ହଠାତ ବୃଦ୍ଧି ପାଇଲା ଜଳସ୍ତର; ୪୮ଘଣ୍ଟା ଧରି ନଦୀ ମଝିରେ ଫସି ରହିଲେ ମଇଁଷିପାଳକ

ବନ୍ୟା ପାଣି ଯୋଗୁଁ ଦୁଇ ଦିନ ଧରି ଏକ ଟାପୁରେ ଫସି ରହିଥିବା ଜଣେ ମଇଁଷିପାଳକ ନାରାୟଣ ସିଂହଙ୍କୁ ଶେଷରେ ଏସଡିଆରଏଫ ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମଇଁଷିପାଳକ।

New Project (22)

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଲିତପୁରରେ ରାଜଘାଟ ଏବଂ ମାତାଟିଲା ଡ୍ୟାମରୁ ତିନି ଲକ୍ଷ କ୍ୟୁସେକରୁ ଅଧିକ ପାଣି ଛଡ଼ାଯିବା ଯୋଗୁଁ ବେତୱା ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ପାଣି ଛଡ଼ାଯିବା ଯୋଗୁଁ ଆଖପାଖ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବନ୍ୟା ପାଣି ଯୋଗୁଁ ଦୁଇ ଦିନ ଧରି ଏକ ଟାପୁରେ ଫସି ରହିଥିବା ଜଣେ ମଇଁଷିପାଳକଙ୍କୁ ଶେଷରେ ଏସଡିଆରଏଫ ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ଜଖୋରା ବ୍ଲକର ବାସୱା ଗାଁର ୫୦ବର୍ଷୀୟ ନାରାୟଣ ସିଂହ ଗତମଙ୍ଗଳବାର ଦିନ ୮ଜଣ ଗ୍ରାମବାସୀଙ୍କ ସହିତ ବେତୱା ନଦୀ ମଝିରେ ଥିବା ଏକ ଦ୍ୱୀପକୁ ମଇଁଷି ଚରାଇବାକୁ ଯାଇଥିଲେ। ସନ୍ଧ୍ୟା ହେବାରୁ ତାଙ୍କ ସହିତ ଯାଇଥିବା ଲୋକମାନେ ସେମାନଙ୍କ ଗାଈ ସହିତ  ଘରକୁ ଫେରି ଆସିଥିଲେ। କିନ୍ତୁ ନାରାୟଣ ସିଂହ ତାଙ୍କ ମଇଁଷିକୁ ଖୋଜୁଖୋଜୁ ଟାପୁରେ ଫସି ଯାଇଥିଲେ।

ମଙ୍ଗଳବାର ରାତି ୯ଟାରେ ରାଜଘାଟ ଡ୍ୟାମରୁ ପାଣି ଛଡ଼ାଯିବା ପରେ ବେତୱା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ବୃଦ୍ଧି ପାଉଥିବା ଜଳସ୍ଥଳକୁ ଦେଖି ନାରାୟଣ ସିଂହ ଆସିବାକୁ ସାହାସ ଜୁଟାଇ ପାରି ନଥିଲେ। ଫଳରେ ସେଠାରେ ଫସିି ଯାଇଥିଲେ।

ଏହି ଘଟଣା ବିଷୟରେ ଗାଁ ଲୋକେ ପ୍ରଶାସନକୁ ନାରାୟଣ ସିଂହଙ୍କ ବିଷୟରେ ଜଣାଇଥିଲେ। ଖବର ପାଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମଇଁଷିପାଳକ ନାରାୟଣ ସିଂହଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫକୁ ସୂଚନା ଦେଇଥିଲେ। ଗୁରୁବାର ସକାଳେ ଏସଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ନାରାୟଣ ସିଂହଙ୍କୁ ନଦୀ ମଝିରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ବୃଦ୍ଧି ପାଉଥିବା ଜଳସ୍ତର ମଝିରୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିବା ପ୍ରତ୍ୟେକ ଲୋକଙ୍କୁ ନାରାୟଣ ସିଂହ ଧନ୍ୟବାଦ ଜଣାଇ କହିଥିଲେ, ‘ଟାପୁ ମଝିରେ ଦୀର୍ଘ ୪୮ଘଣ୍ଟା କେମିତି ବିତାଇଛି ତାହାକୁ ଭାବିଲା ବେଳକୁ ବି ଲୋମମୂଳ ଟାଙ୍କୁରି ଉଠୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe