ଶୁକତାଲ ସରୋବର

ମହାଗ୍ରନ୍ଥ ‘ଶ୍ରୀମଦ୍‌ଭାଗବତ’ର ଦୁଇଟି ମହାନ ଚରିତ୍ର ଶୁକମୁନି ଓ ରାଜା ପରୀକ୍ଷିତ। ଜଣେ ଶ୍ରୋତା ଓ ଅନ୍ୟଜଣେ ବକ୍ତା। ଏ ଦୁଇଜଣ ନ ଥିଲେ ହୁଏତ ସଂସାରରେ ‘ଭାଗବତ’ର ଏପରି ପ୍ରଚାର ପ୍ରସାର ହୋଇନଥାନ୍ତା।

ssfsfsfrrr

ମହାଗ୍ରନ୍ଥ ‘ଶ୍ରୀମଦ୍‌ଭାଗବତ’ର ଦୁଇଟି ମହାନ ଚରିତ୍ର ଶୁକମୁନି ଓ ରାଜା ପରୀକ୍ଷିତ। ଜଣେ ଶ୍ରୋତା ଓ ଅନ୍ୟଜଣେ ବକ୍ତା। ଏ ଦୁଇଜଣ ନ ଥିଲେ ହୁଏତ ସଂସାରରେ ‘ଭାଗବତ’ର ଏପରି ପ୍ରଚାର ପ୍ରସାର ହୋଇନଥାନ୍ତା। ମହାଭାରତ ଯୁଦ୍ଧ ପରେ କୁରୁ ଓ ପାଣ୍ଡବ ବଂଶ ସଂପୂର୍ଣ୍ଣ ଧ୍ବଂସ ପାଇଗଲା ବେଳେ, କେବଳ ପଞ୍ଚପାଣ୍ଡବ ଓ ଅର୍ଜୁନଙ୍କ ପୌତ୍ର ପରୀକ୍ଷିତ ଜୀବିତ ଥିଲେ। ପରୀକ୍ଷିତ ଥିଲେ ଉତ୍ତରା ଓ ଅଭିମନ୍ୟୁଙ୍କର ପୁତ୍ର। ପରୀକ୍ଷିତଙ୍କର ଜନ୍ମ ଯେପରି ବିସ୍ମୟକର ଥିଲା ମୃତ୍ୟୁ ମଧ୍ୟ ଠିକ୍‌ ସେହିପରି ଥିଲା ସଂଶୟାଚ୍ଛନ୍ନ। ବ୍ରହ୍ମ ଶରାଘାତରେ ମୃତ ରୂପେ ଜନ୍ମଲାଭ କରି, ଶ୍ରୀକୃଷ୍ଣଙ୍କ କୃପାରୁ ସେ ନବଜନ୍ମ ଲାଭ କରିଥିଲେ। ଏହା ଥିଲା ଅତ୍ୟନ୍ତ ବିସ୍ମୟକର। ସେହିପରି ଶୌର୍ଯ୍ୟ, ବୀର୍ଯ୍ୟ ସଂପନ୍ନ ଧର୍ମାତ୍ମା ହୋଇ ମଧ୍ୟ, କଳିର ପ୍ରଭାବରେ ସେ ଏପରି ଗର୍ହିତ କାର୍ଯ୍ୟ କଲେ, ଯାହା ଫଳରେ ସାତଦିନ ମଧ୍ୟରେ ସର୍ପଦଂଶନରେ ମୃତ୍ୟୁ ହେବାର ଅଭିଶାପ ପ୍ରାପ୍ତ ହେଲେ। ନିଜର କୃତକର୍ମ ନିମିତ୍ତ  ଅନୁତପ୍ତ ହୋଇ ସେ ମୃତ୍ୟୁକୁ କିପରି ଅମୃତମୟ କରିବେ ସେହି ଚିନ୍ତାରେ ଅନ୍ନ ଜଳ ତ୍ୟାଗ କରି ପୟୋପବାସରେ ଗଙ୍ଗାତଟରେ ବସି ରହିଲେ। ପୁଣ୍ୟାତ୍ମା ପରୀକ୍ଷିତଙ୍କର ଏହି ଦୁର୍ଦ୍ଦଶା ସଂପର୍କରେ ଅବଗତ ହୋଇ  ଭାରତବର୍ଷର ମୁନିଋଷିମାନେ ଯାଇ ଗଙ୍ଗାତଟରେ ପହଞ୍ଚିଲେ। ପରୀକ୍ଷିତ ମୁନିମାନଙ୍କୁ ଦର୍ଶନ କରି ସେମାନଙ୍କୁ ପଚାରିଲେ, ମୃତ୍ୟୁ ନିଶ୍ଚିତ, କିନ୍ତୁ ଏହି ଅଭିଶପ୍ତ ମୃତ୍ୟୁକୁ କିପରି ଅମୃତମୟ କରାଯାଇପାରିବ ଏବଂ ସେ ପରମାର୍ଥ ଲାଭ କରିପାରିବେ? 

ପରୀକ୍ଷିତଙ୍କ ପ୍ରଶ୍ନର ଉତ୍ତର କେବଳ ଶୁକଦେବ ଦେଇପାରିବେ; ଏହା ଜାଣି ମୁନିମାନେ ପରୀକ୍ଷିତଙ୍କୁ ଆତ୍ମଜ୍ଞାନ ପ୍ରଦାନ କରିବାକୁ ଅନୁରୋଧ କଲେ। ସମୟ ମାତ୍ର ସାତଦିନ। ଏହି ସାତ ଦିନ ମଧ୍ୟରେ ପରୀକ୍ଷିତଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶୁକମୁନି ତାଙ୍କୁ ଅମୃତରସ ‘ଭାଗବତ’ ଶୁଣାଇଥିଲେ। ଏବଂ ଏହାଦ୍ବାରା ପରୀକ୍ଷିତ ପରମାର୍ଥ ଲାଭ କରିଥିଲେ। ଯେଉଁ ସ୍ଥାନରେ ଏହି ମହାନ୍‌ ଘଟଣା ଘଟିଥିଲା, ସେ ସ୍ଥାନର ନାମ ଶୁକତୀର୍ଥ ବା ଶୁକତାଲ୍‌। 

ଉତ୍ତରପ୍ରଦେଶର ମୁଜାଫର ନଗରଠାରୁ ପ୍ରାୟ ୨୮ କିଲୋମିଟର ଦୂରରେ, ଗଙ୍ଗାକୂଳରେ ଏହି ତୀର୍ଥ ଅବସ୍ଥିତ। ଏଠାରେ ଗଙ୍ଗାନଦୀ ପଥରକାଟି ପ୍ରବାହିତ ହେବା‌େ‌ବ‌େ‌ଳ  ଏକ ସରୋବରର ସୃଷ୍ଟି ହୋଇଛି। ଏହି ସରୋବର ନିକଟରେ ପାଞ୍ଚ ହଜାର ବର୍ଷ ତଳର ଏକ ବଟବୃକ୍ଷ ରହିଛି। କଥିତ ଅଛି, ଏହି ବଟବୃକ୍ଷଛାୟାରେ ବସି ଶୁକଦେବ ଗୋସ୍ବାମୀ ସାତଦିନ ଧରି ମହାରାଜା ପରୀକ୍ଷିତଙ୍କୁ ‘ଶ୍ରୀମଦ୍‌ଭାଗବତ’ପୁରାଣ ଶୁଣାଇ ଥିଲେ। ଏହି ବଟବୃକ୍ଷ ପଞ୍ଚ ଅକ୍ଷୟ ବଟ ମଧ୍ୟରୁ ଅନ୍ୟତମ। ଏହାର ବିଶେଷତ୍ବ ହେଉଛି- ଏହି ବୃକ୍ଷ କେବେ ପତ୍ରଝଡ଼ା ଦିଏ ନାହିଁ କି ଏଥିରେ ଓହଳ ବାହାରେ ନାହିଁ। ଏହି ବୃକ୍ଷକୁ ସାକ୍ଷାତ୍‌ ଶୁକମୁନି ଭାବରେ ପୂଜନ କରାଯାଏ। ଏଠାରେ ଶୁକମୁନିଙ୍କର ଏକ ମନ୍ଦିର ରହିଛି। ମନ୍ଦିର ମଧ୍ୟରେ ଶୁକଦେବ ଓ ପରୀକ୍ଷିତଙ୍କର ପ୍ରତିମା ପ୍ରତଷ୍ଠିତ। ଏଠାରେ କଳାକୃତି ସଂପନ୍ନ ଏକ ହନୁମାନ ମନ୍ଦିର ରହିଛି, ଯାହା ସମ୍ମୁଖରେ ଗଣେଶଙ୍କର ଏକ ୩୫ ଫୁଟ ଉଚ୍ଚର ମୂର୍ତ୍ତି ରହିଛି। ଏଠାରେ ଶାକମ୍ଭରୀ ଦେବୀ, ନୀଳକଣ୍ଠ, ରାମଚନ୍ଦ୍ର ଓ ଶଙ୍କରଙ୍କର ମନ୍ଦିର ରହିଛି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଲକ୍ଷାଧିକ ଲୋକ ଏହି ଶୁକତାଲକୁ ସ୍ନାନ କରିବାକୁ ଆସିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe