ନୂଆଦିଲ୍ଲୀ: ଜାନୁଆରି ୨୦୨୨ରେ ‘କେନ୍ଦ୍ରୀୟ ଲୋକସେବା ଆୟୋଗ’ଦ୍ବାରା ଆୟୋଜିତ ‘୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା’ର ଲିଖିତ ଫଳାଫଳ ଏବଂ ବ୍ୟକ୍ତିତ୍ବ ପରୀକ୍ଷା ନିମନ୍ତେ ଏପ୍ରିଲ୍-ମେ ୨୦୨୨ରେ ଅନୁଷ୍ଠିତ ସାକ୍ଷାତ୍କାରକୁ ଭିତ୍ତିକରି କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା ଆଜି ପ୍ରକାଶ ପାଇଛି। ଫଳାଫଳ ପ୍ରକାଶ ପାଇବା ପରେ ମହିଳାମାନେ ବାଜି ମାରିଥିବା ଦେଖାଯାଇଛି। ଟପ୍-୩ରେ ୩ଜଣ ମହିଳା ରହିଥିବା ବେଳେ ସର୍ବଭାରତୀୟସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମରେ ରହି ଟପର୍ ହୋଇଛନ୍ତି। ତେବେ ଟପ୍ପର ହେବା ପରେ ସେ ଜାମିଆ କୋଚିଂ ଏକାଡେମୀକୁ ନିଜ ସଫଳତାର ଶ୍ରେୟ ଦେଇଛନ୍ତି।
ତାଙ୍କ କହିବା ମୁତାବକ, ତାଙ୍କର ବିଶ୍ୱାସ ଥିଲା ସେ ନିଶ୍ଚିତ ଭାବେ ଏହି ପରୀକ୍ଷାରେ ସଫଳ ହେବେ କିନ୍ତୁ ପ୍ରଥମ ସ୍ଥାନରେ ରହିବାକୁ ନେଇ ସେ ବିସ୍ମିତ ଥିବା କଥା କହିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଶ୍ରୁତି।
aajtakତେବେ ଶ୍ରୁତି ଶର୍ମା ଉତ୍ତରପ୍ରଦେଶର ବିଜନୋରର ବାସିନ୍ଦା । ସେ ଦିଲ୍ଲୀର ଷ୍ଟିଫେନ୍ସ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବା ସହ ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷା ଶେଷ କରିଥିଲେ । ସେ ଇତିହାସର ଛାତ୍ରୀ ଓ ଜାମିଆ ବିଶ୍ୱବିଦ୍ୟାଳୟର ଆରସିଏରେ କୋଚିଂ ନେଉଥିଲେ । ସେହିଭଳି ୟୁପିଏସସି ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଙ୍କିତା ଅଗ୍ରୱାଲ ଓ ତୃତୀୟ ସ୍ଥାନରେ ଚଣ୍ଡିଗଡର ଗାମିନୀ ସିଙ୍ଗଲା ରହିଛନ୍ତି । ଉତ୍ତିର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୨୩ଜଣ ଟପ୍ପର ଜାମିଆ ବିଶ୍ୱବିଦ୍ୟାଳୟର ଆରସିଏରେ କୋଚିଂ ନେଉଥିଲେ ବୋଲି ଜଣାପଡ଼ିଛି।
Follow Us