୩ଡି ପ୍ରିଣ୍ଟର୍‌ରେ ପ୍ରସ୍ତୁତ ହେଉଛି ସ୍କୁଲ୍‌ !

Advertisment
୩ଡି ପ୍ରିଣ୍ଟର୍‌ରେ ପ୍ରସ୍ତୁତ ହେଉଛି ସ୍କୁଲ୍‌ !

Tech Times

ଶିକ୍ଷା ହେଉଛି ପ୍ରତ୍ୟେକ ଶିଶୁର ଏକ ମୌଳିକ ଅଧିକାର, କିନ୍ତୁ ଆଜି ବି ପୃଥିବୀର ପ୍ରାୟ ଅଢ଼େଇ କୋଟି ଶିଶୁ ସ୍କୁଲ୍ ଶିକ୍ଷାରୁ ବଞ୍ଚିତ ଅଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ‘ଥିଙ୍କିଙ୍ଗ୍‌ ହଟ୍‌’ ନାମକ ଅଣଲାଭକାରୀ ସଂଗଠନ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଖଟାଇ ଶ୍ରେଣୀ ଗୃହ ନିର୍ମାଣ ଆରମ୍ଭ କରିଛି। ଏଥିପାଇଁ ୩ଡି ପ୍ରିଣ୍ଟିଙ୍ଗ୍‌ କୌଶଳକୁ ବ୍ୟବହାର କରାଯାଉଛି। କମ୍ପ୍ୟୁଟର୍‌ ଦ୍ବାରା ସ୍କୁଲ୍‌ର ମଡେଲ୍ ପ୍ରସ୍ତୁତ କରିବା ପରେ ତାହାର ବିଭିନ୍ନ ଅଂଶକୁ ୩ଡି ପ୍ରିଣ୍ଟର୍‌ରେ ପ୍ରସ୍ତୁତ କରାଯାଉଛି ଏବଂ ନିର୍ମାଣ ସ୍ଥଳରେ ସେଗୁଡ଼ିକୁ ଯୋଡ଼ି ଖୁବ୍ କମ୍ ସମୟରେ ସ୍କୁଲ୍‌ ଛିଡ଼ା କରାଇବା ସମ୍ଭବ ହେଉଛି।

‘ଥିଙ୍କିଙ୍ଗ୍‌ ହଟ୍‌’ ନିକଟରେ ମାଡାଗାସ୍କର୍‌ର ଉପାନ୍ତ ଅଞ୍ଚଳରେ ଏହାର ପ୍ରଥମ ସ୍କୁଲ୍ ପ୍ରତିଷ୍ଠା କରିଛି। ଏହା ଫଳରେ ଶିକ୍ଷାରୁ ବଞ୍ଚିତ ଶତାଧିକ ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ମିଳିପାରିଛି। ସ୍କୁଲ୍‌ ନିର୍ମାଣରେ ବ୍ୟବହୃତ ସାମଗ୍ରୀଗୁଡ଼ିକ ପରିବେଶ ଅନୁକୂଳ ଏବଂ ସ୍କୁଲ୍ କକ୍ଷଗୁଡ଼ିକୁ କମ୍ ଶକ୍ତି-ସାପେକ୍ଷ ଶୈଳୀରେ ଡିଜାଇନ୍‌ କରାଯାଇଛି। ବର୍ତ୍ତମାନ ଏହି ଉପାୟରେ ମାଡାଗାସ୍କର୍‌ରେ ଦ୍ବିତୀୟ ସ୍କୁଲ୍ ନିର୍ମାଣ ଚାଲିଛି। ଆଗକୁ ଏହି ଅଣଲାଭକାରୀ ସଂଗଠନ ପୃଥିବୀର ଅନ୍ୟାନ୍ୟ ଦେଶରେ ଏଭଳି ସ୍କୁଲ୍ ନିର୍ମାଣର ଯୋଜନା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe