ସେଲଫି ନିଶା: ମା’ହାତୀ ଠାରୁ ଛୁଆକୁ ଅଲଗା କଲେ

Advertisment
ସେଲଫି ନିଶା: ମା’ହାତୀ ଠାରୁ ଛୁଆକୁ ଅଲଗା କଲେ

ବେଙ୍ଗାଲୁରୁ: ବର୍ତ୍ତମାନ ସେଲଫି ନେବାର କ୍ରେଜ ସମସ୍ତଙ୍କୁ ଘାରିଛି। ବାଟଘାଟ ଯେଉଁଠି ଦେଖିଲେ ଲୋକମାନେ ବିଭିନ୍ନ ପ୍ରକାର ଶୈଳୀରେ ସେଲଫି ନେଉଛନ୍ତି। ତେବେ ଚାମାରଞ୍ଜନଗରର କୁରୁବାରାହୁଣ୍ଡି ଗ୍ରାମକୁ ସୋମବାର ସକାଳେ ତିନିଟି ହାତୀ ପଶି ଆସିଥିଲେ। ତେବେ ଗ୍ରାମବସୀମାନେ ହାତୀପଲକୁ ଜଙ୍ଗଲକୁ ଘଉଡାଇବା ସମୟରେ ଏକ ହାତୀ ଛୁଆ ସେମାନଙ୍କ ହାବୁଡରେ ପଡ଼ି ଯାଇଥିଲା। ସେମାନେ ସେହି ହାତୀ ଛୁଆକୁ ମା’ହାତୀ  ସହିତ ଜଙ୍ଗଲ ଭିତରକୁ ନଛାଡ଼ି ଗ୍ରାମରେ ରଖି ଦେଇଥିଲେ। କେବଳ ଉଦ୍ଦେଶ୍ୟ ଥିଲା ସେଲଫି ନେବା।

publive-image

ସୂଚନାଯୋଗ୍ୟ, ସୋମବାର ସକାଳେ ତିନିଟି ହାତୀ ଖାଦ୍ୟ ଖୋଜି ଖୋଜି ଚାମାରଞ୍ଜନଗରର କୁରୁବାରାହୁଣ୍ଡି ଗ୍ରାମକୁ ଚାଲି ଆସିଥିଲେ। ଗ୍ରାମବାସୀ ହାତୀ ପଶି ଆସିଥିବା ଖବର ପାଇବା ମାତ୍ରେ ନିଆଁ ଜଳାଇ ଚିତ୍କାର କରି ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇ ଦେଇଥିଲେ। ଗ୍ରାମବସୀଙ୍କ ଭୟରେ ଗୋଟିଏ ହାତୀ ତାର ଛୁଆକୁ ସାଥୀରେ ନନେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଏହି ହାତୀ ଛୁଆଟି ଦୁର୍ବଳ ଥିବାରୁ ମା’ ହାତୀ ସହିତ ଦୌଡ଼ି ଜଙ୍ଗଲକୁ ଯାଇପାରି ନଥିଲା।  ଫଳରେ ଗ୍ରାମବାସୀ ସେହି ହାତୀ ଛୁଆକୁ ଧରି ନେଇଥିଲେ। ମା’ଠାରୁ ଅଲଗା ହେବା ପରେ ଛୁଆ ହାତୀଟି କାନ୍ଦୁ ଥିବାର ଦେଖିବାକୁ ମିଳିଥିଲା।  ଛୁଆ ହାତୀଠାରୁ ମା’ ବେଶୀ ଦୂରରେ ବି ନଥିଲା। କେବଳ ଗ୍ରାମବାସୀଙ୍କ ଭିଡ ଦେଖି ସେ ଭୟରେ ନିଜ ଛୁଆ ପାଖକୁ ଆସି ପାରୁ ନଥିଲା।

publive-image

ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ବଳ ହାତୀକୁ ଚକିତ୍ସା କରିବା ପରେ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଜଙ୍ଗଲର ବେଶୀ ଦୂରକୁ ମା’ହାତୀ ଯାଇ ନଥିବାରୁ ଛୁଆ ହାତୀଟି ମା’କୁ ପାଇ ଯାଇଥିଲା। କିଛି ସମୟରେ ପରେ ତିନିଟି ହାତୀ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe