ଅନ୍ୟ ଦେଶ ତୁଳନାରେ ଭାରତରେ ହ୍ରାସ ପାଉଛି ପାରଂପରିକ ବିବାହ !

Advertisment
ଅନ୍ୟ ଦେଶ ତୁଳନାରେ ଭାରତରେ ହ୍ରାସ ପାଉଛି ପାରଂପରିକ ବିବାହ !

ଭାରତରେ ପାରଂପରିକ ବିବାହ ପ୍ରଚଳନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ତେବେ ଆଜିକାଲି ପ୍ରଚଳିତ ହେଉଥିବା ପୁଅ-ଝିଅଙ୍କ ସ୍ୱଇଚ୍ଛାରେ ତଥା ବାପା ମା’ଙ୍କର ସମ୍ମତିକ୍ରମେ ହେଉଥିବା ପ୍ରେମ ବିବାହ ଏହାର ପ୍ରମୁଖ କାରଣ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ସୂଚନା ଅନୁଯାୟୀ , ‘ପ୍ରୋଗ୍ରେସ ଅଫ ଦ ଓ୍ଵାର୍ଲ୍ଡ ୱିମନ-୨୦୧୯-୨୦: ଫ୍ୟାମିଲିଜ୍‌ ଇନ୍‌ ଅ ଚେଞ୍ଜିଙ୍ଗ୍‌ ଓ୍ଵାର୍ଲ୍ଡ’ରେ ସଂଯୁକ୍ତ ରାଷ୍ଟ୍ରର ମହିଳାଙ୍କୁ ନେଇ କରାଯାଇଥିବା ସର୍ଭେରେ ଏହା ଦର୍ଶାଯାଇଛି।
ରିପୋର୍ଟ ଅନୁଯାୟୀ ଅନେକ ଦେଶର ପୁଅ-ଝିଅ ସେମାନଙ୍କର ଜୀବନସାଥୀ ପସନ୍ଦ କରିବା ଲାଗି ନିଜର ବ୍ୟକ୍ତିଗତ ପସନ୍ଦ ଅପେକ୍ଷା ପରିବାରର ନିଷ୍ପତ୍ତି ଉପରେ ଅଧିକାଂଶ ସମୟରେ ନିର୍ଭର କରୁଥିବା ବେଳେ ଭାରତ ଭଳି ଏକ ଦେଶରେ ପାରଂପରିକ ବିବାହ ଅତ୍ୟନ୍ତ ସାଧାରଣ ହୋଇଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି।

publive-image photo-zee news

ବଦଳୁଥିବା ସମୟ ଅନୁସାରେ ତାଳଦେଇ ପାରଂପରିକ ବିବାହ ବଦଳରେ ‘ସେମି ଆରେଞ୍ଜ୍‌ ମ୍ୟାରେଜ୍‌’ ଏବଂ ‘ପ୍ରେମ ଜିନିତ ବିବାହ’ ଏହାର ପ୍ରମୁଖ କାରଣ ବୋଲି ଏହି ଅନୁସନ୍ଧାନରେ କୁହାଯାଇଛି। ତେବେ ଏହି ପାରଂପରିକ ବିବାହକୁ ନେଇ ସଂଯୁକ୍ତ ରାଷ୍ଟ୍ରର ମହିଳା କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି ଯେ, ସାରା ଦୁନିଆରେ ମହିଳାଙ୍କ ନିଷ୍ପତ୍ତି ନେବାର ଅଧିକାରକୁ ପାରିବାରିକ ମୂଲ୍ୟବୋଧ ସଂରକ୍ଷଣ ନାମରେ ଏବେ ଆଉ ରୋକା ଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe