ଜ୍ଞାନଲାଭ ପାଇଁ ବ୍ୟକ୍ତି ନିକଟରେ ଏହି ୨ ଗୁଣର ଆବଶ୍ୟକତା ରହିଛି

ଜ୍ଞାନଲାଭ ପାଇଁ ବ୍ୟକ୍ତି ନିକଟରେ ଏହି ୨ ଗୁଣର  ଆବଶ୍ୟକତା ରହିଛି

ଶ୍ରୀମଦ୍‌ ଭଗବଦ୍‌ ଗୀତାର ପ୍ରତ୍ୟେକ ଶ୍ଳୋକ ଶିକ୍ଷଣୀୟ। ଆସନ୍ତୁ ଆଜି ସେଥିରୁ ଗୋଟାଏକୁ ବୁଝିବା।

ଶ୍ରଦ୍ଧାବାଁଲ୍ଲଭତେ ଜ୍ଞାନଂ ତତ୍‌ପରଃ ସଂଯତେନ୍ଦ୍ରିୟଃ।
ଜ୍ଞାନ ଲବ୍‌ଧା ପରାଂ ଶାନ୍ତିମଚିରେଣାଧିଗଚ୍ଛତି।।

‘ଯେଉଁମାନେ ଶ୍ରଦ୍ଧାବାନ ବା ବିଶ୍ୱସ୍ତ ହୋଇ ଜ୍ଞାନଲାଭ କରନ୍ତି। ଦିବ୍ୟଜ୍ଞାନରେ ତଲ୍ଲୀନ ହୋଇ ଇନ୍ଦ୍ରିୟଗୁଡ଼ିକୁ ସଂଯତ କରନ୍ତି। ସେମାନେ ଖୁବ୍‌ ଶୀଘ୍ର ପରମ ଦିବ୍ୟଶାନ୍ତି ଲାଭ କରନ୍ତି।’

publive-image

ଅର୍ଥାତ, ଭଗବାନ ଶ୍ରୀକୃଷ୍ଣ ତାଙ୍କର ପ୍ରିୟ ସଖା ଅର୍ଜୁନଙ୍କୁ ଜ୍ଞାନଲାଭ ବିଷୟରେ ଅନେକ ସାର କଥା ବୁଝାଇ ଯାଇଛନ୍ତି। ଇଚ୍ଛା ଶକ୍ତି ଥିଲେ ଯେ କେହି ଜ୍ଞାନଲାଭ କରିପାରେ ମାତ୍ର ଜ୍ଞାନଲାଭ ପରର ପରମ ଦିବ୍ୟଶାନ୍ତି ସଭିଙ୍କୁ ମିଳେନା। ଜ୍ଞାନଲାଭର ତୃପ୍ତି ପାଇବାକୁ ହେଲେ ବ୍ୟକ୍ତିଙ୍କୁ ଶ୍ରଦ୍ଧାବାନ ଏବଂ ବିଶ୍ୱସ୍ତ ହେବା ନିହାତି ଜରୁରୀ। ଜଣେ ବ୍ୟକ୍ତିର ଜ୍ଞାନ ପ୍ରତି ଶ୍ରଦ୍ଧା ନଥିଲେ ସେ ଜ୍ଞାନ ଶିଖିପାରିଲେ ବି ତାହାକୁ ଠିକ୍‌ ଭାବେ ବୁଝିପାରେ ନାହିଁ। ଯଦି ଜ୍ଞାନ ପ୍ରତି ବ୍ୟକ୍ତି ବିଶ୍ୱସ୍ତ ନ ହୁଅନ୍ତି ତେବେ ଶିଖିଥିବା ଜ୍ଞାନ ବି ମୂଲ୍ୟହୀନ ହୋଇପଡ଼େ। ସଂପୂର୍ଣ୍ଣ ଶ୍ରଦ୍ଧା ରହି ବିଶ୍ୱସ୍ତ ଭାବେ ଯିଏ ଜ୍ଞାନ ଗ୍ରହଣ କରେ ସେ ପ୍ରକୃତରେ ଜ୍ଞାନଲାଭ କରିପାରିଛନ୍ତି ବୋଲି ଆମେ ବୁଝିନେବା ଉଚିତ।

ଅବଶ୍ୟ ଭଗବାନ ଶ୍ରୀକୃଷ୍ଣ ଏହି ଶ୍ଳୋକଟି କହି ଦିବ୍ୟ ଜ୍ଞାନ ଅର୍ଥାତ ଭଗବଦ୍‌ ଚେତନ ବିଷୟରେ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଏହା କିନ୍ତୁ ସବୁ ଧରଣର ଜ୍ଞାନ ପାଇଁ ପ୍ରଜୁଯ୍ୟ। ପ୍ରତ୍ୟେକ ଲୋକ ଜ୍ଞାନ ଆହୋରଣ ପାଇଁ ଶ୍ରଦ୍ଧା ରଖିବା ଉଚିତ ଏବଂ ସେହି ଜ୍ଞାନ ପ୍ରତି ବିଶ୍ୱସ୍ତ ବି ହେବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe