ନୂଆଦିଲ୍ଲୀ: ଶାହିନ୍ ଆଫ୍ରିଦି ବାଂଲାଦେଶ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ମ୍ୟାଚ୍ର ଚତୁର୍ଥ ଦିନରେ ଦିଆଫ୍ରି ବାଂଲାଦେଶକୁ ବଡ଼ ସ୍କୋର (୫୬୫ ରନ୍) କରିବାରେ ଅଟକାଇ ପାରି ନଥିଲେ। ଏହି ମ୍ୟାଚରେ ଆଫ୍ରିଦି କେବଳ ଦୁଇଟି ୱିକେଟ୍ ନେଇପାରିଥିଲେ। ଖେଳକୁ ନେଇ ନିରାଶ ହୋଇପଡ଼ିଥିବା ଆଫ୍ରିଦିଙ୍କ ପାଖକୁ ମ୍ୟାଚ ସମୟରେ ଏକ ଖୁସି ଖବର ଆସିଥିଲା।
ଗତବର୍ଷ ବିବାହ କରିଥିବା ଆଫ୍ରିଦି ଗତ ଶନିବାର ଏକ ପୁତ୍ର ସନ୍ତାନର ବାପା ହେବାର ଆଶୀର୍ବାଦ ପ୍ରାପ୍ତ କରିଛଛନ୍ତି। ବାପା ହେବା ଖୁସିକୁ ସେ ଏକ ସ୍ବତନ୍ତ୍ର ଶୈଳୀତରେ ପାଳନ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆଫ୍ରିଦି ହାସନ ମହମୁଦଙ୍କ ୱିକେଟ୍ ନେବା ପରେ ପଡ଼ିଆରେ ତାଙ୍କ ପୁଅର ଜନ୍ମ ଉତ୍ସବ ପାଳନ କରିଥିଲେ। ଯେତେବେଳେ ହାସନ ବ୍ୟାଟିଂ କରିବା ପରେ ରିଜୱାନ୍ ଯେତେବେଳେ କ୍ୟାଚ୍ ଧରି ନେଇଥିଲେ ଆଫ୍ରିଦି ଉଭୟ ହାତକୁ ଛନ୍ଦି ଦୋଳି ଭଳି କରି ବିଶ୍ବକୁ ଜଣାଇଥିଲେ କି ଏବେ ସେ ବାପା ହୋଇଯାଇଛନ୍ତି।
ସୋସିଆଲ ମିଡିଆରେ ଆଫ୍ରିଦିଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ପୁଅର ନାମ ଅଲୟାର ରଖିଥିବା କଥା ସମସ୍ତଙ୍କୁ ଜଣାଇବା ସହିତ ଏହି ନାମର ଅର୍ଥ ଚାମ୍ପିଅନ୍ ବୋଲି କହିଥିଲେ। ଆଫ୍ରିଦିଙ୍କ ପରିବାର ବହୁ ଚିନ୍ତା ପରେ ପୁଅର ଏଭଳି ନାମ କରଣ କରିଛନ୍ତି।
Follow Us