WordPress.com
ପୂର୍ବରୁ ଆମେ ଶ୍ରୀମଦ୍ଦ ଭଗବଦ୍ ଗୀତାର ଅନେକ ଶ୍ଳୋକ ବିଷୟରେ ଆଲୋଚନା କରିଛେ। ଜଣେ ମଣିଷର ଚରିତ୍ର ଗଠନ ପାଇଁ ହିନ୍ଦୁ ଧର୍ମର ମହାନ ଗ୍ରନ୍ଥ ଗୀତାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରାୟତଃ ଅଳ୍ପବହୁତ ସମସ୍ତଙ୍କୁ ଜଣା। କର୍ମ କରି ଫଳର ଆଶା ନରଖିବା, ଦେହ ଜ୍ଞାନରୁ କିପରୁ ଊର୍ଧ୍ୱକୁ ଯିବା ଓ ଶାନ୍ତିର ସନ୍ଧାନ ଆଦି ଅନେକ ବିଷୟରେ ଆମେ ଗୀତା ଶ୍ଳୋକର ସହାୟତା ନେଇ ଆଲୋଚନା କରିସାରିଛେ।
ଆଜି ଆଲୋଚନା କରିବା ଜଣେ ମଣିଷର ପରମ ମିତ୍ର ଓ ପରମ ଶତ୍ରୁ କିଏ। ଏହି ନିମ୍ନରେ ଦିଆଯାଇଥିବା ଏହି ଶ୍ଳୋକ ଜରିଆରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ ସେ ବିଷୟରେ କହିଛନ୍ତି।
ଶ୍ଳୋକଟି ହେଉଛି:-
‘ଉଦ୍ଧରେଦାତ୍ମାନାତମନ୍ନମ ନାତ୍ମାନ୍ନମସବସାଦୟେତ୍
ଆତ୍ମେଓ ହ୍ୟାତ୍ମନୋ ବନ୍ଧୁରାତ୍ମବ ରିପୁରାତ୍ମନଃ’
Embodied Philosophyଅର୍ଥାତ , ‘ନିଜକୁ ନିଜଠାରୁ ଉପରକୁ ଉଠାଓ। ନିଜକୁ କେବେ ଅପବିତ୍ର କରନାହିଁ। କେବଳ ଆପଣ ନିଜେ ହିଁ ନିଜର ମିତ୍ର ଓ ନିଜେ ହିଁ ନିଜର ଶତ୍ରୁ।’
ଉଦ୍ଧରେତ: ଉତ୍ଥାନ
ଆତ୍ମାନା: ସ୍ୱୟଂ
ଆତ୍ମାନାମ: ନିଜକୁ
ନା: କରନାହିଁ
ଆବାସାଦୟେତ: ବିନତୀ କରିବା
ବନ୍ଧୁ: ବନ୍ଧୁ
ରିପୁ: ଶତ୍ରୁ
Follow Us