ଚିତ୍କାର କରିବା ଯାହାଙ୍କ ପେସା!

ଚିତ୍କାର କରିବା ଯାହାଙ୍କ ପେସା!

The Guardian

ଆମେରିକାର ଆସ୍‌ଲି ପେଲ୍‌ଡନ୍‌ ଏମିତି ଜଣେ ପେସାଦାର କଳାକାର ଯିଏ ଜୋର ପାଟିରେ ଚିତ୍କାର କରି ଜୀବିକା ନିର୍ବାହ କରୁଛନ୍ତି। ବାସ୍ତବରେ ହଲିଉଡ୍‌ ଚଳଚ୍ଚିତ୍ର ଓ ଟିଭି କାର୍ଯ୍ୟକ୍ରମରେ ଅଭିନେତ୍ରୀମାନଙ୍କ ସ୍ଥାନରେ ନିଜର ଚିତ୍କାରର ସ୍ବର ଦେବା ପାଇଁ ସେ ଘଣ୍ଟା ଘଣ୍ଟା ଧରି ବିଭିନ୍ନ ସ୍ବରରେ ଭୟଙ୍କର ଚିତ୍କାର କରନ୍ତି। ଚିତ୍କାର କରିବା ଏକ ସାଧାରଣ କଥା ମନେ ହେଉଥିଲେ ହେଁ ଏହା ଅଭିନେତା-ଅଭିନେତ୍ରୀଙ୍କର ସ୍ବରକୁ ସାମୟିକ ବା ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ କରିପାରେ।

ଏହା ଚଳଚ୍ଚିତ୍ର ସୁଟିଂରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ଥାଏ। ତେଣୁ ବିପଜ୍ଜନକ ଦୃଶ୍ୟ ସୁଟିଂ ପାଇଁ ଯେମିତି ପେସାଦାର ଷ୍ଟଣ୍ଟ୍‌ସମ୍ୟାନ୍ ଥାଆନ୍ତି ସେହିଭଳି ଭାବେ ଅଭିନେତା-ଅଭିନେତ୍ରୀଙ୍କ ଚିତ୍କାର କରିବାର ଦୃଶ୍ୟ ଥିଲେ ସେମାନଙ୍କ ସ୍ଥାନରେ ଆସ୍‌ଲିଙ୍କ ଭଳି ପେସାଦାର କଣ୍ଠ ଦେଇଥାନ୍ତି। ଆସ୍‌ଲିଙ୍କ ଚିତ୍କାର କରିବାର ଦକ୍ଷତା ସାନ ବେଳୁ ଜଣାପଡ଼ିଥିଲା। ତାଙ୍କୁ ମାତ୍ର ସାତ ବର୍ଷ ବୟସରେ ‘ଚାଇଲ୍‌ଡ ଅଫ ଆଙ୍ଗର୍‌’ ଶୀର୍ଷକ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହି ଚଳଚ୍ଚିତ୍ରରେ ସେ ଦୀର୍ଘ ସମୟ ଧରି ଚିତ୍କାର କରିବାର ଦୃଶ୍ୟମାନ ରହିଛି।

ଏହା ତାଙ୍କୁ ଏକ ଉଜ୍ଜ୍ବଳ କ୍ୟାରିୟର୍‌ ପାଇଁ ବାଟ କଢ଼ାଇଥିଲା। ୨୦ ବର୍ଷ ବୟସ ବେଳକୁ ସେ ୪୦ରୁ ଅଧିକ ଚଳଚ୍ଚିତ୍ର ଓ ଧାରାବାହିକରେ କାମ କରିସାରିଥିଲେ। ଦୃଶ୍ୟର ଆବଶ୍ୟକତା ଅନୁଯାୟୀ ସେ ଭୟ, କ୍ରୋଧ, ଖୁସି, ସଫଳତା, କ୍ରନ୍ଦନ ଜନିତ ବିବିଧ ରକମର ଚିତ୍କାର କରିପାରନ୍ତି। ଏହି ପେସାରେ କଠିନ ପରିଶ୍ରମ କରିବାକୁ ପଡ଼େ ବୋଲି ସେ କୁହନ୍ତି। ବେଳେ ବେଳେ ତାଙ୍କୁ ଲଗାତାର ଆଠ ଘଣ୍ଟା ଧରି ମାଇକ୍ରୋଫୋନ୍ ଆଗରେ ଚିତ୍କାର କରିବାକୁ ପଡ଼େ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe