ସଫଳ ହେବା ପାଇଁ ସ୍ୱାମୀ ବିବେକାନନ୍ଦ ଦେଇଥିବା ୫ ମନ୍ତ୍ର

ସଫଳ ହେବା ପାଇଁ ସ୍ୱାମୀ ବିବେକାନନ୍ଦ ଦେଇଥିବା ୫ ମନ୍ତ୍ର

ଶ୍ରୀରାମ କୃଷ୍ଣ ପରମହଂସଙ୍କର ସବୁଠାରୁ ଧାର୍ମିକ ଓ ଶୃଙ୍ଖଳିତ ଛାତ୍ର ଥିଲେ ସ୍ୱାମୀ ବିବେକାନନ୍ଦ। ତାଙ୍କ ପରଲୋକର ଏତେ ବର୍ଷ ପରେ ବି ଲୋକେ ଏ ଯାଏ ତାଙ୍କୁ ମନେ ରଖିଛନ୍ତି, ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେଉଛନ୍ତି। ବିବେକାନନ୍ଦ ସଫଳତାର କେତୋଟି ମନ୍ତ୍ର କହିଯାଇଛନ୍ତି, ଯାହା ଆଜି ଆମେ ଆଲୋଚନା କରିବା।

ସେ ସବୁବେଳେ ଲୋକଙ୍କୁ ସ୍ୱାର୍ଥହୀନ କାର୍ଯ୍ୟ କରିବା ପାଇଁ ଉପଦେଶ ଦିଅନ୍ତି। ଯେଉଁ କାର୍ଯ୍ୟରେ ସ୍ୱର୍ଥ ରହିଥାଏ ସେ କାର୍ଯ୍ୟ ସେତେ ସୁକାର୍ଯ୍ୟ ହୋଇପାରେନା। ସୁକାର୍ଯ୍ୟ କରୁଥିବା ବ୍ୟକ୍ତି ହିଁ ସଫଳତା ପାଇବାର ହକ୍‌ଦାର।

publive-image

ଧର୍ମକର୍ମ ଓ ପାପପୂଣ୍ୟକୁ ବୁଝିବା ପାଇଁ ସେ ସବୁବେଳେ ଉପଦେଶ ଦେଉଥିଲେ। ପାପ ଓ ପୂଣ୍ୟର ଫରକ ନ ଜାଣି ପାରିଲେ ଜଣେ ବ୍ୟକ୍ତି ପୂଣ୍ୟ କାର୍ଯ୍ୟ କରିବ କିପରି!

ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିବା ଉଚିତ। ଜୀବନ ସବୁବେଳେ ମଜ୍ଜାରେ କାଟି ଦେବା ପାଇଁ ନୁହେଁ। ମନେ ରହିବା ଉଚିତ ଯେ ଆମ ଦ୍ୱାରା କିଛି ଉତ୍ତମ କାର୍ଯ୍ୟ ହେବାର ଅଛି ବୋଲି ଭଗବାନ ଆମକୁ ଭୂପୃଷ୍ଟରେ ଜନ୍ମ ଦେଇଛନ୍ତି।

ଜୀବନର କିଛି ନିର୍ଦ୍ଦିଷ୍ଟ ନୀତି ହେବା ଦରକାରା। ସେହି ନୀତି ବାହାରକୁ ଯାଇ କେବେ କିଛି କାମ ନକରିବାକୁ ବ୍ୟକ୍ତିକୁ ପଣ କରିବା ଉଚିତ। ତହାଲେ ଯାଇ ମିଳିବ ଜୀବନରେ ସଫଳତା।

ସବୁକିଛି ପରେ ଅନ୍ୟକୁ ପ୍ରେମ କରିବା ଉଚିତ। ପ୍ରେମର ସେହି ଅଦ୍ଭୂତ ମହକ, ସେହି ଅଦ୍‌ଭୂତ ଚମକକୁ ଅନୁଭବ କରିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe