କଦଳୀ ନୁହେଁ ସାପ; ଭୟାଳୁ ସ୍ବଭାବର ନହୋଇଥିଲେ ଭିଡିଓଟିକୁ ଦେଖନ୍ତୁ

Advertisment
କଦଳୀ ନୁହେଁ ସାପ; ଭୟାଳୁ ସ୍ବଭାବର ନହୋଇଥିଲେ ଭିଡିଓଟିକୁ ଦେଖନ୍ତୁ

ନୂଆଦିଲ୍ଳୀ: ପ୍ରକୃତି ନିଜ ଭିତରେ ଏପରି କିଛି ରହସ୍ୟକୁ ଲୁଚାଇ ରଖିଛି ଯାହା ବେଳେ ବେଳେ ମଣିଷ ଆଖିକୁ ଦ୍ବନ୍ଦ୍ବରେ ପକାଇଥାଏ। ଦୁନିଆରେ ଏପରି କିଛି ଜୀବଯନ୍ତୁ ଅଛନ୍ତି, ଯାହାଙ୍କୁ ଆମେ ଆଜି ଯାଏ ଦେଖିପାରିନେ। ଏପରି ଅନେକ କିଛି ଅଛି ଯାହା ଆମ ଜ୍ଞାନ ପରିସରଠାରୁ ଊର୍ଧ୍ବରେ।

ଆପଣ ଫଟୋଟିକୁ ଦେଖି ନିଶ୍ଚୟ ଦ୍ବନ୍ଦ୍ବରେ ପଡ଼ିଥିବେ। ମୁଁ ଯେତେବେଳେ ପ୍ରଥମେ ଫଟୋଟିକୁ ଦେଖିଲି, ଏହାକୁ ଏକ କଦଳୀ ବୋଲି ଭାବି ବସିଲି। ଆପଣ ବି ହୁଏତ ସେପରି ଭାବିଥାଇ ପାରନ୍ତି। ମାତ୍ର ଫଟୋଟିକୁ ନିରିଖେଇ ଦେଖିଲେ ଜାଣିପାରିବେ ଯେ ଏହା କଦଳୀ ନୁହେଁ, ଏକ ଧରଣର ସାପ ବୋଲି।

ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌‌ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିିଛି ଏକ ସ୍ଥାନରେ ଗୋଟିଏ କଦଳୀ ରଖାଯାଇଛି। ସେହି କଦଳୀକୁ ଲାଗି ଏକ ସାପ ଶୋଇଛି। ସାପଟି ଅବିକଳ ପାଚିଲା କଦଳୀ ପରି ଦେଖିବାକୁ।

ସାପଟିକୁ ଜଣେ ବ୍ୟକ୍ତି ନିଜ ହାତରେ ଟେକୁଛନ୍ତି। ଟେକିବା ପରେ ସାପଡ଼ି ଭିଡ଼ି ମୋଡ଼ି ହେଉଛି। ତାପରେ ସାପଟିର ମୁଣ୍ଡ ସ୍ପଷ୍ଟ ଭାବେ ଭିଡିଓରେ ଦୃଶ୍ୟମାନ ହୋଇଛି। ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ବୁଲିବା ପରେ ଅନେକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।

ଏହି ସାପଟିର ନାଁ ବାନାନା ବଲ୍‌ ପାଇଥନ୍‌। ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓଟି ଏବେ ଘୂରିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe