୩୦ ବର୍ଷ ବୟସରେ ୫୭ ପିଲାଙ୍କ ବାପା ! ଜାଣନ୍ତୁ ଜଣେ ନିଆରା ‘ସ୍ପର୍ମ ଡୋନର୍’ଙ୍କ ପୂରା କାହାଣୀ

Advertisment
୩୦ ବର୍ଷ ବୟସରେ ୫୭ ପିଲାଙ୍କ ବାପା ! ଜାଣନ୍ତୁ ଜଣେ ନିଆରା ‘ସ୍ପର୍ମ ଡୋନର୍’ଙ୍କ ପୂରା କାହାଣୀ

www.aajtak.in

କାଲିଫର୍ଣ୍ଣିଆ: ଜଣେ ଯୁବକଙ୍କ ଦାବି କରନ୍ତି କି ସେ ୪୭ ଜଣ ସନ୍ତାନଙ୍କ ବାପା! ପୁଣି ଯୁବକଙ୍କ ବୟସ ମାତ୍ର ୩୦ ବର୍ଷ!!  ଖୁବ୍ ଶୀଘ୍ର ତାଙ୍କର ଆହୁରି ୧୦ ପିଲା ଜନ୍ମ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକୃତରେ ସେ ହେଉଛନ୍ତି ଜଣେ ସ୍ପର୍ମ ଡୋନର ବା ବୀର୍ଯ୍ୟଦାତା।  ଆପଣ ସ୍ପର୍ମ ଡୋନେସନ୍ ସଂପର୍କରେ ଜଣିଥିବେ ନିଶ୍ଚୟ। ଏହି ଉପାୟରେ ବ୍ୟକ୍ତି ଜଣକ ଏତେ ଜଣ ପିଲାଙ୍କ ପିତୃତ୍ବ ଅର୍ଜନ କରିଛନ୍ତି।

ଯୁବକଙ୍କ ନାମ ହେଉଛି କେଲ୍‌ ଗର୍ଡି। ସେ ଆମେରିକାର କାଲିଫର୍ଣ୍ଣିଆର ବାସିନ୍ଦା। ତାଙ୍କର ଦାବି ହେଉଛି ସେ ଖୁବ୍ ଶୀଘ୍ର ୫୭ ପିଲାଙ୍କର ବାୟୋଲଜିକାଲ୍‌ ଫାଦର୍‌ ବା ଜୈବିକ ବାପା ବନିଯିବେ।

ଗଣାମାଧ୍ୟମ ରିପୋର୍ଟ ମୁତାବକ, ସ୍ପର୍ମ ଡୋନର କେଲ୍‌ ଗର୍ଡି ଏବେ ସୁଦ୍ଧା ୪୭ ଜଣ ସନ୍ତାନଙ୍କ ବାପା ବନି ସାରିଛନ୍ତି। ‌ତାଙ୍କ କହିବା କଥା ହେଉଛି କିିଛି ବର୍ଷ ପୂର୍ବେ ସେ ଅନେକ ଯୁବତୀଙ୍କୁ ଡେଟ୍‌ କରି ସାରିଛନ୍ତି। ମାତ୍ର କାହା ସହ ବି ସେ ଲମ୍ବା ସମୟ ଧରି ସଂପର୍କରେ ରହିପାରି ନାହାନ୍ତି।

ସେ ସ୍ପର୍ମ ଡୋନର ଭାବେ କାର୍ଯ୍ୟ  ଆରମ୍ଭ କରିବା ପରେ ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ବହୁ ମହିଳା ମେସେଜ୍‌ କରିବା ଆରମ୍ଭ କରିଛନ୍ତି। ତାଙ୍କଠାରୁ ବୀର୍ଯ୍ୟ ଗ୍ରହଣ କରିଥିବା  ଅଧିକାଂଶ ମହିଳା ସଫଳତା ପାଇଛନ୍ତି। ତେଣୁ ତାଙ୍କର ଚାହିଦା ରହିଛି ବୋଲି ସେ ଦାବି କରନ୍ତି।

ସେ କହିଛନ୍ତି କି ୧୦୦୦ରୁ ଊର୍ଧ୍ବ ମହିଳା ତାଙ୍କୁ ସ୍ପର୍ମ ଡେନେସନ୍ ଲାଗି ଅନୁରୋଧ କରିଛନ୍ତି । ଏପରିକି କିଛି ମହିଳା ତାଙ୍କୁ ତାଙ୍କ ଜୈବିକ ସନ୍ତାନର ଫଟୋ ବି ପଠାଇଛନ୍ତି। ଯାହାକୁ ବି ତାଙ୍କ ସାହାଯ୍ୟର ଆବଶ୍ୟକତା ପଡ଼ିବ ସେ ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ ଯୋ‌ଗାଯୋଗ କରିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe