ପାଖେଇ ଆସିଲାଣି ଶାରଦୀୟ ନବରାତ୍ରୀ; ଜାଣନ୍ତୁ ବର୍ଷକୁ କେତେ ଥର ପଡ଼େ ନବରାତ୍ରୀ

ଆସିଲାଣି ଦୂର୍ଗାପୂଜା। ଏଥର ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଯାଉଛି ଶାରଦୀୟ ନବରାତ୍ରୀ। ତେବେ ଆପଣ ଜାଣନ୍ତି କି ବର୍ଷକୁ କେତେ ଥର ନବରାତ୍ରୀ ହୁଏ। ବର୍ଷରୁ ୪ ଥର ନବରାତ୍ରୀ ପଡ଼େ।

New Project (65)

ଅ‌ାସିଲାଣି ଦୂର୍ଗାପୂଜା। ଏଥର ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଯାଉଛି ଶାରଦୀୟ ନବରାତ୍ରୀ। ତେବେ ଆପଣ ଜାଣନ୍ତି କି ବର୍ଷକୁ କେତେ ଥର ନବରାତ୍ରୀ ହୁଏ। ବର୍ଷରୁ ୪ ଥର ନବରାତ୍ରୀ ପଡ଼େ। ଦୁଇଟି ହେଉଛି ଗୁପ୍ତ ନବରାତ୍ରୀ। ଅନ୍ୟ ଦୁଇଟି ହେଉଛି ଚୈତ୍ର ଓ ଶାରଦୀୟ ନବରାତ୍ରୀ। ଏହି ସମୟରେ ମାଆ ଦୂର୍ଗା ତାଙ୍କ ଭକ୍ତମାନଙ୍କ ଉପରେ ନିଜ ଆଶୀର୍ବାଦ ଓଜାଡ଼ି ଦେଇଥାନ୍ତି ବୋଲି ବିଶ୍ବାସ ରହିଛି।

ଗୁପ୍ତ ନବରାତ୍ରୀକୁ ତନ୍ତ୍ର ସାଧନା ପାଇଁ ଅତ୍ୟନ୍ତ ଶୁଭ ବିବେଚନା କରାଯାଏ। ଯେବେକି ଚୈତ୍ର ଓ ଶାରଦୀୟ ନବରାତ୍ରୀକୁ ବିଶେଷ ଭାବରେ ଗୃହସ୍ଥମାନେ ପାଳନ କରିଥାନ୍ତି। ଅଶ୍ବିନୀ ମାସର ଶୁକ୍ଳପକ୍ଷର ପ୍ରତିପଦାରୁ ଶାରଦୀୟ ନବରାତ୍ରୀର ଆରମ୍ଭ ହୋଇଥାଏ। ଏହି ନବରାତ୍ରୀକୁ ଦେଶ ସାରା ଲୋକ ବଡ଼ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ୯ ଦିନ କାଳ ମାଆ ମହିଷାମର୍ଦ୍ଦନୀଙ୍କୁ ସ୍ବରୁପକୁ ପୂଜା କରିବା ସହ ଭକ୍ତମାନେ ଓଷାବ୍ରତ ରଖିଥାନ୍ତି। 

ଏବର୍ଷ ଶାରୀଦୀୟ ନବରାତ୍ରୀ ସେପ୍ଟେମ୍ବର ୨୨ ତାରିଖ ରାତି ୧ଟା ୨୨ରୁ ଆରମ୍ଭ ହେବ। ସେବେଠୁ ଆରମ୍ଭ ହୋଇ ଅକ୍ଟୋବର ୨ ବା ବିଜୟା ଦଶମୀ ପର୍ଯ୍ୟନ୍ତ ନବରାତ୍ରୀ ଚାଲିବ। 

ଆମ ଧର୍ମରେ ବିଶ୍ବାସ ରହିଛି ଯେ ନବରାତ୍ରୀରେ ଘରକୁ କିଛି ଜିନିଷ ଆଣିଲେ ଶୁଭ ହୋଇଥାଏ। ନବରାତ୍ରୀ ସମୟରେ ଗୃହିଣୀମାନେ ନିଜ ପାଇଁ ଶଂଙ୍ଖା, ସିନ୍ଦୂର, ଘର ପାଇଁ ମୟୂର ପଙ୍ଖ, ପଦ୍ମ ଫୁଲ କିମ୍ବା ପଦ୍ମ ଫୁଲର ଫଟୋ ଆଣିବା ଭାରି ଭଲ। ତେବେ କେହି କେହି ଏହି ସମୟରେ ସୁନା କିମ୍ବା ରୁପାର ମୁଦ୍ରା ବି ଘରକୁ ଆଣିଥାନ୍ତି। ଜାଣିରଖନ୍ତୁ ଯେ ନବରାତ୍ରୀ ସମୟରେ ସୁନା ଓ ରୁପା ମୁଦ୍ରା ଆଣିବା ଘର ପାଇଁ ଖୁବ୍ ଭଲ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe