ଶଶୀ, କଳ୍ପନା ଓ ଉମାଙ୍କ ଉଡ଼ାଣ...

Advertisment

ବିହାରର ଦରଭଙ୍ଗାରେ ରହୁଥିବା କଳ୍ପନା ଝା’ ତାଙ୍କ ପତିଙ୍କୁ ଝାଜୀ ବୋଲି ଆଦର ଓ ସମ୍ମାନରେ ସମ୍ବୋଧନ କରନ୍ତି। ଏଣୁ ଯେତେବେଳେ ନିଜ ନଣନ୍ଦ ଉମାଙ୍କୁ ସାଥୀରେ ନେଇ ଘରୋଇ ଉଦ୍ୟମରେ ଆଚାର ବ୍ୟବସାୟ କରିବାକୁ ମନ ବଳାଇଲେ ସେତେବେଳେ....

ବିହାରର ଦରଭଙ୍ଗାରେ ରହୁଥିବା କଳ୍ପନା ଝା’ ତାଙ୍କ ପତିଙ୍କୁ ଝାଜୀ ବୋଲି ଆଦର ଓ ସମ୍ମାନରେ ସମ୍ବୋଧନ କରନ୍ତି। ଏଣୁ ଯେତେବେଳେ ନିଜ ନଣନ୍ଦ ଉମାଙ୍କୁ ସାଥୀରେ ନେଇ ଘରୋଇ ଉଦ୍ୟମରେ ଆଚାର ବ୍ୟବସାୟ କରିବାକୁ ମନ ବଳାଇଲେ ସେତେବେଳେ....

sdsdsd

ଝାଜୀ ଷ୍ଟୋର୍‌
ବିହାରର ଦରଭଙ୍ଗାରେ ରହୁଥିବା କଳ୍ପନା ଝା’ ତାଙ୍କ ପତିଙ୍କୁ ଝାଜୀ ବୋଲି ଆଦର ଓ ସମ୍ମାନରେ ସମ୍ବୋଧନ କରନ୍ତି। ଏଣୁ ଯେତେବେଳେ ନିଜ ନଣନ୍ଦ ଉମାଙ୍କୁ ସାଥୀରେ ନେଇ ଘରୋଇ ଉଦ୍ୟମରେ ଆଚାର ବ୍ୟବସାୟ କରିବାକୁ ମନ ବଳାଇଲେ ସେତେବେଳେ ସିଏ ମିଥିଳାଞ୍ଚଳକୁ ପ୍ରତିନିଧିତ୍ବ କରୁଥିବା ‘ଝା’ ସହିତ ‘ଜୀ’ କୁ ମିଶାଇ ‘ଝାଜୀ ‌େଷ୍ଟାର’ ଆରମ୍ଭ କଲେ। ତେବେ ତାଙ୍କର ବିଶେଷତା ହେଉଛି କୌଣସି ରାସାୟନିକ ସଂରକ୍ଷଣକାରୀ ଉପାଦନ, କୃତ୍ରିମ ରଙ୍ଗ ଇତ୍ୟାଦି ବ୍ୟବହାର ନ କରି ନିତିଦିନିଆ ତେଲ ମସଲାରେ ଖରାରେ ଶୁଖାଇ ଘରୋଇ ପ୍ରଣାଳୀରେ ମିଥିଳାର ପାରମ୍ପରିକ ସ୍ବାଦର ଆଚାର ସାରା ବିଶ୍ବକୁ ଚଖାଇବା।

କଳ୍ପନା ମୁଖ୍ୟତଃ ବିହାରର ସମସ୍ତିପୁରା, ମୁଜାଫରପୁରର ଗ୍ରାମୀଣ ଛୋଟ ଚାଷୀଙ୍କଠାରୁ ଆଚାର ପାଇଁ ମସଲା ଓ କଞ୍ଚାମାଲ ସଂଗ୍ରହ କରନ୍ତି। ସେଥିପାଇଁ ତାଙ୍କ ଆଚାର ଆଜି ସାରା ଭାରତର ବିଭିନ୍ନ ରାଜ୍ୟ ସହ ନୂଆଦିଲ୍ଲୀରୁ ନ୍ୟୁୟର୍କ ପହଞ୍ଚି ପାରିଛି। ୨୦୨୦ ମସିହାରେ ଆରମ୍ଭ ହୋଇଥିବା ତାଙ୍କର ଅନ୍‌ଲାଇନ୍‌ ‌େଷ୍ଟାର୍‌ ଗତ ଛ’ମାସରେ ୩୫ ଲକ୍ଷ ଟଙ୍କାର ବ୍ୟବସାୟ କରିଛି ଏବଂ ୫ ହଜାରରୁ ଅଧିକ ସନ୍ତୁଷ୍ଟ ଗ୍ରାହକ ତାଙ୍କୁ ୫ ତାରକା ରିଭ୍ୟୁ ଦେଇଛନ୍ତି। ଇତିମଧ୍ୟରେ ଝାଜୀ ପ୍ରସ୍ତୁତ ଆଚାର, ଚଟଣି, ବିଭିନ୍ନ ପ୍ରକାର ମସଲାଗୁଣ୍ଡ, ମଖ୍‌ନା, କ୍ଷୀର୍‌ ମିକ୍ସ୍ ସଭିଙ୍କ ପ୍ରିୟ ହୋଇପାରିଛି। ତେବେ ସାର୍କଟ୍ୟାଙ୍କ୍‌ ଇଣ୍ଡିଆକୁ ଆସିଲା ପରେ ଏହା ଅଧିକ ଦୃଷ୍ଟି ଆକର୍ଷଣ କରିଛି। ଆହୁରି ଖୁସିର କଥା ନିଜ ବ୍ୟବସାୟର ଦୁଇ ପ୍ରତିଶତ ଅର୍ଥ ଝାଜୀ ବାଳିକା ଶିକ୍ଷା ଲାଗି ବ୍ୟୟ କରିବାପାଇଁ ଅଙ୍ଗୀକାରବଦ୍ଧ। ନିଜ ରୋଷେଇ ଘରର ମସଲା ମିଶାଇ ଘର ଅଗଣାରେ ଆଚାର ଶୁଖାଇ ପରିବାର ସଦସ୍ୟଙ୍କ ବାହାବା ପାଉଥିବା ନାରୀଟିଏ ଚାହିଲେ ଆକାଶ ଛୁଇଁପାରେ ଝାଜୀ ଷ୍ଟୋର୍‌ର ମାଲିକାଣୀ କଳ୍ପନା ଓ ଉମା ତା’ର ଉଜ୍ଜ୍ବଳ ଦୃଷ୍ଟାନ୍ତ।

ଗ୍ରାମୀଣ ଭାରତର ଗୃହିଣୀ ମହିଳାମାନେ ଯେ ସ୍ବାସ୍ଥ୍ୟକର ଓ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି କେବଳ ପରିବାର ଲୋକଙ୍କୁ ଖୁଆନ୍ତି ତା’ ନୁହେଁ, ସେମାନେ ଚାହିଲେ ରୋଷେଇଘରୁ ବାହାରି ସାରା ବିଶ୍ବକୁ ନିଜ ହାତ ତିଆରି ଆଚାର, ଚଟଣୀ ଓ ମସଲା ଲୁଣ ଚଖାଇପାରନ୍ତି...

sdsdsdsd

ନମକ୍‌ ୱାଲିନମକ୍‌ ୱାଲି କହିଲେ ଲୁଣ ଧରିଥିବା ଜଣେ ମହିଳାଙ୍କୁ ବୁଝାଏ। ହଁ, ସେହି ଲୁଣ ଧରିଥିବା ମହିଳା ହେଉଛନ୍ତି ଶଶୀ ବହୁଗୁଣା ରାତୁରି। ଉତ୍ତରାଖଣ୍ଡ ବାସିନ୍ଦା ଶଶୀ ହିମାଳୟାନ୍‌ ପର୍ବତମାଳାରେ ମିଳୁଥିବା ରଙ୍ଗବେରଙ୍ଗୀ ପାହାଡ଼ୀ ଲୁଣରେ ନିଜର ସର୍ଜନାତ୍ମକତା ମିଶେଇ ପାରମ୍ପରିକ ଲୁଣକୁ ଏକ ନୂଆ ପରିଚୟ ଦେଇଛନ୍ତି। ଶିଳରେ ବଟା ହେଉଥିବା ଲୁଣ ସହିତ ବିଭିନ୍ନ ମସଲା ଓ ଜଡ଼ିବୁଟି ମିଶାଇ ତାକୁ ସ୍ବତନ୍ତ୍ର ଭାବରେ ସୁଗନ୍ଧିତ କରି ସେ ବିକ୍ରି କରନ୍ତି। ରସୁଣ, ଧନିଆ, କଞ୍ଚାଲଙ୍କା, ଅଦା, ଫାରାନ, ହିଙ୍ଗୁ ବିଭିନ୍ନ ଚେରମୂଳୀ ଇତ୍ୟାଦିର ବାସ୍ନା ଥାଏ ନମକ୍‌ୱାଲିର ଲୁଣରେ। ଏହାକୁ ସେ ‘ପିଶ୍‌ଉ ଲୁଣ’ ବା ‘ପେଶା ଲୁଣ’ ଭାବରେ ପରିଚିତ କରାନ୍ତି। ପାହାଡ଼ୀ ଲୁଣରେ ଆବଶ୍ୟକ ମିନେରାଲ୍‌ ଯେମିତିକି ସୋଡିୟମ୍‌ କ୍ଲୋରାଇଡ୍‌, କ୍ୟାଲ୍‌ସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଥାଏ ଆଉ ଏହି ବାସ୍ନାଲୁଣ ଆଣ୍ଟି ଅକ୍ସିଡାଣ୍ଟରେ ସମୃଦ୍ଧ ହେବାସହ ଇମ୍ୟୁନିଟି, ହଜମଶକ୍ତି, ମେଟାବଲିଜିମ୍‌ ବଢ଼ାଇବା ସହ ହୃତ୍‌ପିଣ୍ଡ ସ୍ବାସ୍ଥ୍ୟ ଭଲ ରଖେ। ଏହା ଓଜନ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରେ। ଏହାକୁ ସାଲାଡ୍‌, କଟାଫଳ, ଜୁସ୍‌, ଦହି, ରାଇତା, ସୁପ୍‌, ସ୍ନାକ୍ସ୍‌ ବା ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିପାରିବେ। ତେବେ ନମକ୍‌ୱାଲି ଅର୍ଗାନିକ୍‌ ପାହାଡ଼ୀ ହଳଦୀଗୁଣ୍ଡ, ଘିଅ, ମସଲା ଓ ଚଟଣି ପାଉଡର୍‌ ଇତ୍ୟାଦି ମଧ୍ୟ ବିକ୍ରି କରୁଛନ୍ତି। ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏହି କମ୍ପାନର ବ୍ୟବସାୟ ଗତ ୨୩/୨୪ ଆର୍ଥିକ ବର୍ଷରେ ୩୮ ଲକ୍ଷ ଛୁଇଁଛି। କମ୍ପାନିର ମୂଲ୍ୟ ଦଶକୋଟି ଟଙ୍କା ହେଲାଣି। ଏଥିରେ ‘କାର୍‌ ଦେଖୋ’ର ଅନ୍ୟତମ ପ୍ରତିଷ୍ଠାତା ଅମିତ୍‌ ଜୈନ୍‌ ନିବେଶ କରିଛନ୍ତି। ସାର୍କ ଟ୍ୟାଙ୍କ୍ ମଧ୍ୟ ଏହାକୁ ନିଜ ବ୍ରାଣ୍ଡ୍‌ ଲୁଣ ଭାବରେ ଗ୍ରହଣ କରିଛି। ଶଶି ବହୁଗୁଣା ଡେରାଡୁନ୍‌ର ‘ମହିଳା ନବ ଜାଗରଣ’ ସ୍ବେଚ୍ଛାସେବୀ ସଂସ୍ଥା ସହ ମିଶି ଏବେ ଦେଶ ବାହାରେ ନିଜର ସ୍ବତନ୍ତ୍ର ସ୍ବାଦକୁ ପହଞ୍ଚାଇବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe