ଫ୍ରିଜରେ ରଖା ଯାଇଥିବା ଲାଉକୁ ଦେଖି କାହିଁକି ଭୟଭୀତ ହାଇଗଲେ ଆଇନଜୀବୀଙ୍କ ପତ୍ନୀ ଜାଣନ୍ତୁ

Advertisment
ଫ୍ରିଜରେ ରଖା ଯାଇଥିବା ଲାଉକୁ ଦେଖି କାହିଁକି ଭୟଭୀତ ହାଇଗଲେ ଆଇନଜୀବୀଙ୍କ ପତ୍ନୀ ଜାଣନ୍ତୁ

zeenews

ପାଟନା: ବିହାର ପଟନାରୁ ଲାଉ ସହିତ ଜଡ଼ିତ ଥିବା ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଘଟଣା ହାଇକୋର୍ଟର ଜଣେ ଆଇନଜୀବୀଙ୍କ ଘରେ ଘଟିଛି। ଯେଉଁଠାରେ ଆଇନଜୀବୀଙ୍କ ପତ୍ନୀ ଫ୍ରିଜରେ ରଖାଯାଇଥିବା ଲାଉକୁ ଦେଖି ଘର ଛାଡ଼ିବା ପାଇଁ ସ୍ୱାମୀଙ୍କ ପାଖରେ ଜିଦ କରିଥିଲେ।

ଆଇନଜୀବୀ ଅନେକ ଦିନ ହେଲା ଭେଣ୍ଡି, ପୋଟଳ ଓ କଲରା ନେଇ ଘରୁ ଆସୁଥିଲେ। ପତ୍ନୀ ସ୍ୱାମୀଙ୍କୁ ଲାଉ ଆଣିବା ପାଇଁ କହିଥିଲେ। ଗତ ଶୁକ୍ରବାର ସେ ଏକ ଲାଉ କିଣି ଆଣିଥିଲେ। ରାତିରେ ଖାଇବା ପାଇଁ ସେହି ଲାଉରୁ ସେ ଅଧା କାଟି ରୋଷେଇ କରିଥିଲେ ଓ ଆଉ ଖଣ୍ଡେ ଲାଉକୁ ସେ ଫ୍ରିଜରେ ରଖି ଦେଇଥିଲେ। ଶନିବାର ସକାଳେ ଆଇନଜୀବୀଙ୍କ ପତ୍ନୀ ଯେତେବେଳେ ଫ୍ରିଜ ଦେଖିଥିଲେ ସେ ଚିତ୍କାର କରି ଉଠିଥିଲେ। କାରଣ ସେ ଯେତିକି ବଡ଼ ଲାଉ ରଖିଥିଲେ, ସେହି ଲାଉର ଆକାର ରାତି ସୁଦ୍ଧା ବୃଦ୍ଧି ପାଇ ଯାଇଥିଲା।

publive-image

ଏହାପରେ ପତ୍ନୀ ସେଠାରେ ରହିବାକୁ ମନା କରି ଦେଇଥିଲେ। ଆଇନଜୀବୀ ବି ଦେଖିଲା ବେଳକୁ ଲାଉର ଆକାର ପୂର୍ବଦିନ ଲାଉଖଣ୍ଡର ଆକାର ଠାରୁ ବଡ଼ ଥିଲା। ତେବେ ଦୁହିଁଙ୍କ ଏଭଳି ଅବସ୍ଥା ଦେଖି ପାଖପଡୋଶୀ ଦୌଡ଼ି ଆସଥିଲେ। ଆଇଜୀବୀଙ୍କ ଠାରୁ ଘଟଣା ବିଷୟର ଜାଣିବା ପରେ ସେମାନେ ଦମ୍ପତ୍ତିଙ୍କୁ ବୁଝାଇ କହିଥିଲେ, କି ଚାଷୀ ପନିପରିବାକୁ ଶୀଘ୍ର ବଡ଼ କରିବା ପାଇଁ ବିଭନ୍ନ ପ୍ରକାର ଔଷଧକୁ ଇନ୍‌ଜେକ୍‌ସନ୍‌ ଜରିଆରେ ବ୍ୟବହାର କରୁଛନ୍ତି। ସେହି କାରଣରୁ ଖଣ୍ଡ ଲାଉର ଆକର ଏପରି ବୃଦ୍ଧି ପାଇ ଯାଇଥିବା। ପତି-ପତ୍ନୀ ଦୁହେଁ ପଡୋଶୀଙ୍କ କଥା ବୁଛିଥିଲେ ହେଁ ଫ୍ରିଜରୁ ଲାଉକୁ ବାହାର କରି ଫିଙ୍ଗି ଦେବା ସହ ଆଉ କେବେ ଲାଉ ଆଣିବେ ନାହିଁ ବୋଲି ମନସ୍ଥ କରିଥିଲେ।

ସୌଜନ୍ୟ: zeenews
https://zeenews.india.com/hindi/off-beat/wife-astonished-to-see-unique-gourd-increases-unnaturally-freeze-story-viral-on-social-media/531212

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe