ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣ ଷ୍ଟେସନରେ ଦୁଇଜଣ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ଜଣେ ବୃଦ୍ଧଙ୍କ ଜୀବନ ରକ୍ଷା ପାଇ ଯାଇଛି। ମଙ୍ଗଳବାର ଦିନ ଜଣେ ୫୨ ବର୍ଷୀୟ ଯାତ୍ରୀ ଦିଲୀପ ଭିକାନ ମାଣ୍ଡେ କଲ୍ୟାଣ ରେଳ ଷ୍ଟେସନରେ ଟ୍ରେନରୁ ଓହ୍ଲାଇବା ସମୟରେ ପ୍ଲାଟଫର୍ମ ଏବଂ ଟ୍ରାକ ମଧ୍ୟରେ ଖସି ପଡ଼ିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ରେଳ ସୁରକ୍ଷା ବଳର ଯବାନ କେ ସାହୁ ଓ ମହାରାଷ୍ଟ୍ର ସୁରକ୍ଷା ବଳର ଯବାନ ସୋମନାଥ ମହାଜନ ଉକ୍ତ ଯାତ୍ରୀଙ୍କ ପାଖକୁ ଦୌଡ଼ି ଯାଇ ତାଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲେ।
NDTV.comପ୍ରକାଶିତ ରିପୋର୍ଟ ମୁତାବକ, ଦିଲୀପ ଭିକାନ ମାଣ୍ଡେ ଓ ତାଙ୍କ ପୁଅଙ୍କୁ ମୁମ୍ବାଇର କଲ୍ୟାଣ ଷ୍ଟେସନ୍ରୁ କାମାୟାନି ଏକ୍ସପ୍ରେସ ଯୋଗେ ମଧ୍ୟପ୍ରଦେଶର ବୁରହାନପୁର ଯାତ୍ରା କରିବାର ଥିଲା କିନ୍ତୁ ଦୁହେଁ ହଠାତ ବିହାର ଯାଉଥିବା ପବନ ଏକ୍ସପ୍ରେସରେ ଚଢ଼ି ଯାଇଥିଲେ। ଯେତେବେଳେ ବାପା-ପୁଅ ଭୁଲ ଟ୍ରେନ୍ରେ ଚଢ଼ିଥିବା ଜାଣିଥିଲେ ସେତେବେଳକୁ ଟ୍ରେନ୍ ଷ୍ଟେସନରୁ ଛାଡ଼ିବା ଆରମ୍ଭ କରି ଦେଇଥିଲା। ଏହି ସମୟରେ ଦିଲୀପ ଏବଂ ତାଙ୍କ ପୁଅ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଅସାବଧାନତା ହେତୁ ଦିଲୀପ ଧାରଣା ମଝିରେ ଖସି ପଡ଼ିଥିଲେ। ଏହି ଘଟଣାର ଦୃଶ୍ୟ ଷ୍ଟେସନରେ ଥିବା ସିସିଟିଭିରେ କଏଦ ହୋଇଯାଇଥିଲା।
NDTV.comସିସିଟିଭି ଫୁଟେଜରେ ଦିଲୀପ ଏବଂ ତାଙ୍କ ପୁଅ ଜିନିଷପତ୍ର ନେଇ ଟ୍ରେନରୁ ଡେଇଁ ପଡୁଥିବାର ନଜର ଆସୁଛନ୍ତି। ଘଟଣାସ୍ଥଳରେ ଥିବା ମହାରାଷ୍ଟ୍ର ସୁରକ୍ଷା ବଳର କର୍ମଚାରୀ ସୋମନାଥ ମହାଜନ ଏବଂ ସବ୍ ଇନ୍ସପେକ୍ଟର ପ୍ରୋଟେକ୍ସନ୍ ଫୋର୍ସ ଅଧିକାରୀ କେ ସାହୁ ତୁରନ୍ତ ଦିଲୀପଙ୍କ ସାହାଯ୍ୟ ପାଇଁ ଦୌଡ଼ି ଯାଇ ବୃଦ୍ଧଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଏଥିରେ ଦିଲୀପଙ୍କୁ ସାମାନ୍ୟ ଆଘାତ ଲାଗିଥିଲା।
Follow Us