ପ୍ରଶ୍ନ-ଉତ୍ତର ରାଉଣ୍ଡ୍‌ରେ ମାନୁଷୀଙ୍କ ମନଛୁଆଁ ଉତ୍ତରରେ ଚକିତ ହେଲେ ବିଚାରପତି, ଭାରତକୁ ସମର୍ପିଲେ ‘ବିଶ୍ୱ ସୁନ୍ଦରୀ’ ମୁକୁଟ!

Advertisment
ପ୍ରଶ୍ନ-ଉତ୍ତର ରାଉଣ୍ଡ୍‌ରେ ମାନୁଷୀଙ୍କ ମନଛୁଆଁ ଉତ୍ତରରେ ଚକିତ ହେଲେ ବିଚାରପତି, ଭାରତକୁ ସମର୍ପିଲେ ‘ବିଶ୍ୱ ସୁନ୍ଦରୀ’ ମୁକୁଟ!

ମୁମ୍ବାଇ: ଦୀର୍ଘ ୧୭ ବର୍ଷ ପରେ ଭାରତକୁ ଫେରିଛି ବିଶ୍ୱ ସୁନ୍ଦରୀ ମୁକୁଟ। ଶନିବାର ଚୀନର ସାନ୍ୟାଠାରେ ଆୟୋଜିତ ହୋଇଥିବା ମିସ୍‌ ଓ୍ଵାର୍ଲଡ ଗ୍ରାଣ୍ଡ୍‌ ଫାଇନାଲ୍‌ରେ ହରିଆଣାର ୨୦ ବର୍ଷୀୟା ମାନୁଷୀ ଚିଲର ଏହି ମୁକୁଟର ବିଜୟିନୀ ହୋଇଛନ୍ତି। ବିଭିନ୍ନ ଦେଶରୁ ଅଂଶ ଗ୍ରହଣ କରିଥିବା ୧୦୮ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁଟକୁ ବାଜିମାତ୍‌ କଲେ ଭାରତୀୟ ସୁନ୍ଦରୀ ମାନୁଷୀ। ତେବେ, ଶେଷ ରାଉଣ୍ଡ୍‌ ବା ପ୍ରଶ୍ନ ଉତ୍ତର ରାଉଣ୍ଡ୍‌ରେ ମାନୁଷୀ କିଛି ଏପରି ଉତ୍ତର ଦେଇଥିଲେ ଯାହା ଶୁଣିବା ପରେ ବିଚାରପତିମାନେ ଚକିତ ହୋଇଥିଲେ। ମାନୁଷୀଙ୍କ ଅତି ସୂକ୍ଷ୍ମ ଉତ୍ତର ଶୁଣିବା ପରେ ‘ବିଶ୍ୱ ସୁନ୍ଦରୀ’ ମୁକୁଟ ଭାରତକୁ ଦେବା ପାଇଁ ଯେପରି ବିବଶ ହୋଇପଡ଼ିଥିଲେ ବିଚାରପତିଗଣ। ତେବେ, କ’ଣ ଥିଲା ସେ ପ୍ରଶ୍ନ। ମାନୁଷୀ କ’ଣ ଦେଲେ ତା’ର ଉତ୍ତର? ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ଶେଷ ରାଉଣ୍ଡ୍‌ ତଥା ପ୍ରଶ୍ନ-ଉତ୍ତର ରାଉଣ୍ଡ୍‌ ପାଇଁ ଷ୍ଟେଜ୍‌ ଉପରେ ଉପସ୍ଥିତ ଥିଲେ ୫ ଦେଶର ୫ ସୁନ୍ଦରୀ। ସମସ୍ତଙ୍କ ପ୍ରଶ୍ନ ଥିଲା ଭିନ୍ନ। ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଦେଖଣାହାରୀ। ସମସ୍ତଙ୍କ ମନରେ ସେଇ ଗୋଟାଏ ଉତ୍ସାହ। କାହାକୁ ମିଳିବ କେଉଁ ଭଳି ପ୍ରଶ୍ନ, କିଏ ଦେଇପାରିବ ମନଛୁଆଁ ଉତ୍ତର, କିଏ ଜିଣିବ ବିଚାରପତିଙ୍କ ମନ, କାହା ମୁଣ୍ଡରେ ବସିବ ବିଶ୍ୱ ସୁନ୍ଦରୀ ମୁକୁଟ? ସବୁ ଉତ୍ସୁକତାର ଅନ୍ତଃ ଘଟାଇ ଜଣ ଜଣ କରି ସୁନ୍ଦରୀମାନଙ୍କୁ ନିଜର ଦେଶର ନାମ ଧରି ଷ୍ଟେଜ୍‌ ଉପରକୁ ଡାକିଥିଲେ ଆଙ୍କ୍‌ର। ପ୍ରଥମେ ଇଂଲଣ୍ଡ, ଦ୍ୱିତୀୟରେ ଫ୍ରାନ୍ସ ଏବଂ ତୃତୀୟରେ ଡାକିଥିଲେ ଇଣ୍ଡିଆ। ଇଣ୍ଡିଆ ଡକାଯିବା ପରେ ଷ୍ଟେଜ୍‌ରେ ପହଞ୍ଚିଥିଲେ ମାନୁଷୀ।

ମାନୁଷୀଙ୍କୁ ପଚରା ଯାଇଥିବା ପ୍ରଶ୍ନଟି ଥିଲା,‘କେଉଁ ଧରଣର ଚାକିରିଆଙ୍କୁ ସବୁଠାରୁ ବେଶି ଦରମା ମିଳିବା ଉଚିତ ଏବଂ କାହିଁକି?’

ବିଦୁଷୀ ମାନୁଷୀଙ୍କ ଉତ୍ତରଥିଲା, ‘ମାଆ! ଜଣେ ମାଆକୁ ସବୁଠାରୁ ବେଶି ଦରମା ମିଳିବା ଉଚିତ। ସନ୍ତାନ ପ୍ରତି ଜଣେ ମାଆର ସ୍ନେହ, ତ୍ୟାଗ, ଭଲପାଇବା ଓ କର୍ତ୍ତବ୍ୟଠାରୁ ସଂସାର କୌଣସି ଚାକିରି ଊର୍ଧ୍ୱରେ ନୁହେଁ। ଅନ୍ୟ କୌଣସି ଚାକିରିଆ ଜଣେ ମାଆଠାରୁ ବେଶି ଯୋଗ୍ୟ ନୁହଁନ୍ତିି। ଉତ୍ସର୍ଗୀକୃତ ଭାବେ କାମ କରିବା କାହାକୁ କହନ୍ତି ତାହାର ଜ୍ୱଳନ୍ତ ଉଦାହରଣ ମାଆ। ଦରମାର ମାନେ କେବଳ ଅର୍ଥ ବୋଲି ମୁଁ ଭାବେନା। ସ୍ନେହ ଓ ସମ୍ମାନରେ ମିଳୁଥିବା ଉପାହାରକୁ ଦରମା ବୋଲି କୁହାଯାଇପାରେ। ମୋତେ ଲାଗେ ମୋ ମାଆକୁ ସଂସାରର ସବୁତକ ସ୍ନେହ ଓ ସମ୍ମାନ ମିଳିବା ଉଚିତ।’

ମାନୁଷୀଙ୍କ ଏପରି ଉତ୍ତରରେ ମନ୍ତ୍ରମୁଗ୍ଧ ହୋଇପଡ଼ିଥିଲେ ବିଚାରପତିଗଣ। ପରସ୍ପର ଭିତରେ କଥା ହେବାକୁ ଲାଗିଥିଲେ। ମାନୁଷୀଙ୍କ ଉପରୁ ଉଠୁନଥିଲା କାହାରି ନଜର। ବୋଧହୁଏ ମାନୁଷୀଙ୍କର ଶେଷ ମୁହୂର୍ତ୍ତର ହୃଦୟସ୍ପର୍ଶୀ ମନ୍ତବ୍ୟ ପାଇଁ ହାରିଗଲେ ବାକି ୪ ଫାଇନାଲିଷ୍ଟ୍‍। ବାଜିମାତ୍‌ କଲେ ଭାରତୀୟ ସୁନ୍ଦରୀ। ଶେଷ ମୁହୂର୍ତ୍ତରେ ଶୁଭିଥିଲା ସେଇ ଗୋଟାଏ ଶବ୍ଦ ‘ଇଣ୍ଡିଆ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe