ଚାଲିଛି ଷୋଳପୂଜା: ମା’ ଭଗବତୀଙ୍କ ଶାରଦୀୟ ପର୍ବରେ ସାମିଲ ହେଲେ ବଳିଜେନା

ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ୧୬ଦିନାଙ୍କ ଶାରଦୀୟ ପର୍ବ। ତେବେ ବାଣପୁରର ଶକ୍ତିପୀଠ ମା’ ଭଗବତୀଙ୍କ ପୀଠରେ ନିଆରା ଭାବେ ଶାରଦୀୟ ପର୍ବ ଅନୁଷ୍ଠିତ ହୁଏ ।

gjdgjggjgjdjy

ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ୧୬ଦିନାଙ୍କ ଶାରଦୀୟ ପର୍ବ। ତେବେ ବାଣପୁରର ଶକ୍ତିପୀଠ ମା’ ଭଗବତୀଙ୍କ ପୀଠରେ ନିଆରା ଭାବେ ଶାରଦୀୟ ପର୍ବ ଅନୁଷ୍ଠିତ ହୁଏ । ଏଠାରେ ବାଲୁଗାଁ ସିଙ୍ଗେଶ୍ୱର ଗ୍ରାମର ରବୀନ୍ଦ୍ର ଜେନା ବଳିର ପ୍ରତୀକ ଭାବରେ ‘ବଳି ଜେନା’ ନାମରେ ପରିଚିତ। ପରମ୍ପରା ଅନୁଯାୟୀ, ବାଲୁଗାଁ ସିଙ୍ଗେଶ୍ୱର ଗ୍ରାମର ଜେନା ପରିବାର ବଡ଼ପୁଅ ‘ବଳିଜେନା’ ଭାବେ ବର୍ଷକୁ ମାତ୍ର ୨୧ ଦିନ ମା’ ଭଗବତୀଙ୍କ ଶାରଦୀୟ ପର୍ବରେ ଯୋଗଦେଇଥାନ୍ତି। ଏହି ପର୍ବ ସମୟରେ ମା’ ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ପର୍ବରେ ଯୋଗ ଦେଇଥିବା ମା ଭଗବତୀଙ୍କ ଅନ୍ୟ ଛଅ ଭଉଣୀ ଯଥା ନାରାୟଣୀ , କାଳିଜାଈ, କନକଦୁର୍ଗା, ସିଦ୍ଧେଶ୍ୱରୀ, ପୋଲକାଶୁଣୀ ଓ ବୁଢ଼ୀ ଠାକୁରାଣୀଙ୍କୁ ନେଇ ସାତବଖରା ଗୃହରେ ବଳି ଜେନା ରୁହନ୍ତି।

ଶାରଦୀୟ ପର୍ବର ନବମୀ ନିଶାରାତ୍ରିରେ ବଳିର ପ୍ରତୀକ ଭାବେ ବଳି ଜେନା ବଳିରେ ଉତ୍ସର୍ଗ ହୁଅନ୍ତି । ବଳି ଜେନାଙ୍କ ପରିବାରରେ ମୂଳାଷ୍ଟମୀ ଦିନ ବିଶିଷ୍ଟ ବ୍ରାହ୍ମଣମାନଙ୍କ ଦ୍ୱାରା ପୂଜାବିଧି ଅନୁଷ୍ଠିତ ହୁଏ। ଗ୍ରାମସଭାରେ ଗ୍ରାମବାସୀଙ୍କ ଦ୍ୱାରା ସଭା ବସାଇ ସମୟ ନିର୍ଘଣ୍ଟ ହେବା ପରେ ଘରର ମହିଳାଙ୍କ ଦ୍ୱାରା ବନ୍ଦାପନା କରାଯାଇଥାଏ । ମଙ୍ଗଳବାର ମଧ୍ୟାହ୍ନ ୨ଟା ୨୪ ମିନିଟ୍‌ରେ ବଳି ଜେନା ନିଜ ଘରୁ ବାହାରି ମା’ ଭଗବତୀଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ବଳିଜେନା ରାସ୍ତାରେ ନଯାଇ ଅଣରାସ୍ତାରେ ବିଲ ଓ ଜଙ୍ଗଲ ମଧ୍ୟରେ ଯାଇ ମନ୍ଦିର ନିକଟରେ ପହଞ୍ଚିଥିଲେ। ମନ୍ଦିର କମିଟି ପକ୍ଷରୁ ବଳିଜେନାଙ୍କୁ ଆଜି ସନ୍ଧ୍ୟାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେ ମା’ ଭଗବତୀଙ୍କ ବାପଘର ଶ୍ରୀ ଶ୍ରୀଦକ୍ଷ ପ୍ରଜାପିତା ମନ୍ଦିରରେ ବିଶ୍ରାମ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe