ଭୋପାଳ: ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଲସୁଡିଆ ପରିହାର ଗାଁରେ ଦୀପାବଳିର ଦ୍ୱିତୀୟ ଦିନରେ ନାଗରାଜାଙ୍କ ଏକ ଅଦାଲତ ବସିଥାଏ। ଏହି ଅଦାଲତ ବିଷୟରେ ଯିଏ ବି ଶୁଣୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହା ବାସ୍ତବ ଘଟଣା ନା କାଳ୍ପନିକ ବୋଲି ପ୍ରଶ୍ନ କରୁଛନ୍ତି।
ତେବେ ଏହି ଅଦ୍ଭୁତ ଅଦାଲତକୁ ନେଇ ଗ୍ରାମବାସୀମାନେ କହିଛନ୍ତି, ‘ଏହି ପରମ୍ପରା ଗତ ୧୦୦ବର୍ଷ ଧରି ଚାଲି ଆସୁଛି। ଏହି ଅଦାଲତର ବିଚାରପତି ହୋଇଥାଆନ୍ତି ପ୍ରଭୁ ଶ୍ରୀ ହନୁମାନ। ଅଦାଲତ ଆରମ୍ଭ ହେବା ସମୟରେ ଢୋଲକ, ମଞ୍ଜିରା ଏବଂ ମଟକି ବଜା ଯାଇଥାଏ। ଏହାପରେ ସର୍ପ ଦଂଶନର ଶିକାର ହୋଇଥିବା ପୀଡ଼ିତାଙ୍କ ମଧ୍ୟରୁ କିଛି ପୀଡ଼ିତା ଦୋହଲିବାକୁ ଆରମ୍ଭ କରନ୍ତି। ସାପ ଭଳି ସ୍ବଭାବ ଦେଖାଇଥାଆନ୍ତି।ଏହାପରେ ପୀଡିତ/ପୀଡ଼ିତାଙ୍କ ବାସ୍ତବ ସ୍ୱର ଯାହା ଥାଏ ତାହା ଧୀରେ ଧୀରେ ପରିବର୍ତ୍ତନ ହୋଇଥାଏ। ଏହାପରେ ସେ କାହାକୁ କେଉଁ କାରଣ ପାଇଁ ଦଂଶନ କରିଥିଲେ ସେ କଥା କହିଥାଆନ୍ତି। ଏହାପରେ ସେ ଭଗବାନ ହନୁମାନଙ୍କ ସମ୍ମୁଖରେ ନିଜର ଭୁଲ ସ୍ୱୀକାର କରିଥାଆନ୍ତି।
ଅଧିକପଢ଼ନ୍ତୁ:"କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨" ରେ ଅଭିନୟ କରିବେ ବିଲ୍ ଗେଟ୍ସ
ଗାଁର ଗନ୍ନୁ ମହାରାଜ ତ୍ୟାଗୀଙ୍କ କହିବା ଅନୁସାରେ, ତାଙ୍କ ପରିବାର ପିଢ଼ି ପରେ ପିଢ଼ି ଏହି ପରମ୍ପରା ପାଳନ କରିଆସୁଛନ୍ତି। ସେମାନେ ବର୍ଷସାରା ସର୍ପାଘାତର ଚିକିତ୍ସା କରନ୍ତି, କିନ୍ତୁ ଦୀପାବଳିର ଦ୍ୱିତୀୟ ଦିନରେ ସେମାନେ ବିଶେଷ ମନ୍ତ୍ର, ପୂଜା ବିଧି ସହିତ "ନାଗରାଜ କି ଅଦାଲତ"ର ଆୟୋଜନ କରିଥାଆନ୍ତି।
ଏହି ଦିନ ମନ୍ଦିରରେ "କାଣ୍ଡି" ନାମକ ଏକ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଯାଏ। ଏହାର ସ୍ୱର ସମଗ୍ର ପରିସରରେ ପ୍ରତିଧ୍ୱନିତ ହୁଏ। କୁହାଯାଏ ଯେ ଏହି ସ୍ୱର ମଧ୍ୟରେ ସାପର ଆତ୍ମା ଦେଖାଯାଏ। "କାଣ୍ଡି" ବାଦ୍ୟଯନ୍ତ୍ର ସ୍ବର ଯେତେ ତୀବ୍ର ହୋଇହୋଇ ଚାଲେ ପୀଡ଼ିତ/ପୀଡ଼ିତାଙ୍କ ସ୍ବଭାବରେ ପରିବର୍ତ୍ତନ ଦେଖା ଦେଇଥାଏ, ଯେପରି କୌଣସି ଅଲୌକିକ ଶକ୍ତି ପ୍ରବେଶ କରୁଛି।
ନାଗରାଜଙ୍କ ଅଦାଲତ ଲାସୁଡିଆ ପରିହାର ଗାଁରକୁ ଏକ ବିଶେଷ ପରିଚୟ ଦେଇଛି।
ଅଧିକପଢ଼ନ୍ତୁ:ଆମେରିକାରେ ଭାରତୀୟ ଟ୍ରକ୍ ଚାଳକ ନେଲେ ୩ଜଣଙ୍କ ଜୀବନ
sehore unique court snake spirit