ଡିୟୁଟି ସହିତ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ସୁରକ୍ଷାକର୍ମଚାରୀ

Advertisment

ସୁରକ୍ଷାକର୍ମଚାରୀ ଭାବେ ରାତିରେ ଡିୟୁଟି କରିବା ସହିତ ପୁଲିସରେ ଯୋଗ ଦେବା ପାଇଁ ପରୀକ୍ଷାର କରୁଛନ୍ତି ପ୍ରସ୍ତୁତି। ଭିଡିଓ ଭାଇରାଲ ହେବାପରେ ଅମିତଙ୍କ ପ୍ରତତିକ୍ରିୟା।

ସୁରକ୍ଷାକର୍ମଚାରୀ ଭାବେ ରାତିରେ ଡିୟୁଟି କରିବା ସହିତ ପୁଲିସରେ ଯୋଗ ଦେବା ପାଇଁ ପରୀକ୍ଷାର କରୁଛନ୍ତି ପ୍ରସ୍ତୁତି। ଭିଡିଓ ଭାଇରାଲ ହେବାପରେ ଅମିତଙ୍କ ପ୍ରତତିକ୍ରିୟା।

New Project (8)

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଖୁବ ପ୍ରେରଣାଦାୟକ ରହିଥାଏ। ନିକଟରେ ଜଣେ ସୁରକ୍ଷାକର୍ମୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ସୁରକ୍ଷାକର୍ମଚାରୀ ଜଣକଙ୍କ ନାମ ଅମିତ ।

ଭିଡିଓରେ ୨୩ ବର୍ଷୀୟ ଯୁବକ ଡ୍ୟୁଟି ସମୟରେ ଗଣିତର କିଛି ପ୍ରଶ୍ନର ସମାଧାନ କରୁଥିବାର ଦେଖିବାକୁ ମିଳିଛି। ଡିୟୁଟି ସମୟରେ ଏଭଳି ପରୀକ୍ଷା ପ୍ରସ୍ତୁତିକୁ ନେଇ ଅମିତ କହିଛନ୍ତି, ‘ଆର୍ଥିକ ସଙ୍କଟ ହେତୁ ସୁରକ୍ଷାକର୍ମଚାରୀ ଭାବେ କାମ କରୁଛି।

ରାତିରେ ଡିୟୁଟି କରୁଥିବା ବେଳେ ଯଦି ସମୟ ମିଳିଯାଏ ତେବେ ତାହାକୁ ନଷ୍ଟ ନକରି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଏ। କିନ୍ତୁ ମୋ ଡିୟୁଟିରେ ଯେମିତି ହେଳା ନହୁଏ ସେଥିପ୍ରତି ମୁଁ ଯଥେଷ୍ଟ ଧ୍ୟାନ ଦେଇଥାଏ।ମୁଁ ପ୍ରସ୍ତୁତି ବିହାର ପୁଲିସ ପାଇଁ କରୁଛି। ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ଆଗାମୀ ଦିନରେ ମୋର ପରିଶ୍ରମର ଫଳ ପ୍ରଦାନ କରନ୍ତୁ। ଯଦ୍ବାରା ମୋର ପରିବାର ମୁହଁରେ ହସ ଖେଳି ପାରିବ।’

ଏହି ଭିଡିଓ ଭାଇରାଲ ହେବାପରେ ଅମିତଙ୍କ ପ୍ରେରଣାଦାୟକ କାହାଣୀକୁ ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe