୧୦ ବର୍ଷ ପରେ ବନ୍ଦ କୋଠରୀରୁ ଉଦ୍ଧାର ହେଲେ ନିଜ ଇଚ୍ଛାରେ ବନ୍ଦୀ ହୋଇଥିବା ୩ ଉଚ୍ଚଶିକ୍ଷିତ ଭାଇଭଉଣୀ

Advertisment
୧୦ ବର୍ଷ ପରେ ବନ୍ଦ କୋଠରୀରୁ ଉଦ୍ଧାର ହେଲେ ନିଜ ଇଚ୍ଛାରେ ବନ୍ଦୀ ହୋଇଥିବା ୩ ଉଚ୍ଚଶିକ୍ଷିତ ଭାଇଭଉଣୀ

News18

ଗା‌ନ୍ଧୀନଗର: ଗୁଜୁରାଟର ରାଜକୋଟରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା। ରାଜକୋଟର ଏକ କୋଠରୀରେ ପ୍ରାୟ ଏକ ଦଶନ୍ଧି ଧରି ୩ ଭାଇଭଉଣୀଙ୍କୁ ବନ୍ଦୀ କରି ରଖାଯାଇଥିବା ପରି ଘଟଣା ଏବେ ସାମ୍ନାକୁ ଆସିଛି। ସେମାନଙ୍କ ବୟସ ୩୦ରୁ ୪୨ ବର୍ଷ ମଧ୍ୟରେ। ଏହି ତିନି ଭାଇଭଉଣୀଙ୍କୁ ଭୂମିହୀନଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସ୍ବେଚ୍ଛାସେବୀ ସଂଗଠନ ‘ସାଥି ସେବା ଗ୍ରୁପ୍’ ଦ୍ୱାରା ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରାଯିବା ପରେ ଜାଣିବାକୁ ମିଳୁଛି ଯେ ଏହି ୩ ଭାଇଭଉଣୀ ଜଣେ ଜଣେ ଉଚ୍ଚଶିକ୍ଷିତ। ସେମାନଙ୍କ ନିକଟରେ ଗ୍ରାଜୁଏଟ୍‌ ଡିଗ୍ରି ରହିଛି।

ସେମାନଙ୍କ ମାଆଙ୍କ ମୃତ୍ୟୁ ପରେ ସେମାନେ ନିଜେ ନିଜେ ଏକ କୋଠରୀରେ ନିଜକୁ ବନ୍ଦ କରି ରଖିବାର ନିଷ୍ପତ୍ତି ନେଇଥିଲେ ବୋଲି ତାଙ୍କ ବାପାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ସେମାନଙ୍କୁ ନିକଟରେ ଏକ ଅଳିଆ-ଆବର୍ଜନାପୂର୍ଣ୍ଣ ଗୃହରୁ ଉଦ୍ଧାର କରାଯାଇଛି।

ଏହି ୩ ଭାଇଭଉଣୀ ଏପରି ଅବସ୍ଥାରେ ଅଛନ୍ତି ବୋଲି ‘ସାଥି ସେବା ଗ୍ରୁପ୍’ର ସଦସ୍ୟଙ୍କୁ ଜଣାପଡ଼ିବା ପରେ  ରବିବାର ସଂଧ୍ୟାରେ ସେମାନେ ଉକ୍ତ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେହି ଗୃହ ଭିତରକୁ ସୂର୍ଯ୍ୟାଲୋକ ବି ପଶିପାରୁ ନଥିଲା। ସ୍ବେଚ୍ଛାସେବୀମାନେ କହିଛନ୍ତି କି ସେମାନେ ସେହି ଘର ଖୋଲିବା ପରେ ପୁଳାପୁଳା ମଇଳା ଦେଖିବାକୁ ମିଳିଥିଲା। ଖାଇବା ଉପଯୋଗୀ ଖାଦ୍ୟ ମଧ୍ୟ ଉପଲବ୍ଧ ଥିଲା ସେଠାରେ। ଏସବୁ ଭିତରେ ଉକ୍ତ ତିନିଭାଇଭଉଣୀ ଚଟାଣରେ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ୧୯୮୬ ମସିହାରେ ସେମାନଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ମାଆଙ୍କ ମୃତ୍ୟୁ ପରେ ଏହି ୩ ଭାଇଭଉଣୀଙ୍କୁ ଶକ୍ତ ଧକ୍କା ଲାଗିଥିଲା। ସେ ସମୟରେ ସେମାନେ ଖାଇବା ପିଇବା ଛାଡ଼ି ଦେଇଥିଲେ ଓ ଏକ ନିବୁଜ କୋଠରୀରେ ରହିଥିଲେ । ବାହାର ଦୁନିଆ ବିଷୟରେ କିଛି ବି ଜା‌ଣିବାକୁ ଚାହି ନଥିଲେ । ନିଜକୁ ଏକ ଘରେ ବନ୍ଦୀ କରି ରଖିବାର ନିଷ୍ପତ୍ତି ସେମାନଙ୍କ ନିଜର ଥିଲା । ସେମାନଙ୍କ ବାପା ଆହୁରି ବି ଅଭିଯୋଗ ଆଣିଥିଲେ କି କିଛି ସଂପର୍କୀୟଙ୍କ କଳା ଯାଦୁର ପ୍ରଭାବ ତାଙ୍କ ପରିବାର ଉପରେ ଏପରି କୁପ୍ରଭାବ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe