ସନ୍ତାନ ଜନ୍ମ ଦେବାର ୩୦ ମିନିଟ୍‌ ପରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଲେ ମହିଳା

Advertisment
ସନ୍ତାନ ଜନ୍ମ ଦେବାର ୩୦ ମିନିଟ୍‌ ପରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଲେ ମହିଳା

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ମାତୃତ୍ୱ ଲାଭ ପ୍ରତ୍ୟେକ ନାରୀଙ୍କ ଏକ ସ୍ୱପ୍ନ ଥାଏ। କିନ୍ତୁ ମାତୃତ୍ୱ ଲାଭ ପରେ ଜଣେ ମା’ ତା’ର ନବଜାତକୁ ଛାଡ଼ିଦେଇ ଯଦି ଅର୍ଥ ରୋଜଗାର ଲାଗି ଦେହ ବିକିବାକୁ ବାଧ୍ୟହୁଏ, ତେବେ ତା’ର ମାନସିକ ଅବସ୍ଥା କିଭଳି ହୋଇଥିବ, ତାହା ସହଜରେ ଅନୁମେୟ। କିନ୍ତୁ ଏଭଳି ଅବସ୍ଥାର ଶିକାର ହୋଇଛନ୍ତି ବ୍ରିଟେନର ଜଣେ ମହିଳା। କାରଣ ସମୟସମୟରେ ଅର୍ଥ ଏତେ ଆବଶ୍ୟକ ପଡ଼ିଥାଏ ଯେ ମଣିଷ କିଛି ବି କରିବାକୁ ରାଜି ହୋଇ ଯାଇଥାଏ।

publive-image

ଦେହଜୀବୀମାନଙ୍କ ଜୀବନ ଯେ ସଂଘର୍ଷମୟ ହୋଇଥାଏ ତାହା ଆମେ ଜାଣିଛନ୍ତି। ବ୍ରିଟେନର ଜଣେ ଦେହଜୀବୀ ସନ୍ତାନ ଜନ୍ମ କରିବାର ଅଧ ଘଣ୍ଟା ମଧ୍ୟରେ ପୁଣି ଥରେ କାମକୁ ଫେରିଥିଲେ। ସନ୍ତାନ ଜନ୍ମ ଦେବା ପରେ ଏକ ମା’ର ଅବସ୍ଥା କପରି ଥାଏ, ପୁଣି ଏହି ଅବସ୍ଥାରେ କାମ କରିବା କେତେ ଯେ କଷ୍ଟଦାୟକ ହୋଇଥିବ ତାହା କେବଳ ସେହି ମହିଳାଙ୍କୁ ହିଁ ଜଣା। ଏହାକୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ ବୋଲି ଜଣେ ପୁଲିସ କମ୍ୟୁନିଟି ସପୋର୍ଟ ଅଫିସର ସୂଚନା ଦେଇଛନ୍ତି।

ପୁଲିସ ଅଫିସର ଜାକି ଫେୟରବେକ୍ସଙ୍କ କହିବାନୁସାରେ, କିଛିଦିନ ତଳେ ଜଣେ ଦେହଜୀବୀ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଆଶ୍ଚର୍ଯ୍ୟ କଥା ସନ୍ତାନ ଜନ୍ମ କରିବାର ୩୦ ମିନିଟ ମଧ୍ୟରେ ସେ କାମ ଅନେ୍ଵଷଣରେ ରାସ୍ତାରେ ବୁଲୁଥିଲେ। କାରଣ ତାଙ୍କୁ ଅର୍ଥର ବହୁ ଆବଶ୍ୟକତା ଥିଲା।

publive-image

ଅନ୍ୟପକ୍ଷରେ ଜାକି କହିଥିଲେ, ଦେହଜୀବୀ ଭାବେ କାମ କରୁଥିବା ମହିଳାଙ୍କୁ ଅର୍ଥର ବହୁ ଆବଶ୍ୟକତା ଥାଏ। ଏହି ସବୁ ମହିଳା ଆମ ଭଳି ଲୋକଙ୍କ ସହିତ ତାଙ୍କ ଦୁଃଖ ବାଣ୍ଟିବାକୁ ଚାହାନ୍ତି ନାହିଁ। ଏହି କାରଣରୁ ଅନେକ ଦେହଜୀବୀ ମାନସିକ ରୋଗରେ ପୀଡିତ ହୋଇଥାଆନ୍ତି। ଏମାନଙ୍କ ଆତ୍ମସମ୍ମାନ ଏତେ କମ୍‌ ହୋଇଯାଇଥାଏ ଯେ ଏମାନଙ୍କୁ ଯେଉଁଠି କାମ ମିଳେ ମନା କରି ନ ଥାଆନ୍ତି। ଯାହା ଆମମାନଙ୍କ ପାଇଁ ଏକ ଦୁଃଖର ବିଷୟ ହୋଇଥାଏ। ପୁଲିସ ସୋସିଆଲ ସର୍ଭିସ୍‌ ଓ ଅନ୍ୟ ଏଜେନ୍ସିମାନଙ୍କ ସହିତ ମିଶି ଦେହଜୀବୀମାନଙ୍କୁ ସାହାଯ୍ୟ କରିବା ଦିଗରେ କାମ କରୁଛନ୍ତି।

ଦେହଜୀବୀଙ୍କ ପାଇଁ କାହାରି ମନରେ ଦୟା ନଥାଏ। ଲୋକମାନଙ୍କୁ ସର୍ବଦା ଲାଗିଥାଏ ମହିଳାମାନେ ନିଜର ଦେହ ବ୍ୟବସାୟ କେବଳ ଫାଇଦା ଉଠାଇବା ପାଇଁ କରୁଛନ୍ତି। କିନ୍ତୁ ଏପରି ଆଦୌ ହୋଇ ନ ଥାଏ। ଏମାନଙ୍କ ମଧ୍ୟରେ କେତେକ ମହିଳା ଅଛନ୍ତି ଯେଉଁମାନଙ୍କ ଅର୍ଥ ରୋଜଗାର ପାଇଁ ଦେହବ୍ୟବସାୟ ହିଁ ଏକମାତ୍ର ମାଧ୍ୟମ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe