ସ୍ୱାଧୀନ ଭାରତର ପ୍ରଥମ ମତଦାତାଙ୍କ ପାଇଁ ନିର୍ବାଚନ କମିସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

Advertisment
ସ୍ୱାଧୀନ ଭାରତର ପ୍ରଥମ ମତଦାତାଙ୍କ ପାଇଁ ନିର୍ବାଚନ କମିସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ପାଖେଇ ଆସିଲାଣି ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ। ଏହାକୁ ଆଖିରେ ରଖି ସ୍ୱାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ସରନ ନେଗିଙ୍କ ସକାଶେ ନିର୍ବାଚନ କମିସନ ସ୍ୱତନ୍ତ୍ର ବ୍ୟବସ୍ଥା କରିବାର ଯୋଜନା ରଖିଛନ୍ତି। ଶ୍ୟାମଙ୍କ ବୟସ ଏବେ ୧୦୦। ସେ ଭୋଟ ଦେବା ପାଇଁ ଚାଲି କରି କିମ୍ବା ବାଇକ୍‌ରେ ଯିବା ପାଇଁ ଏବେ ଅସମର୍ଥ ଥିବାରୁ ତାଙ୍କ ପାଇଁ ନିର୍ବାଚନ କମିସନ୍‌ ପକ୍ଷରୁ ସ୍ୱତନ୍ତ୍ର ଯାନ ବ୍ୟବସ୍ଥା କରାଯିବ। ଶ୍ୟାମ୍‌ ସେହି ଗାଡ଼ିରେ ବସି ଯାଇ ନଜ ମୁତାବକ ମତ ଦେଇ ଆସିବେ। କିନୌରୁ ଜିଲ୍ଲା ପ୍ରଶାସନ ଅଧିକାରୀ ଶ୍ୟାମଙ୍କ ପାଇଁ ଏହି ଗାଡ଼ିର ବନ୍ଦୋବସ୍ତ କରିବେ। ଗାଡ଼ିଟି ଶ୍ୟାମଙ୍କୁ ମତଦାନ ବୁଥ୍‌ ପାଖରେ ଛାଡ଼ିବା ସହ ମତଦାନ ପରେ ପୁଣି ଆଣି ଘରେ ଛାଡ଼ି ଦେଇଯିବ। ଶ୍ୟାମ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସ୍କୁଲ୍‌ ଶିକ୍ଷକ।

ଶ୍ୟାମଙ୍କ ସଂପର୍କରେ ତାଙ୍କ ବୋହୂ ଶୁର୍ମା ଦେବୀ କହନ୍ତି, ‘ସେ ଆମମାନଙ୍କ ପାଇଁ ଆଦର୍ଶ। ସେ ଆଜି ପର୍ଯ୍ୟନ୍ତ କୌଣସି ଭୋଟ୍‌ ଦେବାକୁ ନିବୃତ ହୋଇନାହାନ୍ତି।’

୧୯୫୧ ମସିହା ଅକ୍ଟୋବର ୨୫ ତାରିଖରେ ଯେତେବେଳେ କିନୌରୁ ଜିଲ୍ଲାରେ ସ୍ୱାଧୀନତା ପରେ ପ୍ରଥମ କରି ଭୋଟ୍‌ ଆରମ୍ଭ ହୋଇଥିଲା ସେତେବେଳେ ପ୍ରଥମ ଭୋଟ ଦାତା ଥିଲେ ଶ୍ୟାମ ସରନ ନେଗି।

ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଆସନ୍ତା ନଭେମ୍ବର ମାସ ୯ ତାରିଖରେ ହେବ। ଶାସକ ଦଳ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ ଏଥର ଜୋର୍‌ ଦାର ଲଢ଼େଇ ଲାଗିବାର ସମ୍ଭାବନା ରହିଛି। ଅକ୍ଟୋବର ୧୨ରେ ନିର୍ବାଚନ କମିସନ ପ୍ରକାଶ କରିଛନ୍ତି ଏହି ନିର୍ବାଚନର ଫଳାଫଳ ଡିସେମ୍ବର ୧୮ରେ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe