ନିଃସ୍ବାର୍ଥପର ସେବା ଓ ଆୟୁଷ

Advertisment
ନିଃସ୍ବାର୍ଥପର ସେବା ଓ ଆୟୁଷ

Selfless service and longevity

ଆତ୍ମସନ୍ତୋଷ ଲାଭ ପାଇଁ ସେଭଳି କିଛି ଧରାବନ୍ଧା ନିୟମ ନାହିଁ। ସୁତରାଂ ଭିନ୍ନ ବ୍ୟକ୍ତି ଭିନ୍ନ କାର୍ଯ୍ୟରେ ନିଜକୁ ମଗ୍ନ ରଖିବା ପାଇଁ ପସନ୍ଦ କରିଥା’ନ୍ତି। ବୟସ ନିର୍ବିଶେଷରେ ସମାଜରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସ୍ବେଚ୍ଛାରେ ଅନ୍ୟମାନଙ୍କର ସେବା କରିବାରେ ଅପାର ଆନନ୍ଦ ଲଭିଥା’ନ୍ତି। ଶ୍ରମ ଦାନ କରି ହେଉ ଅଥବା ଅର୍ଥ ବିନିଯୋଗ କରି ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ନିଆରା ଆନନ୍ଦ ଲାଭ କରିଥାନ୍ତି। ତେବେ ଏଭଳି ସ୍ବେଚ୍ଛାସେବୀମାନେ ସେବା ଦ୍ବାରା କେବଳ ଯେ ଅନ୍ୟର ମଙ୍ଗଳ ସାଧନ କରନ୍ତି, ତାହା ନୁହେଁ। ଏହି ମହତ୍‌ କାମ ମଧ୍ୟ ସଂପୃକ୍ତ ସ୍ବେଚ୍ଛାସେବୀଙ୍କର ଆୟୁ ବଢ଼ାଇଥାଏ ବୋଲି ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ଜାଣିପାରିଛନ୍ତି। ପ୍ରାୟ ୧୩ ହଜାର ସ୍ବେଚ୍ଛାସେବୀଙ୍କୁ ସାମିଲ କରି ସଂଗଠିତ ଏକ ଅନୁଧ୍ୟାନର ନିର୍ଯାସ ଅନୁଯାୟୀ, ଅନ୍ୟର ଆଦୌ ସେବା କରୁନଥିବା ଲୋକଙ୍କ ଅପେକ୍ଷା ନିଃସ୍ବାର୍ଥପର ସେବା ଯୋଗାଉଥିବା ଲୋକମାନେ ଅଧିକ ଦିନ ବଞ୍ଚିଥାନ୍ତି। ଅପରପକ୍ଷେ, ପ୍ରଶଂସା ଲାଭ ଆଶାରେ ବା ଅନ୍ୟ କିଛି ପ୍ରତ୍ୟାଶା ରଖି ସେବା କରୁଥିବା ଲୋକଙ୍କ କ୍ଷେତ୍ରରେ ଏହି ଆୟୁବୃଦ୍ଧି ପ୍ରଭାବିତ ହୋଇନଥାଏ। ଗବେଷକମାନଙ୍କ ମତରେ, ନିଃସ୍ବାର୍ଥପର ସ୍ବେଚ୍ଛାସେବୀମାନେ ହିଁ ଏକ ସୁଖୀ ତଥା ସୁସ୍ଥ ଜୀବନ ବିତାଇବା ସହ ଶୀଘ୍ର ମୃତ୍ୟୁମୁଖରେ ପଡ଼ିନଥାନ୍ତି। ସେମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସପ୍ତାହକୁ ଦୁଇଘଣ୍ଟା ସେବା ଯୋଗାଉଥିବା ୫୦ ବର୍ଷରୁ ଅଧିକ ବୟସ୍କମାନଙ୍କର ଶରୀରରେ କୌଣସି ପ୍ରକାର ପ୍ରତ୍ୟଙ୍ଗଜନିତ ସମସ୍ୟା ଦେଖାଯାଇନଥାଏ। ସୁତରାଂ ସେମାନଙ୍କୁ ସୁସ୍ଥ ଜୀବନ ଜିଇବା ପାଇଁ ଅବସର ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe