ସବୁଠୁ ରାଗୁଆ ସଙ୍କର ଜାତୀୟ ଲଙ୍କା ଫଳାଇଲେ ବୈଜ୍ଞାନିକ

Advertisment
ସବୁଠୁ ରାଗୁଆ ସଙ୍କର ଜାତୀୟ ଲଙ୍କା ଫଳାଇଲେ ବୈଜ୍ଞାନିକ

Representative Image

ଇମ୍ଫାଲ: ମଣିପୁରର ଜଣେ ବୈଜ୍ଞାନିକ ସଫଳତାର ସହ ସବୁଠୁ ରାଗୁଆ ଭାରତୀୟ ସଙ୍କର ଜାତୀୟ ଲଙ୍କା ଫଳାଇଛନ୍ତି। ଭାରତର ଉତ୍ତରପୂର୍ବାଞ୍ଚଳରେ ଥିବା ଏହି ଅଞ୍ଚଳରେ ବିଭିନ୍ନ କିସମର ରାଗୁଆ ଲଙ୍କା ସୃଷ୍ଟି ବୋଲି ବିବେଚନା କରାଯାଏ।

ନୂତନ ସଙ୍କର ଜାନୀୟ ଲଙ୍କାଟି କ୍ୟାପ୍‌ସିକମ୍‌ ଫ୍ରୁଟ୍‌ସେନ୍‌ସ୍‌ କଲ୍‌ଟିଭାର୍‌ ଓ କ୍ୟାପ୍‌ସିକମ୍‌ ଚାଇନିଜ୍‌ ସିଭି ସମ୍ମିଶ୍ରଣରେ ତିଆରି ହୋଇଛି। ସମ୍ପ୍ରତି ‘ଭୂତ ଜଳଖିଆ’ ବା ମଣିପୁରୀରେ ‘ଉ-ମୋରୋକ’ କୁହାଯାଉଥିବା ଲଙ୍କାଟି ଭାରତର ସବୁଠୁ ରାଗୁଆ ଲଙ୍କା ଭାବେ ୨୦୦୭ ମସିହାରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ ରେକର୍ଡରେ ସ୍ଥାନିତ ହୋଇଛି।

publive-image Image Courtesy of HT

ସ୍କୋଭାଇଲ୍‌ ସ୍କେଲ୍‌ରେ ଏହି ନୂତନ ସଙ୍କର ଜାତୀୟ ଲଙ୍କାର ହାରାହାରି ରାଗ ପରିମାଣ ହେଉଛି ୨୮୭, ୪୦୦ ହିଟ୍‌ ୟୁନିଟ୍‌। ଏଥିରେ ଥିବା କ୍ୟାପ୍‌ସାଇସିନ୍‌ର ମାତ୍ରା ହେଉଛି ୧. ୮୦%।

ମଣିପୁରସ୍ଥିତ କ୍ୱାକ୍‌ଲେଇ ଆଣ୍ଡ୍‌ ଖୋଙ୍ଗୁନ୍‌ମେଲେଇ ଅର୍ଚିଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ବିଜ୍ଞାନୀ ରାଜକୁମାର କିଶୋର କହନ୍ତି: ୨୦୦୭ରେ ମୁଁ ସଉକୀରେ ସଙ୍କର ଜାତୀୟ ଲଙ୍କା ଫଳାଉଥିଲି। ପରେ ହାଇବ୍ରିଡ୍‌ ଜେନୋଟାଇପ୍‌ର ଜେନେଟିକ୍‌ ଷ୍ଟାବିଲାଇଜେସନ୍‌ ଉପରେ ଗବେଷଣା ଜାରି ରଖିଲି। ଗତବର୍ଷ କୋଚି ଠାରେ ଥିବା କ୍ୱାଲିଟି ଇଭାଲ୍ୟୁଏସନ୍‌ ଲାବରାଟରି ଅଫ୍‌ ସ୍ପାଇସେସ୍‌ରେ ଏହି ଲଙ୍କାର ବିଶ୍ଳେଷଣ କରାଯାଇଥିଲା।

‘କିଶୋର ଫାୟାର୍‌ ବଲ୍‌’ ବା ‘କିଶୋରଙ୍କ ଅଗ୍ନି ପିଣ୍ଡୁଳା’ ବୋଲି ନାମିତ ଏହି ନୂତନ ଲଙ୍କା ଟିକିଏ ବଙ୍କୁଆ ଏବଂ ଭାରତର ସବୁଠୁ ରାଗୁଆ ଲଙ୍କା ଠାରୁ ଟିକିଏ ସାନ। ଏହାର ଗଛ ୫ ଫୁଟ୍‌ ଉଚ୍ଚ ଯାଏଁ ବଢ଼େ ଏବଂ ଏଥିରେ ୫୦ ରୁ ୬୦ଟି ଲଙ୍କା ଫଳେ। ଏହାକୁ ସିଧାସଳଖ ଖରା ପଡୁଥିବା ସ୍ଥାନରେ ଚାଷ କରି ହେବ। ଏହା ଶୀଘ୍ର ପଚି ଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe