ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନ୍ପୁରୀରୁ ଏକ ନିଆରା ଏବଂ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ ସରକାରୀ ସ୍କୁଲର ପିଲାମାନେ ଏକ ଅଦ୍ଭୁତ ନୃତ୍ୟ ପରିବେଷଣ କରୁଛନ୍ତି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଦେଖିବା ପରେ ସମସ୍ତେ ହସିବାରେ ଲାଗିଛନ୍ତି।

Advertisment

ଏହି ନୃତ୍ୟରେ ପିଲାମାନେ ସେମାନଙ୍କ ମୁଣ୍ଡରେ ଥାଳି ପିଟି ପିଟି  ନାଚୁଛନ୍ତି, ଯାହାକୁ ପାରମ୍ପରିକ ଭାବେ “ଥାଳି ତୋଡ୍ ଡ୍ୟାନ୍ସ” ବା “କପ୍ପଲ୍ ଫୋଡ୍ ଡ୍ୟାନ୍ସ” କୁହାଯାଇଥାଏ। 

ଭିଡିଓରେ, ପିଲାମାନେ ଏକ ଭୋଜପୁରୀ ଗୀତରେ ନାଚୁଛନ୍ତି। ପିଲାମାନଙ୍କର ଏହି ନିଆରା ନୃତ୍ୟ କେବଳ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରି ନ ଥିଲା ବରଂ ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ପ୍ରଶଂସା ସାଉଁଟିଥିଲା। ଏହି ଭିଡିଓକୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି। ଏହି ଡ୍ୟାନ୍ସ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ସେୟାର ମଧ୍ୟ କରାଯାଉଛି।

ଭିଡିଓରେ ଦେଖାଯାଉଛି ଯେ ପିଲାମାନେ ଭୋଜପୁରୀ ଗୀତରେ ନାଚୁଛନ୍ତି। କିନ୍ତୁ ତାଙ୍କର ନୃତ୍ୟ ଶୈଳୀ ସାଧାରଣ ନୁହେଁ। ସେମାନେ ଥାଳିକୁ ସେମାନଙ୍କ ମୁଣ୍ଡରେ ପିଟିବା ସମୟରେ ନାଚୁଛନ୍ତି। ଏହା ଗୀତର ତାଳେ ତାଳେ କରାଯାଉଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହେଉଛି। ଉତ୍ସବରେ କିଛି ବିଶେଷ ଅତିଥି ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳୁଛି। ପିଲାମାନଙ୍କର ଏହି ନୃତ୍ୟ ଦେଖି ଅତିଥିମାନେ ହସି ହସି ବେଦମ୍ ହୋଇଯାଇଥିଲେ। 

ମୁଣ୍ଡରେ ଥାଳି ପିଟି ନାଚିଲେ ସ୍କୁଲ ପିଲା: ସୋସିଆଲ ମିଡ଼ିଆରେ ଭାଇରାଲ..
 

ଉତ୍ତରପ୍ରଦେଶର ମୈନପୁରୀରେ ଏକ ସରକାରୀ ସ୍କୁଲ ପିଲାମାନଙ୍କର ନିଆରା‘ଥାଳି ତୋଡ୍ ଡ୍ୟାନ୍ସ’ଭିଡ଼ିଓ ସୋସିଆଲ ମିଡ଼ିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ମଜାଳିଆ ନୃତ୍ୟରେ ପିଲାମାନେ ସେମାନଙ୍କ ମୁଣ୍ଡରେ ଥାଳି ପିଟି ନାଚୁଛନ୍ତି ।
 ଲୋକେ ହସି ହସି ବେଦମ୍...


ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନ୍ପୁରୀରୁ ଏକ ନିଆରା ଏବଂ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ ସରକାରୀ ସ୍କୁଲର ପିଲାମାନେ ଏକ ଅଦ୍ଭୁତ ନୃତ୍ୟ ପରିବେଷଣ କରୁଛନ୍ତି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଦେଖିବା ପରେ ସମସ୍ତେ ହସିବାରେ ଲାଗିଛନ୍ତି। ଏହି ନୃତ୍ୟରେ ପିଲାମାନେ ସେମାନଙ୍କ ମୁଣ୍ଡରେ ଥାଳି ପିଟି ପିଟି  ନାଚୁଛନ୍ତି, ଯାହାକୁ ପାରମ୍ପରିକ ଭାବେ “ଥାଳି ତୋଡ୍ ଡ୍ୟାନ୍ସ” ବା “କପ୍ପଲ୍ ଫୋଡ୍ ଡ୍ୟାନ୍ସ” କୁହାଯାଇଥାଏ। 

ଭିଡିଓରେ, ପିଲାମାନେ ଏକ ଭୋଜପୁରୀ ଗୀତରେ ନାଚୁଛନ୍ତି। ପିଲାମାନଙ୍କର ଏହି ନିଆରା ନୃତ୍ୟ କେବଳ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରି ନ ଥିଲା ବରଂ ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ପ୍ରଶଂସା ସାଉଁଟିଥିଲା। ଏହି ଭିଡିଓକୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି। ଏହି ଡ୍ୟାନ୍ସ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ସେୟାର ମଧ୍ୟ କରାଯାଉଛି।

ଭିଡିଓରେ ଦେଖାଯାଉଛି ଯେ ପିଲାମାନେ ଭୋଜପୁରୀ ଗୀତରେ ନାଚୁଛନ୍ତି। କିନ୍ତୁ ତାଙ୍କର ନୃତ୍ୟ ଶୈଳୀ ସାଧାରଣ ନୁହେଁ। ସେମାନେ ଥାଳିକୁ ସେମାନଙ୍କ ମୁଣ୍ଡରେ ପିଟିବା ସମୟରେ ନାଚୁଛନ୍ତି। ଏହା ଗୀତର ତାଳେ ତାଳେ କରାଯାଉଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହେଉଛି। ଉତ୍ସବରେ କିଛି ବିଶେଷ ଅତିଥି ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳୁଛି। ପିଲାମାନଙ୍କର ଏହି ନୃତ୍ୟ ଦେଖି ଅତିଥିମାନେ ହସି ହସି ବେଦମ୍ ହୋଇଯାଇଥିଲେ। 

ସୂଚନାଯୋଗ୍ୟ, ‘ଥାଳି ତୋଡ୍ ଡ୍ୟାନ୍ସ’ ହେଉଛି ଏକ ପାରମ୍ପରିକ ନୃତ୍ୟ ଶୈଳୀ ଯାହା ମହାରାଷ୍ଟ୍ର ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଇଥାଏ। ଏହି ନୃତ୍ୟର ମଜା ଏବଂ ବିଚିତ୍ର ଶୈଳୀ ଏହାକୁ ଅଧିକ ସ୍ୱତନ୍ତ୍ର କରିଥାଏ। ନୃତ୍ୟ କଲାବ‌େଳେ ଏଥିରେ ମୁଣ୍ଡକୁ ଥାଳି‌ର ପିଟି ଅଣ୍ଟା ଦୋହଲାଇ ନାଚ କରିବାକୁ ପଡ଼ିଥାଏ। 

ଅଧିକ ପଢ଼ନ୍ତୁ:କେଉଁ କ୍ରିକେଟରଙ୍କ ସହ ଘଣ୍ଟାଏ ବିତାଇବାକୁ ଚାହାଁନ୍ତି ମନୁ: କହିଲେ ମନର କଥା...

ସୂଚନାଯୋଗ୍ୟ, ‘ଥାଳି ତୋଡ୍ ଡ୍ୟାନ୍ସ’ ହେଉଛି ଏକ ପାରମ୍ପରିକ ନୃତ୍ୟ ଶୈଳୀ ଯାହା ମହାରାଷ୍ଟ୍ର ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଇଥାଏ। ଏହି ନୃତ୍ୟର ମଜା ଏବଂ ବିଚିତ୍ର ଶୈଳୀ ଏହାକୁ ଅଧିକ ସ୍ୱତନ୍ତ୍ର କରିଥାଏ। ନୃତ୍ୟ କଲାବ‌େଳେ ଏଥିରେ ମୁଣ୍ଡକୁ ଥାଳି‌ର ପିଟି ଅଣ୍ଟା ଦୋହଲାଇ ନାଚ କରିବାକୁ ପଡ଼ିଥାଏ। 

ଅଧିକ ପଢ଼ନ୍ତୁ:ମଦ୍ୟପଙ୍କୁ ଗୋଡ଼ାଇ ଗୋଡ଼ାଇ ଝାଡୁରେ ପିଟିଲେ ମହିଳା: ଭିଡ଼ିଓ ଭାଇରାଲ