ନୂଆ ସିନେମା ‘ଶ୍ରୀଲିଙ୍ଗରାଜ ମନ୍ଦିର’

Advertisment
ନୂଆ ସିନେମା ‘ଶ୍ରୀଲିଙ୍ଗରାଜ ମନ୍ଦିର’

ଆସୁଛି ତେଲେଙ୍ଗାନା ପ୍ରଯୋଜକଙ୍କ ପ୍ରଯୋଜିତ ନୂଆ ସିନେମା ‘ଶ୍ରୀଲିଙ୍ଗରାଜ ମନ୍ଦିର’। ନିକଟରେ ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି। ଅନେକ ବର୍ଷ ତଳର ଐତିହ୍ୟ ଏଥିରେ ସ୍ଥାନ ପାଇଛି। ମିଳିଥିବା ସୂଚନା ଅନୁସାରେ ଶ୍ରୀଲିଙ୍ଗରାଜ ମନ୍ଦିର ଆଖପାଖ ସ୍ଥାନ ଖୋଳିବା ସମୟରେ ଏକ ପଥର ମୂର୍ତ୍ତି ମିଳୁଛି। ପରବର୍ତ୍ତୀ ସମୟରେ ଉକ୍ତ ମୂର୍ତ୍ତିର ପ୍ରାଚୀନ ଇତିହାସ ଜଣାପଡୁଛି। ତେବେ ସିନେମାରେ ପ୍ରେମ, ପ୍ରଣୟ ସହ ବଳିଷ୍ଠ ନାଟକୀୟ ପୃଷ୍ଠଭୂମି ରହିଥିବା ଜଣାପଡିଛି।

ଗୁଡ୍‌ଲୀ ରଥ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଥିବାବେଳେ ନିର୍ଦ୍ଦେଶନା ଦେବେ ରବି ରୟାଲ। ଏ ସଞ୍ଜୁଙ୍କ ପ୍ରଯୋଜିତ ଏହି ସିନେମାରେ ସହ ପ୍ରଯୋଜକ ରାଜଶେଖର, ଚିତ୍ରୋତ୍ତୋଳକ ୱାଇ ରେଡ୍ଡୀ, ବ୍ୟବସ୍ଥାପକ ଚିତ୍ତରଞ୍ଜନ ଆଚାର୍ଯ୍ୟ ଏବଂ କ୍ରିଏଟିଭ ହେଡ୍‌ ଅଛନ୍ତି ପ୍ରଣୟ ଜେଠୀ। ଆସନ୍ତା ଜାନୁଆରୀରୁ ସିନେମାର ସୁଟିଂ ଆରମ୍ଭ ହେବ। ଭୁବନେଶ୍ୱର, ଗଡ଼ମଧୁପୁର, କୋରାପୁଟ, ଜୟପୁର, ରାୟଗଡ଼ା ଓ ବମ୍ବେ ଆଦି ସ୍ଥାନରେ ସିନେମାର ସୁଟିଂ ହେବ ବୋଲି ଜଣାପଡିଛି। ଓଡ଼ିଶାରୁ ଅଭିନେତ୍ରୀ ଭୂମିକା ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିବା ବେଳେ ଅତିଶୀଘ୍ର ବଲିଉଡ୍ ଓ ଓଲିଉଡ୍ କଳାକାର ଚୟନ କରାଯିବ ବୋଲି ଏହାର କ୍ରିଏଡିଭ୍ ହେଡ୍ ଜେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe