କର୍ମଚାରୀଙ୍କ ବଡ଼ ଖୁଲାସା: ୧୦କୋଟି ଟଙ୍କାର ଡାଇନିଙ୍ଗ ଟେବୁଲ କିଣିଥିଲେ ଅଶନୀର

Advertisment
କର୍ମଚାରୀଙ୍କ ବଡ଼ ଖୁଲାସା: ୧୦କୋଟି ଟଙ୍କାର ଡାଇନିଙ୍ଗ ଟେବୁଲ କିଣିଥିଲେ ଅଶନୀର

ନୂଆଦିଲ୍ଲୀ: ଶାର୍କ ଟ୍ୟାଙ୍କ ଇଣ୍ଡିଆର ଜଜ୍ ତଥା ଭାରତ ପେ’ର ପୂର୍ବତନ ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ଟଙ୍କା ଚୋରି କରିଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ସମସ୍ତ ପଦରୁ ହଟାଇଦିଆଯାଇଥିଲା। ଗ୍ରୋଭରଙ୍କୁ ବୋର୍ଡର ନିର୍ଦ୍ଦେଶକ ପଦବୀ ସମେତ କମ୍ପାନିର ସମସ୍ତ ପଦବୀରୁ ହଟାଇ ଦିଆଯାଇଛି ବୋଲି କହିଥିଲା ଭାରତପେ’। ଅଶନୀର ଗ୍ରୋଭର ଏବଂ ତାଙ୍କ ପରିବାର କମ୍ପାନିର ପାଣ୍ଠିକୁ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଅଶନୀରଙ୍କ ଉପରେ ଆଉ ଏକ ଆରୋପ ଲାଗିଛି।

କମ୍ପାନିର ପୂର୍ବତନ କର୍ମଚାରୀ କହିଛନ୍ତି ଯେ, ଅଶନୀର ଏବଂ ତାଙ୍କ ପତ୍ନୀ ମାଧୁରୀ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଭଲପାଉଥିଲେ। ସେ ଏକ ନୂତନ ପେଣ୍ଟହାଉସ୍ ଭଡାରେ ନେବା ସହ ଏକ ବିଳାସପୂର୍ଣ୍ଣ ଘରର ନବୀକରଣ କରିଥିଲେ। ଏହା ବ୍ୟତୀତ ସେ ଏକ ପୋର୍ସେ କାର୍ ମଧ୍ୟ କିଣିଥିଲେ। ଭାରତପେ’ କର୍ମଚାରୀଙ୍କ ଅନୁଯାୟୀ, ଅଶନୀର ଅନେକ ଲୋକଙ୍କୁ କହିଛନ୍ତି ଯେ ସେ ପ୍ରାୟ ୯.୯୩ କୋଟି ଟଙ୍କା ଖର୍ଚ୍ଚ କରି ଡାଇନିଂ ରୁମ ଟେବୁଲ କିଣିଛନ୍ତି। କମ୍ପାନିରୁ ଟଙ୍କା ଚୋରି କରି ସେ ଏଭଳି ଜୀବନ ବଞ୍ଚୁଥିଲେ ବୋଲି ଭାରତପେ’ କର୍ମଚାରୀ କହିଛନ୍ତି।

publive-image aajtak

ତେବେ କିଛି ଦିନ ପୂର୍ବରୁ ଏକ ବିବୃତିରେ ଜାରି କରି କମ୍ପାନି କହିଥିଲା ଯେ ସ୍ବାଧୀନ ବାହ୍ୟ ପରାମର୍ଶଦାତାଙ୍କ ଦ୍ବାରା କମ୍ପାନିର ଆଭ୍ୟନ୍ତରୀଣ ରେକର୍ଡଗୁଡିକ ସମୀକ୍ଷା କରାଯିବ ବୋଲି ଶୁଣିବା ମାତ୍ରେ ଅଶନୀର ଗ୍ରୋଭର ତାଙ୍କ ଇସ୍ତଫା ଦାଖଲ କରିଛନ୍ତି। ବୋର୍ଡକୁ ଏକ ଇ-ମେଲ ପଠାଇ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବା ଏବଂ ଘଟଣାଗୁଡ଼ିକର ଅନ୍ୟ ଏକ ମିଥ୍ୟା କାହାଣୀକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରି ଅଶନୀର ଗ୍ରୋଭର ଶୀଘ୍ର ଖସିଯିବାକୁ ଚେଷ୍ଟା କରିଛନ୍ତି। ଶ୍ରୀ ଗ୍ରୋଭରଙ୍କ ଏଭଳି ମିଥ୍ୟା କହିବା ଏବଂ ଭିତ୍ତିହୀନ ଅଭିଯୋଗ ଓ ଧମକକୁ ନେଇ କମ୍ପାନି ଦୃଢ଼ ଆପତ୍ତି ଉଠାଇଛି। ଗ୍ରୋଭର ପରିବାର ଏବଂ ସେମାନଙ୍କର ସମ୍ପର୍କୀୟମାନେ କମ୍ପାନି ପାଣ୍ଠିର ବ୍ୟାପକ ଅପବ୍ୟବହାରରେ ନିୟୋଜିତ ଥିଲେ। ଖାଲି ସେତିକି ନୁହେଁ, ନକଲି ବିକ୍ରେତା ସୃଷ୍ଟି କରି ଏହା ମାଧ୍ୟମରେ ସେମାନେ କମ୍ପାନିର ଖର୍ଚ୍ଚ ପାଇଁ ରଖାଯାଇଥିବା ଆକାଉଣ୍ଟରୁ ଟଙ୍କା ଉଠାଇଥିଲେ। ଏହି ଟଙ୍କାରେ ସେ ନିଜର ବିଳାସମୟ ଜୀବନ ବିତାଉଥିବା ସହ ଦାମୀ କାର ଚଢ଼ୁଥିଲେ।‌ ତାଙ୍କର ଏଭଳି ଅପରାଧର ପରିଣାମ ସ୍ୱରୂପ ଶ୍ରୀ ଗ୍ରୋଭରଙ୍କୁ ଜଣେ କର୍ମଚାରୀ, ପ୍ରତିଷ୍ଠାତା କିମ୍ବା କମ୍ପାନିର ନିର୍ଦ୍ଦେଶକ ପଦରୁ ହଟାଇଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe