଧାରଣ କରିପାରନ୍ତି। ବିଶ୍ବାସ କରାଯାଏ ଯେ ଶରୀରରେ ରୁଦ୍ରାକ୍ଷ ଧାରଣ କଲେ ଅନେକ ସମସ୍ୟା ଦୂର ହୋଇଯାଏ। ଶାରୀରିକ ଅସୁସ୍ଥତାରୁ ନେଇ ଦୁଶ୍ଚିନ୍ତା ଆଦି ଦୂର ହୋଇଥାଏ ରୁଦ୍ରାକ୍ଷ ପିନ୍ଧିବା ଦ୍ବାରା।

ଶ୍ରାବଣ ପ୍ରଥମ ସୋମବାରରେ ମହାଦେବଙ୍କୁ ରୁଦ୍ର‌ାକ୍ଷ ଚଢ଼ାଇଲେ ଖୁବ୍‌ ଭଲ ହୋଇଥାଏ। ମାତ୍ର ଆପଣ ଅନ୍ୟ ସୋମବାରରେ ବି ଚଢ଼ାଇ ପାରିବେ। ରୁଦ୍ରାକ୍ଷ ଅର୍ପଣ କରି ଆପଣ କିଛି ମାନସିକ କଲେ ଖୁବ୍ ଶୀଘ୍ର ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ ବୋଲି ବିଶ୍ବାସ ରହିିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe