ଆସନ୍ତୁ ଜାଣିବା କେଉଁ ସବୁ ଆକାଉଣ୍ଟ ଉପରେ ଲାଗୁ ହୋଇନଥାଏ ମିନିମମ ବାଲାନ୍‌ସ ନିୟମ

Advertisment
ଆସନ୍ତୁ ଜାଣିବା କେଉଁ ସବୁ ଆକାଉଣ୍ଟ ଉପରେ ଲାଗୁ ହୋଇନଥାଏ ମିନିମମ ବାଲାନ୍‌ସ ନିୟମ

ଦେଶର ସବୁଠାର ବଡ ସରକାରୀ ବ୍ୟାଙ୍କ ହେଉଛି ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ। ସାରା ଦେଶରେ ଏସବିଆଇର ପାଖାପାଖି କୋଟିଏରୁ ଅଧିକ ଆକାଉଂଟ ହୋଲ୍‌ଡର୍ସ ରହିଛନ୍ତି, କିନ୍ତୁ ମିନିମମ ବାଲାନ୍‌ସ ନଖିବା ଚକ୍କରରେ ବ୍ୟାଙ୍କ ଗ୍ରାହକଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରୁଛି। ଏସବିଆଇ ତରଫରୁ ଜାରି ଆକଳନ ମୁତାବକ, ମିନମମ ବାଲାନ୍‌ସର ଚଟଚାର୍ଜ ଆଧାରରେ ବ୍ୟାଙ୍କ ପାଖାପାଖି ୧୭୭୧ କୋଟି ଟଙ୍କା ଗ୍ରାହକଙ୍କଠାରୁ ଆଦାୟ କରିଛି। ତେବେ ବ୍ୟାଙ୍କ ଏଭଳି ୮ଟି ଆକାଉଂଟ ଖୋଲିଥାଏ, ଯେଉଁଥିରେ ଏହି ନିୟମ ଲାଗୁ ହୋଇନଥାଏ। ଆସନ୍ତୁ ଜାଣିବା ଏ ସଂପର୍କରେ ।

ଏସିବିଆଇ ତରଫରୁ ଜାରି କରାଯାଇଥିବା ଏକ ରିପୋର୍ଟ ଆଧାରରେ, ଏହି ୮ଟି ବ୍ୟାଙ୍କ ଆକାଉଣ୍ଟରେ ଯଦି ଆପଣ ଜିରୋ ବାଲାନ୍‌ସ ବି ରହିଥାଏ ତେବେ ବି ଆପଣଙ୍କଠାରୁ ମିନିମମ ବାଲାନ୍‌ସ ଚାର୍ଜ ଆଦାୟ କରି ପାରିବ ନାହିଁ ବ୍ୟାଙ୍କ। ଏଥିରେ ସ୍ୱଳ୍ପ ସଂଚୟ, ବେସିକ୍‌ ସେଭିଂ ଆକାଉଣ୍ଟ ସମେତ ଅନ୍ୟାନ୍ୟ ଆକାଉଣ୍ଟ ମଧ୍ୟ ସାମିଲ।

publive-image

ଏହି ୮ଟି ଆକାଉଣ୍ଟ ଉପରେ ଲାଗିନଥାଏ ମିନିମମ ବାଲାନ୍‌ସ ଚାର୍ଜ

(୧) ଫାଇନ୍‌ସିଆଲ ଇନିକ୍ୟୁଜନ ଆକାଉଣ୍ଟ
(୨) ନୋ ଫ୍ରିଲ୍‌ ଆକାଉଣ୍ଟ
(୩) ସାଲାରୀ ପ୍ୟାକେଜ୍‌ ଆକାଉଣ୍ଟ
(୪) ବେସିକ୍‌ ସେଭିଂ ବ୍ୟାଙ୍କ ଡିପୋଜିଟ୍‌
(୫) ସ୍ମଲ୍‌ ସେଭିଂ ଆକାଉଣ୍ଟ
(୬) ପହଲା କଦମ୍‌ ଆଣ୍ଡ ପହଲା ଉଡାନ୍‌ ସେଭିଂ ଆକାଉଣ୍ଟ
(୭) ପେନସନର୍ସ ଆକାଉଣ୍ଟ
(୮) ମାଇନର ଆକାଉଣ୍ଟ

ଆପଣ ଯଦି ଚାହିଁବେ ତ ନିଜ ବର୍ତ୍ତମାନର ସଂଚୟ ଖାତାକୁ ଏହି ୮ଟି ଆକାଉଣ୍ଟ ମଧ୍ୟରୁ କୌଣସି ବି ଗୋଟିଏରେ ପରିବର୍ତ୍ତନ କରିପାରିବେ। ଯଦି ଆପଣ ଆପଣଙ୍କର ଖାତାକୁ ଏଥିମଧ୍ୟରୁ କୌଣସି ବି ଗୋଟିଏରେ ପରିବର୍ତ୍ତନ କରନ୍ତି ତେବେ ଆପଣ ମିନିମମ ବାଲାନ୍‌ସ ରଖିବା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe