ନଦୀରେ ପହଁରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା, ଫସିଗଲେ ବରଫ ତଳେ

ନଦୀରେ ପହଁରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା, ଫସିଗଲେ ବରଫ ତଳେ

ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହିତ ନଦୀରେ ପହଁରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଜଣେ ଯୁବକ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇ ଏକ ନଦୀରେ ପହଁରୁଥିଲା। ଏହି ସମୟରେ ସେ ବରଫ ତଳେ ଫସି ଯିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସାଙ୍ଗାଇଷ୍ଟ ନାମକ ଜଣେ ଯୁବକ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି।

publive-image

ଏହି ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଯୁବକ ନଦୀରେ ପହଁରିବା ପାଇଁ ଓହ୍ଲାଉଛନ୍ତି ଏବଂ ଏହି ଦୃଶ୍ୟକୁ ଅନ୍ୟ ସାଙ୍ଗମାନେ ଭିଡିଓ କରୁଛନ୍ତି। ତେବେ ପାଣି ତଳେ ମୁଣ୍ଡ ପୁରାଇ କିଛି ସମୟ ପହଁରିବା ଯୁବକ ଜଣକ ମୁଣ୍ଡ ଉପରକୁ ଉଠାଇ ନିଶ୍ୱାସ ନେବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ସେ ଆଉ ମୁଣ୍ଡ ଉପରକୁ ଉଠାଇ ପାରିଲେ ନାହିଁ, କାରଣ ତାଙ୍କ ଉପରେ ବରଫ ଜମି ଯାଇଥିଲା। ସେ ନିଶ୍ୱାସ ନେବା ପାଇଁ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ଭିଡିଓ ସୁଟ କରୁଥିବା ସାଙ୍ଗ ମଧ୍ୟରୁ ଜଣେ ବରଫ ଉପରକୁ ଡେଇଁ ପଡ଼ି ଭାଙ୍ଗିବାକୁ ଚେଷ୍ଟା କରିଥିଲା। ବରଫକୁ ଭାଙ୍ଗିବା ପରେ ସାଙ୍ଗକୁ ସେଥିରୁ ସୁରକ୍ଷିତ ଭାବେ ଉଦ୍ଧାର କରି ପାରିଥିଲା।

ଏହି ଭିଡିଓକୁ ଦେଖି ଫେସ୍‌ବୁକ୍‌ର ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହି ଭିଡିଓକୁ ଦେଖି ଲାଗୁଛି ଏହାକୁ ହିଁ ପ୍ରକୃତ ବନ୍ଧୁତା କୁହାଯାଇ ପାରିବ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳିଛି।

publive-image

ଆମେରିକା ଓ କନାଡା ଭଳି ଚୀନରେ ବି ପ୍ରବଳ ଥଣ୍ଡା ପଡ଼ିଛି। ନଦୀର ପାଣି ବରଫ ପାଲଟି ଯାଇଛି। ଏମିତି ବରଫରେ ଜମି ଥିବା ଅନେକ ଖବର ଇତି ମଧ୍ୟରେ ଆସି ସାରିଛି। ସ୍ଥାନୀୟ ପୁଲିସ ଲୋକମାନଙ୍କୁ ସଚେତନା କରାଇ ନଦୀକୁ ଯିବାକୁ ବାରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe