ଭୂସ୍ଖଳନ ସ୍ଥଳୀରେ ଉଦ୍ଧାର କାର୍ଯ୍ୟରେ ଆଶାର କିରଣ ପାଲଟିଛି ସନ୍ଧାନକାରୀ କୁକୁର ମାୟା

ଭୂସ୍ଖଳନ ସ୍ଥଳୀରେ ଉଦ୍ଧାର କାର୍ଯ୍ୟରେ ଆଶାର କିରଣ ପାଲଟିଛି ସନ୍ଧାନକାରୀ କୁକୁର ମାୟା

www.newindianexpress.com

ପେଟିମୁଦି:  କେରଳରେ ଭୂସ୍ଖଳନରେ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପାଇଁ  ଆଶାର କିରଣ ପାଲଟିଛି କେରଳ ପୋଲିସର ପ୍ରଥମ କ୍ୟାଡର ଅନୁସନ୍ଧାନକାରୀ କୁକୁର ମାୟା। ଏକ ବର୍ଷରୁ ବି କମ୍ ବୟସର ବେଲଜିୟମ ମାଲିନୋଇସ୍ ପ୍ରଜାତିର ଏହି ଅନୁସନ୍ଧାନକାରୀ କୁକୁରଟି ଧ୍ବଂସସ୍ତୁପ ତଳୁ ମୃତଦେହ ଖୋଜିବାରେ ସାହାଯ୍ୟ କରୁଛି ।

ଜାଣିବାକୁ ମିଳିଛି ରବିବାର ପ୍ରବଳ ବର୍ଷା ହେତୁ ଭୁସ୍ଖଳନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲେ ହେଁ ରାତି ଗୋଟାଏରେ ଅନୁସନ୍ଧାନ କାର୍ଯ୍ୟ ବନ୍ଦ କରି ତ୍ରିସୁରକୁ ଫେରିବା ପୂର୍ବରୁ ମାୟା ତିନି ଫୁଟ ଗଭୀରରେ ପୋତି ହୋଇଥିବା ତିନିଟି ମୃତଦେହକୁ ଚିହ୍ନଟ କରିଥିଲା। ଉଦ୍ଧାର କାମରେ ମାୟାର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି।

ଅନ୍ୟ ଏକ କୁକୁର ଡୋନା ସହ ମିଶି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ମାୟା ସୋମବାର ଦିନ ପେଟିମୁଦିରେ ପହଞ୍ଚିଥିବା ସୂଚନା ରହିଛି। ନଅ ମାସର ତାଲିମ୍‌ ଆରମ୍ଭ କରି ଦେଇଥିବା ମାୟାକୁ ଆହୁରି ଛଅ ମାସର ତାଲିମ୍‌ ଦିଆଯିବ ବୋଲି  ପ୍ରଶିକ୍ଷକ ଗଣମାଧ୍ୟମରେ କହିଛନ୍ତି।

publive-image Manorama Online

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏବେ ପର୍ଯ୍ୟନ୍ତ ମାୟାକୁ ରକ୍ତ ଓ ଦାନ୍ତ ଚିହ୍ନିବାର ତାଲିମ୍‌ ପ୍ରଦାନ କରାଯାଉଥିଲା। ଆଗକୁ ଅହୁରି ଗୁରୁତ୍ବପୂର୍ଣ୍ଣ ତାଲିମ୍‌ ଦିଆଯିବ। ଆସନ୍ତା ୧୬ ତାରିଖରେ ମାୟାକୁ ବର୍ଷେ ପୂରିଯିବ। ମାୟା ପରି ଡୋନା ମଧ୍ୟ ଏକ ତାଲିମ୍‌ପ୍ରାପ୍ତ କୁକୁର। ତାକୁ ଆବର୍ଜନା ତଳୁ ଜୀବନ ଖୋଜିବାର ତାଲିମ୍‌ ଦିଆଯାଇଛି।

ଉ‌ଲ୍ଲେଖଯୋଗ୍ୟ, କେରଳର ଇଡୁକି ଜିଲ୍ଲାରେ ଅଗଷ୍ଟ ୭ରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ପ୍ରାୟ ୭୦-୮୪ଲୋକ ବସବାସ କରୁଥିବା ବେଳେ ଏବେ ଘଟଣାର ୩ଦିନ ପରେ ୪୩ଜଣଙ୍କର ମୃତଦେହ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe