ଭଲ ନମ୍ବରରେ ଉତ୍ତୀର୍ଣ୍ଣ ହେବା ପରେ ପିଲାର ରିପୋର୍ଟ କାର୍ଡରେ ଶିକ୍ଷକ ଲେଖି‌ଥିଲେ ଏଭଳି କଥା...

Advertisment
ଭଲ ନମ୍ବରରେ ଉତ୍ତୀର୍ଣ୍ଣ ହେବା ପରେ ପିଲାର ରିପୋର୍ଟ କାର୍ଡରେ ଶିକ୍ଷକ ଲେଖି‌ଥିଲେ ଏଭଳି କଥା...

ନୂଆଦିଲ୍ଲୀ: ପରୀକ୍ଷା ଦେଇ ସାରିବା ପରେ ପିଲାମାନଙ୍କ ରିପୋର୍ଟ କାର୍ଡକୁ ବାପା ଓ ମା’ମାନେ ଅପେକ୍ଷା କରି ରହିଥାଆନ୍ତି । ପିଲା ପରୀକ୍ଷାରେ କ’ଣ କରିଛି, ପିଲାକୁ ନେଇ ତାର ଶିକ୍ଷକମାନେ କ’ଣ ରିମାର୍କ ଦେବେ ଇତ୍ୟାଦି ଇତ୍ୟାଦି..।

ଜଣେ ପିଲାର ରିପୋର୍ଟ କାର୍ଡକୁ ଦେଖି ତାର ବାପା ଓ ମା’ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହିତ ଏହି ରିପୋର୍ଟ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ରିପୋର୍ଟ କାର୍ଡକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ଶିକ୍ଷକ ଜଣକ ଏପରି ରିମାର୍କ କ’ଣ ଭାବି ଦେଇଛନ୍ତି। ତେବେ ଏହି ରି‌ପୋର୍ଟ କାର୍ଡଟି ୨୦୧୯ର ଟର୍ମ ଥ୍ରି ପେପରର ଥିବା ଜଣାପଡ଼ିଛି।

ଏଥିରେ ଜଣେ ପିଲା ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଶିକ୍ଷକ ପ୍ରଶଂସାସ୍ଥାନରେ ଲେଖିଛନ୍ତି, ‘ସେ ମରି ଯାଇଛି’। ଏହି ଫଟୋକୁ ଅନନ୍ତ ଭାନ ନାମକ ଟୁଇଟର ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ରିପୋର୍ଟ କାର୍ଡରେ  ଛାତ୍ରୀଙ୍କ ନାମ ଉଲ୍ଳେଖ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe