ଯେଉଁଠି ଦିନେ ଉଡ଼ୁଥିଲା ଲାଲ୍ ପତାକା, ଆଜି ସେଠି ଫରଫର ଉଡ଼ୁଛି ତ୍ରିରଙ୍ଗା... ଲାଲଗଡ଼ର ଛାତି ଉପରେ ତାଣ୍ଡବ ରଚିଲେ ବୀର ଯବାନ

Advertisment
ଲାଲଗଡ଼

Photograph: (Sambad.in)

ରାଇପୁର: ସେ ପାହାଡ଼ ଦିନେ ଥିଲା ଲାଲଗଡ଼ । ସେ ଜଙ୍ଗଲ ଦିନେ ଥିଲା ନକ୍ସଲଙ୍କର... ଘଞ୍ଚ ଜଙ୍ଗଲରେ ଚାଲୁଥିଲା ଲାଲ୍ ବାହିନୀଙ୍କ ହୁକୁମ୍... ପହାଡ ଉପରେ ପ୍ରସ୍ତୁତ ହେଉଥିଲା ରଣନୀତି । ଗୁମ୍ଫାରେ ଚାଲୁଥିଲା ଅସ୍ତ୍ର ଶସ୍ତ୍ର ତିଆରି... ଗୋଟିଏ କି ଦୁଇଟି ନୁହେଁ ଅନେକ ମାଓସଙ୍ଗଠନର ହେଡକ୍ବାଟର ଥିଲା ଏହି କରେଗୁଟ୍ଟାଲୁ ପାହାଡ । 

ହେଲେ ଆଜି ବଦଳିଛି ସ୍ଥିତି, ବଦଳି ଯାଇଛି ଚିତ୍ର । ଆଜି ନକ୍ସଲ ନେତାଙ୍କ ହୁକୁମ୍ ଚାଲୁନି କି ମାଓବାଦୀଙ୍କ ମେଳି ଜମୁନି କି ପାହାଡର ଛାତି ଉପରେ ଲାଲ୍ ପତାକା ଉଡୁନି । ଅପରେସନ୍ ବ୍ଲାକ୍ ଫରେଷ୍ଟ ଧ୍ବଂସ କରିଛି ନକ୍ସଲଙ୍କ ଆଡ୍ଡା । ଯବାନଙ୍କ ଗୁଳିର ଗର୍ଜନ ଉଡାଇ ଦେଇଛି ନକ୍ସଲଙ୍କ ନିଦ । ଜୀବନ ବିକଳରେ ତ୍ରାହି ତ୍ରାହି ଡାକି ଲୁଚି ଯାଇଛନ୍ତି କିଛି ଆଉ କିଛି ନିପାତ ହୋଇଛନ୍ତି । ୨୧ ଦିନର ଅପରେସନରେ ୩୧ ଜଣ ମାଓବାଦୀଙ୍କ ସଫା କରାଯାଇଥିବା ବେଳେ ଆଜି ବି ପାହାଡର ଆଖପାଖରେ ସର୍ଚ୍ଚ ଅପରେସନ ଚାଲିଛି କାରଣ କାଳେ ଯଦି କେଉଁଠି ଜଣେ ଲୁଚି ଯାଇଥିବ । କାରଣ ଭାରତକୁ ମାଓମୁକ୍ତ କରିବାକୁ ଡେଡ୍ ଲାଇନ୍ ଦିଆସରିଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ ଅଭିଯାନ ଚାଲୁଥିବା ବେଳେ ଅନେକ ନକ୍ସଲ ମଧ୍ୟ ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରୁଛନ୍ତି । 

କରେଗୁଟ୍ଟାଲୁ ପାହାଡର ବ୍ଲାକ୍ ଫରେଷ୍ଟରେ  ୨୧ ଦିନର ୨୧ଟି ଏନକାଉଣ୍ଟରରେ ୩୧ ମାଓବାଦୀଙ୍କୁ ନିପାତ୍ କରାଯାଇଛି । ୨୦୦ରୁ ଅଧିକ ବଙ୍କର ଓ ୪ଟି ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ ହୋଇଛି ।  ୪୫ ଡିଗ୍ରି ତାପମାତ୍ରାରେ ୬୦ କିମି ଲମ୍ବ ଓ ୧ କିମି ଉଚ୍ଚ ପାହାଡ ଉପରେ ଅପରେଶନ କରାଯାଇଥିଲା । ବିଏସଏଫର ହେଲିକପ୍ଟର ସାଙ୍ଗକୁ ସିଆରପିଏଫ୍ ଯବାନ, କୋବ୍ରା, ଡିଆରଜି ଓ ଏସଟିଏଫର ଯବାନ ମାଓବାଦୀଙ୍କ ନିଦ ହଜାଇ ଦେଇଥିଲେ । 
କରେଗଟ୍ଟାଲୁ ଜଂଲରେ ହୋଇଥିବା ଅପରେସନରେ ପୁଲିସକୁ ବଡ ସଫଳତା ମିଳିଥିବାରୁ ଯବାନଙ୍କୁ ପ୍ରଶଂସା କରାଯାଇଛି। ଦିନରାତି ଏକ କରି ଯବାନ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବିଏସଏଫ ହେଲିକେପ୍ଟର ଏମାନଙ୍କ ଉପରେ ନଜର ରଖିବା ସହ ସହଯୋଗ କରୁଥିଲା। ଯବାନଙ୍କୁ ଡ୍ରୋନ ବହୁତ ସାହାଯ୍ୟ କରିଥିଲା। ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କର ଗତିବିଧି ଜାଣି ସେମାନଙ୍କୁ ସହଜରେ ଟାର୍ଗେଟ କରାଯାଇପାରୁଥିଲା। ନକ୍ସଲମାନେ ଆତ୍ମସମର୍ପଣ ନକରିବା ଯାଏଁ ଅପରେସନ ପୁଣି ଆରମ୍ଭ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe